Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଋଷିକୁଲ୍ୟା ନଦୀପଠାରୁ ଆନ୍ଧ୍ରକୁ ବାଲି ଚାଲାଣ ଘଟଣା : ୭ଟି ବାଲି ବୋଝେଇ ଟ୍ରକ୍ ଜବତ କଲା ପୋଲିସ
  • ||
  • ୫ରାଜ୍ୟ ଫେରନ୍ତାଙ୍କ ପାଇଁ ସ୍ବତନ୍ତ୍ର କଟକଣା : ରହିବେ ୭ଦିନ ହୋମ୍ ଆଇସୋଲେସନ୍‌ରେ
  • ||
  • ଅଳ୍ପକେ ବର୍ତ୍ତିଲେ ବିଏସଏଫ ଯବାନ, କମ୍ବିଂ ବେଳେ ବିପୁଳ ପରିମାଣର ବିସ୍ପୋରକ ଜବତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୬ କୋଭିଡ୍ ପଜିଟିଭ୍, ୩୩୭୧୦୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଖୋର୍ଦ୍ଧା : ସାରୁଆରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ସୁପ୍ରିମକୋର୍ଟରେ ମଧ୍ୟପ୍ରଦେଶ ମାମଲା : ଶକ୍ତି ପରୀକ୍ଷଣ ନେଇ ବାଚସ୍ପତିଙ୍କର କଣ ରହିଛି ଅଧିକାର ?

13/04/2020 at 9:44 AM

ନୂଆଦିଲ୍ଲୀ ୧୩।୦୪: ସାରାଦେଶରେ କରୋନା ସ୍ଥିତି ନେଇ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ତେବେ ଲକ୍‌ଡାଉନ୍‌ ସମୟରେ ସୁପ୍ରିମକୋର୍ଟରେ କାର୍ଯ୍ୟ ଚାଲୁ ରହିଛି । ମାନ୍ୟବର କୋର୍ଟ ଭିଡିଓ କନ୍‌ଫରେନ୍ସି ଜରିଆରେ ଗୁରୁତ୍ୱପୂର୍ଣ୍ଣ ମାମଲାର ପରିଚାଳନା କରୁଛନ୍ତି । ତେବେ ଏହି ସମୟରେ ମାନେ ସୋମବାର ଦିନ (ଆଜି) ସୁପ୍ରିମକୋର୍ଟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଆବେଦନ ଉପରେ ରାୟ ପ୍ରଦାନ କରିବେ। ଫ୍ଲୋର ଟେଷ୍ଟ ଓ ଘୋଡା କାରବାର ନେଇ ଏକ ପିଟିସନ ଦାଖଲ କରିଥିଲେ।

ମାର୍ଚ୍ଚ ମାସରେ  ଯେତେବେଳେ ମଧ୍ୟପ୍ରଦେଶର ରାଜନୀତିରେ ବିଶୃଙ୍ଖଳା ଦେଖାଦେଇଥିଲା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ସରକାର ସଙ୍କଟର ସମ୍ମୁଖୀନ ହୋଇଥିଲେ । ସେତେବେଳେ ବିଜେପି ନେତା ଶିବରାଜ ସିଂ ଚୌହ୍ୱାନଙ୍କୁ ଘୋଡା କାରବାର ଅଭିଯୋଗ କରାଯାଇଥିଲା। ତାପରେ ତୁରନ୍ତ ଫ୍ଲୋର ଟେଷ୍ଟ କରିବାକୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା। ଏହା ପରେ ସୁପ୍ରିମକୋର୍ଟ ତୁରନ୍ତ ଫ୍ଲୋର ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରେ  କମଲ ନାଥ ସରକାରଙ୍କୁ ଇସ୍ତଫା ଦେବାକୁ ପଡିଲା। କିନ୍ତୁ ବର୍ତ୍ତମାନ ଅବଶିଷ୍ଟ ବିଷୟ ଉପରେ ନିଷ୍ପତ୍ତି ନିଆଯିବ ଯେଉଁଥିରେ ବାଚସ୍ପତି ଏବଂ ରାଜ୍ୟପାଳଙ୍କ ଅଧିକାର ଉପରେ ଆଲୋଚନା କରାଯାଇପାରିବ।  ବିଶେଷ କଥା ହେଉଛି ସୁପ୍ରିମକୋର୍ଟ ଦେଇଥିବା ନିଷ୍ପତ୍ତି କେବଳ ମଧ୍ୟପ୍ରଦେଶ ପାଇଁ ନୁହେଁ, ଯଦି ଦେଶରେ ଏଭଳି ପରିସ୍ଥିତି ଉପୁଜେ, ତେବେ ଏହା ମଧ୍ୟ ଏକ ପ୍ରସଙ୍ଗ ହୋଇଯିବ।

ପ୍ଲୋର ଟେଷ୍ଟ ପୂର୍ବରୁ କମଲ ନାଥ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଗତ ମାସରେ ମଧ୍ୟପ୍ରଦେଶ ରାଜନୀତିରେ ଅନେକ ଦ୍ୱନ୍ଦ୍ୱ ଦେଖାଦେଇଥିଲା। ଯେତେବେଳେ କିଛି କଂଗ୍ରେସ ବିଧାୟକ ଦଳରୁ ଇସ୍ତଫା ଦେଇ ବାଙ୍ଗାଲୋରରେ ପହଞ୍ଚିଥିଲେ, ପରେ କମଲ ନାଥ ସରକାର ଏକ ସଂଖ୍ୟାଲଘୁରେ ଆସିଥିଲେ। କିନ୍ତୁ ବାଚସ୍ପତି ଏହି ଇସ୍ତଫାକୁ ଅନୁମୋଦନ କରିନାହାଁନ୍ତି, ସେଥିପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲା ବିଜେପି। ଯେତେବେଳେ ସୁପ୍ରିମକୋର୍ଟ ଫ୍ଲୋର ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ, କମଲ ନାଥ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବା ପୂର୍ବରୁ ତାଙ୍କ ପଦ ଛାଡିଥିଲେ। ଏହା ପରେ ଶିବରାଜ ସିଂହ ଚୌହ୍ୱାନ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଥରେ ଶପଥ ଗ୍ରହଣ କରିଥିଲେ।

   Related Posts