ସେପ୍ଟେମ୍ବର ସୁଦ୍ଧା UG, PGର ଶେଷବର୍ଷ ପରୀକ୍ଷା, ବାତିଲ ପାଇଁ ହୋଇଥିବା ଆବେଦନ ସୁପ୍ରିମ୍ କୋର୍ଟରେ ଖାରଜ

Published By : Prameya-News7 Bureau | August 28, 2020 IST

ନୂଆଦିଲ୍ଲୀ ୨୮।୦୮:  UG, PG ଶେଷବର୍ଷ ପରୀକ୍ଷା ନେଇ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ସେପ୍ଟେମ୍ବର ଶେଷ ସୁଦ୍ଧା ହେବ UG, PG ଶେଷବର୍ଷ ପରୀକ୍ଷା । ପରୀକ୍ଷା ବାତିଲ ପାଇଁ ହୋଇଥିବା ଆବେଦନ ସୁପ୍ରିମ୍‌ କୋର୍ଟରେ ଖାରଜ ହୋଇଯାଇଛି । UGCର ଜୁଲାଇ ୬ ନିର୍ଦ୍ଦେଶକୁ କାଏମ ରଖିଛନ୍ତି କୋର୍ଟ । ଜଷ୍ଟିସ୍‌ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠର ରାୟ ଶୁଣାଇଛନ୍ତି । ଦେଶରେ ସେପ୍ଟେମ୍ବର ସୁଦ୍ଧା ଶେଷବର୍ଷ ପରୀକ୍ଷା ସାରିବାକୁ ଥିଲା ନିର୍ଦ୍ଦେଶ । ତେବେ ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ମାମଲା ପହଞ୍ଚିଥିଲା । ତେବେ ଆଜି ଶୁଣାଣିରେ ସୁପ୍ରିମକୋର୍ଟ କହିଛନ୍ତି ଯେ, କରୋନା ଯୋଗୁଁ ଅସୁବିଧା ଥିଲେ ପରୀକ୍ଷା ଘୁଞ୍ଚାଇପାରିବେ ସଂପୃକ୍ତ ରାଜ୍ୟ । ତେଣୁ ଏଥିପାଇଁ ସଂପୃକ୍ତ ରାଜ୍ୟ UGCକୁ ଆବେଦନ କରିବେ । UGCର ବିନା ଅନୁମତିରେ କୌଣସି ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରାଯିବ ନାହିଁ ।

ସୂଚନାଯୋଗ୍ୟ ଯେ, UG, PG ଶେଷବର୍ଷ ପରୀକ୍ଷା ଶେଷ କରି ଫଳ ପ୍ରକାଶନ କରିବାକୁ ୟୁଜିସିର ଜୁଲାଇ ୬ରେ ସଂଶୋଧିତ ଗାଇଡଲାଇନ୍ସ ପ୍ରସଙ୍ଗରେ କିଛି ରାଜ୍ୟ ସୁପ୍ରିମକୋର୍ଟ  ଯାଇଥିଲେ । ୟୁଜିସି ଜୁଲାଇ ୬ରେ ଦେଶବ୍ୟାପୀ ବିଶ୍ୱବିଦ୍ୟାଳୟ ଏବଂ କଲେଜରେ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମର ଅନ୍ତିମ ବର୍ଷର ପରୀକ୍ଷା ଫଳ ୨୦୨୦ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବାଧ୍ୟତାମୂଳକ ଭାବେ ପୂରା କରିବା ସଂପର୍କିତ ଏକ ସର୍କୁଲାର ଜାରି କରିଥିଲା। କିନ୍ତୁ କରୋନା ମହାମାରୀ ଭିତରେ ଛାତ୍ରଛାତ୍ରୀ ଏବଂ ବିଭିନ୍ନ ରାଜ୍ୟ ସରକାରଙ୍କ ତରଫରୁ ଏହି ନିଷ୍ପତ୍ତିକୁ ବିରୋଧ କରାଯାଇଥିଲା । ୟୁଜିସିର ଏହି ପଦକ୍ଷେପକୁ ନେଇ ଦେଶବ୍ୟାପୀ ଭିନ୍ନ ଭିନ୍ନ ସଂସ୍ଥାର ଅନେକ ଛାତ୍ର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଯେଉଁଥିରେ କି ଅନ୍ତିମ ବର୍ଷର ପରୀକ୍ଷା ବାତିଲ କରାଯିବାକୁ ଦାବି ମଧ୍ୟ ହୋଇଥିଲା । କିନ୍ତୁ ସୁପ୍ରିମକୋର୍ଟ ପରୀକ୍ଷା ବାତିଲ କରିବା ସଂପର୍କିତ ଆବେଦନକୁ ଖାରଜ କରି ଦେଇଛନ୍ତି । ସୁପ୍ରିମ କୋର୍ଟ ଆଗାମୀ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଅନ୍ତିମ ବର୍ଷର ପରୀକ୍ଷା ଆୟୋଜନ କରିବା ନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ- ୟୁଜିସିର ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଥିବା ଆବେଦନ ଉପରେ ଶୁଣାଣି  କରି ରାୟ ଶୁଣାଇଛନ୍ତି ।  ସେପ୍ଟେମ୍ବର ଶେଷ ସୁଦ୍ଧା UG, PG ଶେଷବର୍ଷ ପରୀକ୍ଷା  କରିବା ପାଇଁ ରାୟ ଶୁଣାଇଛନ୍ତି  । ପରୀକ୍ଷା ବାତିଲ ପାଇଁ ହୋଇଥିବା  ଆବେଦନକୁ  ସୁପ୍ରିମ୍‌ କୋର୍ଟ ଖାରଜ କରିଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.