Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ସହମତିରେ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ, ଲିଭ୍ ଇନ୍ ରିଲେସନକୁ ନେଇ ଗୁରୁତ୍ଵପୂର୍ଣ୍ଣ ରାୟ ଦେଲେ ସୁପ୍ରିମକୋର୍ଟ

2/03/2021 at 8:00 PM

ନୂଆଦିଲ୍ଲୀ  ୦୨।୦୩:  ସହମତିରେ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ । ଲିଭ୍ ଇନ୍ ରିଲେସନକୁ ନେଇ ଆଜି ଏଭଳି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଯଦି ଦୀର୍ଘ ଦିନ ଧରି ଏକାଠି ରହୁଥିବା ମହିଳା କିମ୍ବା ପୁରୁଷ ଶାରୀରିକ ସମ୍ପର୍କ ରଖି ବିବାହ ପ୍ରତିଶ୍ରୁତି ପୂରଣ କରିପାରୁ ନାହାନ୍ତି, ତାହେଲେ ଏହାକୁ ଦୁଷ୍କର୍ମ କୁହାଯିବ ନାହିଁ ।

ପାଞ୍ଚବର୍ଷ ଲିଭ୍-ଇନ୍-ରିଲେସନସିପ୍‌ରେ ରହିବା ପରେ ଯୁବକ ଜଣକ ଅନ୍ୟତ୍ର ବିବାହ କରିବା ଘଟଣାରେ ଯୁବତୀଙ୍କ ଦ୍ବାରା କରାଯାଇଥିବା ଦୁଷ୍କର୍ମ ଅଭିଯୋଗର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ଯଦି ଜଣେ ଯୁବକ ଏବଂ ଯୁବତୀ ଲିଭ୍ ଇନ୍ ରିଲେସନ ସମୟରେ ଆପୋଷ ସହମତିରେ ଶାରୀରିକ ସମ୍ପର୍କ ରଖି ପରେ ବିବାହ ନକରନ୍ତି, ତେବେ ଉକ୍ତ ଯୁବକଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଦାୟର କରାଯାଇପାରିବ ନାହିଁ ।

ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତିଵ ଦୁଷ୍କର୍ମ ଏବଂ ସହମତିରେ ଶାରୀରିକ ସମ୍ପର୍କ ମଧ୍ୟରେ ପାର୍ଥକ୍ୟ ରହିଛି । ଏଭଳି ପରିସ୍ଥିତିରେ ଅଭିଯୁକ୍ତ ବିବାହ କରିବାକୁ ଚାହୁଁଛନ୍ତି ନା’ ଅନ୍ୟ ଉଦ୍ଦେଶ୍ୟ ପାଇଁ ଏଭିଳି ସମ୍ପର୍କ ରଖିଛନ୍ତି ତାହା ଉପରେ ନଜର ରଖିବା ଉଚିତ୍ ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ ।

   Related Posts