Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ନେଇ ଆଗତ ମାମଲାର ସୁପ୍ରିମକୋର୍ଟରେ ଶୁଣାଣି ଶୁକ୍ରବାର

15/08/2019 at 10:25 PM

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ନେଇ ଭାରତ ସରକାରଙ୍କ ପଦକ୍ଷେପ ବିରୋଧରେ ଆଗତ ମାମଲାଗୁଡିକର ସୁପ୍ରିମକୋର୍ଟ ଶୁକ୍ରବାର ଶୁଣାଣି କରିବେ। ସରକାର ଅପ୍ରତ୍ୟାସୀତ ଭାବେ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ବେଳେ ରାଷ୍ଟ୍ରପତି ମଧ୍ୟ ଏହାକୁ ଅନୁମୋଦନ କରିଛନ୍ତି। ଯାହାକୁ ଆବେଦନକାରୀ ମାନେ ଅସମ୍ବିଧାନିକ ବୋଲି କହିବା ସହ କୋର୍ଟଙ୍କ ଶରଣାପନ୍ନ ହୋଇଛନ୍ତି।

ପ୍ରସଙ୍ଗରେ କାଶ୍ମୀର ଟାଇମସର କାର୍ଯ୍ୟନିର୍ବାହୀ ସମ୍ପାଦିକା ଅନୁରାଧା ଭସୀନଙ୍କ ଆବେଦନ ଉପରେ ମଧ୍ୟ ଏହି ଏକା ସମୟରେ କୋର୍ଟ ଶୁଣାଣି କରିବେ। ଭସିନ ଏଥିରେ ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ନିମନ୍ତେ ରାଜ୍ୟର ସାମ୍ବାଦିକମାନଙ୍କ ଉପରେ ଲଗାଯାଇଥିବା କଟକଣା ହଟାଇବାକୁ ଏଥିରେ ନିବେଦନ କରିଛନ୍ତି। ସୂଚନା ଯୋଗ୍ୟ ଯେ ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ସହ ସରକାର ଜମ୍ମୁ-କାଶ୍ମୀରକୁ ଦୁଇଟି ପୃଥକ କେନ୍ଦ୍ର ଶାସିତ ପ୍ରଦେଶରେ ପରିବର୍ତ୍ତନ କରିଛନ୍ତି। ତେବେ ଏଥିପାଇଁ ସୁରକ୍ଷାଗତ କାରଣ ନିମନ୍ତେ କିଛି ସତର୍କତା ଅବଲମ୍ବନ କରାଯାଇଥିଲା। ଏଥିରେ ସମ୍ବାଦପତ୍ର ଓ ସାମ୍ବାଦିକଙ୍କୁ ମଧ୍ୟ କଟକଣା ପରିସର ଭୁକ୍ତ କରାଯାଇଛି।

ତେବେ ଏହା ପୂର୍ବରୁ କାଶ୍ମୀରରେ ଲଗାତାର ଫୋନ, ଇଣ୍ଟରନେଟ୍, କେବୁଲ ଟିଭି, ମୋବାଇଲ ଆଦି ସେବା ବନ୍ଦ କରିଦିଆଯାଉଥିବାରୁ ଏହା ବିରୋଧରେ ଆଗତ ପିଟିସନ ଉପରେ ଶୁଣାଣି କରିବେ ନାହିଁ ବୋଲି ସୁପ୍ରିମକୋର୍ଟ ପୂର୍ବରୁ ମନା କରିଦେଇଛନ୍ତି। କାଶ୍ମୀରରେ ଉପୁଜିଥିବା ପରିସ୍ଥିତି ସାମାନ୍ୟ ହେବା ପର୍ଯ୍ୟନ୍ତ ଏଥିପାଇଁ ସରକାରଙ୍କୁ କିଛି ସମୟ ଦିଆ ଯିବା ଦରକାର ବୋଲି କୋର୍ଟ କହିଥିଲେ। ତେବେ କାଶ୍ମୀରରେ ବର୍ତ୍ତମାନର ପରିସ୍ଥିତିରେ ରାଜନେତାମାନଙ୍କ ଉପରୁ  କଟକଣା ହଟାଇବା ମାମଲାରେ ନ୍ୟାୟିକ କମିଶନ ବସାଇବାକୁ ଆଗତ ମାମଲା ଗୁଡିକର କୋର୍ଟ ଶୁଣାଣି କରିବେ।

   Related Posts