ସୁପ୍ରିମ୍‌କୋର୍ଟରେ ଆଜି ପୋଲାଭରମ୍ ପ୍ରକଳ୍ପର ଶୁଣାଣି

Published By : Prameya-News7 Bureau | November 29, 2018 IST

ନୂଆଦିଲ୍ଲୀ ୨୯|୧୧:  ପୋଲାଭରମ ପ୍ରକଳ୍ପ ଶୁଣାଣି ଆଜି । ପୋଲାଭରମ ପ୍ରକଳ୍ପର କାର୍ଯ୍ୟବନ୍ଦ ଆଦେଶକୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ସ୍ଥଗିତ ରଖିବା ମାମଲାରେ ଆଜି ଚୂଡ଼ାନ୍ତ ଶୁଣାଣି କରିବେ ସୁପ୍ରିମକୋର୍ଟ । ଏନେଇ ସମସ୍ତ ପକ୍ଷ ସୁପ୍ରିମକୋର୍ଟରେ ଜବାବ ଦାଖଲ କରିଛନ୍ତି । ଆଜି ସବୁ ପକ୍ଷଙ୍କ ଯୁକ୍ତି ଶୁଣିବେ ସୁପ୍ରିମକୋର୍ଟଙ୍କ ୨ ଜଣିଆ ଖଣ୍ଡପୀଠ । ପୋଲାଭରମ ପ୍ରକଳ୍ପ ବିରୋଧରେ ଥିବା ମୂଳ ମାମଲାର ଶୁଣାଣି ପାଇଁ ସୁପ୍ରମକୋର୍ଟ ୧୩ଟି ପ୍ରସଙ୍ଗ ଧାର୍ଯ୍ୟ କରିଛନ୍ତି । କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ, ପୋଲାଭରମ ପ୍ରକଳ୍ପର କାର୍ଯ୍ୟବନ୍ଦ ଆଦେଶକୁ ଲଗାତାର ସ୍ଥଗିତ ରଖି ଆନ୍ଧ୍ରପ୍ରଦେଶକୁ କାର୍ଯ୍ୟ ପାଇଁ ଅନୁମତି ଦେବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଛି । ଏହା ପୂର୍ବରୁ ୨ଥର ଏହି ମାମଲାର ଶୁଣାଣି ଘୁଞ୍ଚିଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ, ଆଜି ଶୁଣାଣି ସମୟରେ, ପ୍ରକଳ୍ପ କାର୍ଯ୍ୟବନ୍ଦ ନେଇ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଓଡିଶା ମୁଖ୍ୟମନ୍ତ୍ରୀ ଯେଉଁ ପତ୍ର ଲେଖିଛନ୍ତି ସେନେଇ ନଥିପତ୍ର ଦାଖଲ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.