Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀ ପୋଲିସକୁ ବଡ ଧରଣର ସଫଳତା, ଅବୈଧ ଅସ୍ତ୍ରଶସ୍ତ୍ର ସହ ୨ଜଣ ଗିରଫ
  • ||
  • ଗଣତନ୍ତ୍ର ଦିବସରେ ୩୮୪ଜଣଙ୍କୁ ମିଳିବ ବୀରତା ପୁରସ୍କାର, ଘୋଷଣା କଲେ ରାଷ୍ଟ୍ରପତି
  • ||
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ: ସାଵରୀମାଲା ମନ୍ଦିରକୁ ପ୍ରବେଶ କରିପାରିବେ ମହିଳା

28/09/2018 at 12:00 PM

ନୂଆ ଦିଲ୍ଲୀ ୨୮/୯ : କେରଳର ପ୍ରସିଦ୍ଧ ମନ୍ଦିର ସାଵରୀମାଲା ମନ୍ଦିରକୁ ମହିଳାମାନେ ପ୍ରବେଶ କରିପାରିବେ | ଏହି ମନ୍ଦିରରେ ୧୦ ବର୍ଷରୁ ୫୦ ବର୍ଷ ବୟସ ମଧ୍ୟରେ ମହିଳାଙ୍କ ପ୍ରବେଶ ଉପରେ ଥିବା କଟକଣା ଉପରେ ବିଚାର କରି ସୁପ୍ରିମକୋର୍ଟ ଏହି ଐତିହାସିକ ରାୟ ପ୍ରଦାନ କରିଛନ୍ତି | ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ, ମହିଳାମାନେ ପୁରୁଷଙ୍କ ଠାରୁ କୌଣସି ଭାବେ କମ ନୁହନ୍ତି | ସୁପ୍ରିମକୋର୍ଟ କହିଛନ୍ତି ଯେ, ଭଗବାନ ଆୟାପ୍ପା ହିନ୍ଦୁ ଥିଲେ | ତେଣୁ ତାଙ୍କ ଭକ୍ତମାନେ ଏହାକୁ ଆଉ ଏକ ଅଲଗା ଧର୍ମ ବୋଲି ବିବେଚନା କରନ୍ତୁ | ଭଗବାନଙ୍କ ସହ ସମ୍ପର୍କ ଦୁଇ ପ୍ରକାରର ହୋଇନପାରେ | ସବୁ ଭକ୍ତମାନଙ୍କୁ ମନ୍ଦିର ମଧ୍ୟକୁ ଯାଇ ପୂଜା କରିବାର ଅଧିକାର ରହିଛି | ପୁରୁଷମାନେ ଯଦି ମନ୍ଦିରକୁ ଯାଇ ପୂଜା କରିପାରନ୍ତି ତାହେଲେ ମହିଳାମାନେ ମଧ୍ୟ ମନ୍ଦିରକୁ ଯାଇ ପୂଜା କରିପାରିବେ | ମହିଳାଙ୍କୁ ମନ୍ଦିରରେ ପ୍ରବେଶ କଟକଣା କରିବା ଦ୍ୱାରା ମହିଳାଙ୍କ ଗାରିମା କ୍ଷୁର୍ଣ୍ଣ ହେବ ବୋଲି ଅଦାଲତ କହିଛନ୍ତି |

ସୂଚନାଯୋଗ୍ୟ ଯେ, ସାଵରୀମାଲା ମନ୍ଦିରର ଭଗବାନ ଆୟାପ୍ପା ବ୍ରହ୍ମଚାରୀ ଥିବାରୁ ଏହି ମନ୍ଦିର ମଧ୍ୟକୁ ୧୫ ବର୍ଷରୁ ଅଧିକ ଓ ୫୦ ବର୍ଷରୁ କମ ବୟସର ମହିଳାଙ୍କ ପ୍ରବେଶ ଉପରେ କଟକଣା ରହିଥିଲା | ମୁଖ୍ୟତଃ ନଭେମ୍ବର ମାସରୁ ଜାନୁଆରୀ ମାସ ମଧ୍ୟରେ ଭକ୍ତମାନେ ମନ୍ଦିର ମଧ୍ୟକୁ ଯାଇ ପୂଜାର୍ଚ୍ଚନା କରନ୍ତି | ବର୍ଷର ଅନ୍ୟ ସମୟ ସାଧାରଣ ଭକ୍ତଙ୍କ ପାଇଁ ବନ୍ଦ ରହିଥାଏ |

   Related Posts