ପ୍ରଶାନ୍ତ ଭୂଷଣ ଅଦାଲତ ଅବମାନନା କେସ୍ : ଜଜ୍ ଙ୍କ ପ୍ରଶ୍ନ, ଓକିଲ ଯଦି ବିଚାରବ୍ୟବସ୍ଥାର ଭରସା ଭାଙ୍ଗିବା ଭଳି କୁହନ୍ତି ତେବେ ସାଧାରଣ ଲୋକ କୋର୍ଟ କିପରି ଆସିବେ ?

Published By : Prameya-News7 Bureau | August 25, 2020 IST

ନୂଆଦିଲ୍ଲୀ ୨୫।୮: ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ଅବମାନନା ମାମଲାର ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଆଟର୍ଣ୍ଣି ଜେନେରାଲ କେ କେ ବେଣୁଗୋପାଳ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ, ଭୂଷଣଙ୍କୁ ଚେତାବନୀ ଦେଇ ଛାଡିଦେବା ଉଚିତ୍ । ଏହାର ଜବାବ ଦେଇ ବିଚାରପତି କହିଥିଲେ ମାତ୍ର ଭୂଷଣଙ୍କ ଜବାବ ପୂର୍ବାପେକ୍ଷା ଅଧିକ ଅପମାନଜନକ । ପ୍ରଶାନ୍ତ ଭୂଷଣ ଏହି ମାମଲାରେ ଅବମାନନାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଭୂଷଣ କ୍ଷମା ମାଗିବାକୁ ନେଇ ଲିଖିତ ଭାବେ ଏକ ବୟାନ ଜମା ଦେଇଛନ୍ତି ଏବଂ ତାଙ୍କ ଟ୍ବିଟ୍ ରେ ଉଦ୍ଦେଶ୍ୟ ଦର୍ଶାଇଛନ୍ତି । ବର୍ତ୍ତମାନ ସୁପ୍ରିମକୋର୍ଟ ନିଷ୍ପତ୍ତି ନେବେ ଏହାକୁ ସ୍ବୀକାର କରାଯିବ ବା ନାହିଁ ।

ଶୁଣାଣି ବେଳେ ବିଚାରପତି କହିଥିଲେ ଯଦି ଆଇନଜୀବୀ ନ୍ୟାୟାପାଳିକାରେ ଲୋକଙ୍କ ଭରସାକୁ ଭାଙ୍ଗିବା ଭଳି ବୟାନ ଦେବେ ତେବେ ଲୋକ କୋର୍ଟ କହିଁକି ଆସିବେ । ଆମେ ମଧ୍ୟ ପୂର୍ବରୁ ଆଇନଜୀବୀ ଥିଲୁ । ଆପଣଙ୍କଠାରୁ ଭିନ୍ନ ନାହୁଁ । ଆଲୋଚନାକୁ ସ୍ବାଗତ କରୁଛୁ । ମାତ୍ର ଲୋକଙ୍କ ବିଶ୍ବାସକୁ ଭାଙ୍ଗିବାକୁ ପ୍ରୟାସ କରିବା ଅନୁଚିତ୍ ।

ଶୁଣାଣି ବେଳେ ବିଚାରପତି ଆଟର୍ଣ୍ଣି ଜେନେରାଲଙ୍କୁ କହିଥିଲେ ଯେ, ଆପଣ କୁହନ୍ତୁ ଯଦି ଦଣ୍ଡ ଦିଆଯାଏ ତେବେ କ’ଣ ଦଣ୍ଡ ଦିଆଯିବ । ଏହାପରେ ଆଟର୍ଣ୍ଣିଂ ଜେନେରାଲ କହିଥିଲେ ଯେ, ଆପଣ କହିଦିଅନ୍ତୁ ଯେ ଭବିଷ୍ୟର ଏଭଳି ବୟାନ ଦେବେନାହିଁ । ଏହା ପରେ ବିଚାରପତି କହିଥିଲେ ଯେ, ମୁଁ ଜାଣିଛି ଖି ଦୁନିଆରେ ସମସ୍ତେ ଠିକ୍ ନୁହନ୍ତି । ଭୁଲ୍ ସମସ୍ତଙ୍କର ହୁଏ । ମାତ୍ର ଭୁଲ୍ କରୁଥିବା ଲୋକ ଏହା ହୃଦୟଙ୍ଗମ କରିବା ଉଚିତ୍ । ଆମେ ତାଙ୍କୁ ମୌକା ଦେଇଥିଲୁ । ମାତ୍ର ସେ କହିଥିଲେ ଯେ, କ୍ଷମା ମାଗିବାକୁ ଚାହୁଁନାହାନ୍ତି ।

ବିଚାରପତି କହିଥିଲେ ଯେ, ପ୍ରଶାନ୍ତ ଭୂଷଣ କାହାରିକୁ ବି ଛାଡିନଥିଲେ । ପୂର୍ବତନ ଚିଫ୍ ଜଷ୍ଟିସ୍ ଅଫ୍ ଇଣ୍ଡିଆଙ୍କୁ ପଦରୁ ହଟାଇବା ପାଇଁ ସାଂସଦଙ୍କ ପ୍ରସ୍ତାବ ପ୍ରସଙ୍ଗ ଉଠାଇଥିଲେ । ଅଯୋଧ୍ୟା ଏବଂ ଅନ୍ୟ କିଛି ମାମଲାକୁ କୋର୍ଟ ପକ୍ଷରୁ ଅଧିକ ଗୁରୁତ୍ବ ଦିଆଯାଉଥିବା କଥା ମଧ୍ୟ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.