Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି : ସମ୍ପୂର୍ଣ୍ଣ ଉଚ୍ଛେଦ ପ୍ରକ୍ରିୟା ନେଇ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ

3/10/2019 at 11:20 AM

ନୂଆଦିଲ୍ଲୀ ୩।୧୦: ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ହୋଇଛି । ସମ୍ପୂର୍ଣ୍ଣ ଉଚ୍ଛେଦ ପ୍ରକ୍ରିୟା ନେଇ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ କ’ଣ ସବୁ ଭଙ୍ଗା ଯାଇଛି, ଉଚ୍ଛେଦ ପ୍ରକ୍ରିୟା କିଭଳି ଥିଲା ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହାସହ ବିସ୍ଥାପିତଙ୍କୁ କ୍ଷତିପୂରଣ ରାଶି କିଭଳି ଓ କେତେ ଦେଉଛନ୍ତି ତାହା ମଧ୍ୟ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ମଠ ଓ ମନ୍ଦିର ଭଙ୍ଗାଯିବା ନେଇ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଅନ୍ୟ ବୁଦ୍ଧିଜୀବୀମାନଙ୍କର ମଧ୍ୟ ମତ ନେବାକୁ କୁହାଯାଇଛି । ଅକ୍ଟୋବର ୨୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ସୁପ୍ରିମକୋର୍ଟର ବିଚାରପତି ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାକୁ ଶୁଣାଣି କରିଛନ୍ତି ।

ଆମିକସ୍ କ୍ୟୁରି ରଣଜିତ୍ କୁମାରଙ୍କ ଶ୍ରୀମନ୍ଦିର ପରିଦର୍ଶନ ସଂପର୍କିତ ଏକ ନୋଟ୍ ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି । ଗତ ସେପ୍ଟେମ୍ବର ୧୭ ଶୁଣାଣିରେ ଆମିକସ୍ କ୍ୟୁରି ରିପୋର୍ଟ ଦାଖଲ କରିବା ପାଇଁ ଦୁଇ ସପ୍ତାହ ସମୟ ମାଗିଥିଲେ । ଏହାପରେ ଆମିକସ୍ କ୍ୟୁରି ଗତ ମାସ ୨୭ରେ ଏକ ନୋଟ୍  ଦାଖଲ କରିଥିଲେ ।

ଏହି ନୋଟ୍ ରେ ଆମିକସ୍ କ୍ୟୁରି ତାଙ୍କ ସେପ୍ଟେମ୍ବର ୭ରେ ଶ୍ରୀମନ୍ଦିର ପରିଦର୍ଶନ ସମୟରେ ମେଘନାଦ ପ୍ରାଚୀର ଚାରିପଟୁ ୭୫ ମିଟର ପର୍ଯ୍ୟନ୍ତ ଉଚ୍ଛେଦ ପାଇଁ ସରକାରଙ୍କ ଦ୍ବାରା ଯେଉଁ ସବୁ ପଦକ୍ଷେପ ନିଆଯାଇଛି ସେ ସଂପର୍କରେ ଉଲ୍ଲେଖ କରିଥିଲେ ।

   Related Posts