ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜି ସୁପ୍ରିମକୋର୍ଟରେ ୩ଟି ଗୁରୁତ୍ବପୂର୍ଣ୍ଣ ମାମଲାର ହେବ ଶୁଣାଣି

3/12/2018 at 9:35 AM

ନୂଆଦିଲ୍ଲୀ ୦୩|୧୨: ଆଜି ୩ଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି । ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ ଜବାବ ରଖିବ ଛତିଶଗଡ଼ । ଅକ୍ଟୋବର ୯ ତାରିଖରେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲରେ ଓଡ଼ିଶା ପକ୍ଷରୁ ୫୭୦ ପୃଷ୍ଠା ସମ୍ବଳିତ ଏକ ଆବେଦନ ଦାଖଲ କରାଯାଇଥିଲା । ମହାନଦୀ ଉପର ମୁଣ୍ଡରେ ପ୍ରକଳ୍ପ ନିର୍ମାଣ ଉପରେ ରୋକ ଲଗାଇବା ତଥା ମହାନଦୀ ଜଳଭଣ୍ଡାର ଜଳକୁ କେତେ ପରିମାଣ ବ୍ୟବହାର କରିବ ସେ ନେଇ ଅନ୍ତରୀଣ ଆଦେଶ ଜାରି କରିବା ପାଇଁ ରାଜ୍ୟ ସରକାର ଆବେଦନରେ ଉଲ୍ଲେଖ କରିଥିଲେ ।

ଅନ୍ୟପଟେ ଜଗନ୍ନାଥ ମନ୍ଦିରରେ ପୋଲିସ ଜୋତା ପିନ୍ଧି ପ୍ରବେଶ କରିବା ମାମଲାରେ ସିବିଆଇ ତଦନ୍ତ ଦାବିକରି ଗତମାସରେ, ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ରିଟ୍ ପିଟିସନ ଉପରେ ଆଜି ଶୁଣାଣି ହେବ । ବିଚାରପତି ମଦନ ବି ଲୋକୁର, ବିଚରପତି ଦୀପକ ଗୁପ୍ତା ଖଣ୍ଡପୀଠରେ ଏହି ମାମଲାର ତାଲିକାଭୁକ୍ତ କରାଯାଇଛି । ତେବେ ମାମଲାରେ ଶୁଣାଣି ପାଇଁ ସୁପ୍ରିମକୋର୍ଟ ଗ୍ରହଣ କରିବେ କି ନାହିଁ ଆଜି ଏହା ସ୍ପଷ୍ଟ ହେବ ।

ସେହିପରି ପୋଲାଭରମ ପ୍ରସଙ୍ଗରେ ମଧ୍ୟ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ବିଚାରପତି ମଦନ ବି ଲୋକୁର, ବିଚାରପତି ଦୀପକ ଗୁପ୍ତା ଏବଂ ବିଚାରପତି ଏସ୍ ଏ ନଜିରଙ୍କ ଖଣ୍ଡପୀଠ ପୋଲାଭରମ ପ୍ରକଳ୍ପ ନେଇ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇପାରନ୍ତି । ଓଡ଼ିଶା ଓ ଛତିଶଗଡ ଜନଶୁଣାଣି କରିବା ନେଇ ଆଜି ଚୁଡାନ୍ତ ରାୟ ଦେବେ ସର୍ବୋଚ୍ଚ ନ୍ୟାୟାଳୟ ।

   Related Posts