ସୁପ୍ରିମକୋର୍ଟ ନୂଆ ବେଞ୍ଚରେ ହେବ ଶ୍ରୀମନ୍ଦିର ମାମଲାର ଶୁଣାଣି

Published By : Prameya-News7 Bureau | January 09, 2019 IST

ନୂଆଦିଲ୍ଲୀ ୯|୧: ସୁପ୍ରିମକୋର୍ଟ ନୂଆ ବେଞ୍ଚରେ ଶ୍ରୀମନ୍ଦିର ମାମଲାର ଶୁଣାଣି ହେବ । ଆଜି ହୋଇପାରନ୍ତି ନୂଆ ଆମିକସ୍ କ୍ୟୁରି ନିଯୁକ୍ତି । ଶ୍ରୀମନ୍ଦିର ସଂସ୍କାରକୁ ନେଇ ରୁଜୁ ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟ ନୂଆ ବେଞ୍ଚରେ କରାଯିବ। ଜଷ୍ଟିସ୍ ଏ. କେ. ସିକ୍ରି, ଜଷ୍ଟିସ୍ ଏମ୍.ଏ. ଶାହା ଓ ଜଷ୍ଟିସ୍ ଅବଦୁଲ୍ଲ ନଜିରଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ ବୋଲି ଜଣାପଡିଛି। ଅନ୍ୟପକ୍ଷରେ ଶ୍ରୀମନ୍ଦିର ସଂସ୍କାର ସଂପର୍କିତ ମାମଲା ପାଇଁ ନିଯୁକ୍ତ ଆମିକସ୍ କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍ ଅବ୍ୟାହତି ନେବା ପରେ ଆଜି ଏହି ମାମଲା ପାଇଁ ନୂଆ ଆମିକସ୍ କ୍ୟୁରୀ ନିଯୁକ୍ତି ହେବାର ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.