Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ହୋଇଥିବା ହିଂସା ଘଟଣା ସହ ଜଡିତ ଜନହିତ ଯାଚିକା ଉପରେ ବୁଧବାର ଦିନ ଶୁଣାଣି କରିବେ ସୁପ୍ରିମକୋର୍ଟ

2/02/2021 at 11:47 AM

ନୂଆଦିଲ୍ଲୀ ୦୨/୦୨ :  କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନରତ କୃଷକ ଜାନୁଆରୀ ୨୬ ତାରିଖରେ ଦିଲ୍ଲୀରେ ଘଟାଇଥିବା ହିଂସା ବିରୋଧରେ ଜନହିତ ଯାଚିକା ଉପରେ ବୁଧବାର ଦିନ ଶୁଣାଣି ହେବ। ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସଏ ବୋବଡେଲଙ୍କ ଅଧ୍ୟକ୍ଷ ବେଞ୍ଚ ମାମଲାର ଶୁଣାଣି କରିବେ।

ଗଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ରାଲିରେ ହୋଇଥିବା ହିଂସା ସମ୍ବନ୍ଧରେ ସୁପ୍ରିମକୋର୍ଟରେ ଜାନୁଆରୀ ୨୭ ତାରିଖରେ ଦୁଇଟି ଯାଚିକା ଦାଖଲ ହୋଇଥିଲା। ଗୋଟିଏ ଯାଚିକାରେ ଯାଞ୍ଚ ପାଇଁ ଆଯୋହା ଗଠନ ପାଇଁ ଅନୁରୋଧ କରାଯାଇଥିଲା। ଅନ୍ୟଟିରେ ଗଣମାଧ୍ୟମକୁ ନିର୍ଦ୍ଦେଶ ଦେବାକୁ କୁହାଯାଇଥିଲା ଯେ ବିନା ପ୍ରମାଣରେ କୌଣସି କୃଷକଙ୍କୁ ଆତଙ୍କବାଦୀ ଆଖ୍ୟା ନ ଦିଅନ୍ତୁ।

କେନ୍ଦ୍ରର ନୂଆ କୃଷି ଆଇନ ରଦ୍ଦ କରିବା ଦାବିରେ ମଙ୍ଗଳବାର ଦିନ ହଜାର ହଜାର ସଂଖ୍ୟାରେ କୃଷକ ଟ୍ରାକ୍ଟର ରାଲି କରିଥିଲେ। କିନ୍ତୁ କିଛି ସମୟରେ ରାଲି ହିଂସାର ରୂପ ନେଇଥିଲା । ରାଜଧାନୀ ରାସ୍ତାରେ ଅରାଜକତା ଦେଖିବାକୁ ମିଳିଥିଲା। ଅନେକ ସ୍ଥାନରେ ପ୍ରଦର୍ଶନକାରୀ ପୋଲିସ ବ୍ୟାରିକେଡ୍ ଭାଙ୍ଗି ଦେଇଥିଲେ, ପୋଲିସକର୍ମୀଙ୍କୁ ଆକ୍ରମଣ କରିଥିଲେ, ଅନେକ ଗାଡି ଭଙ୍ଗାରୁଜା କରିଥିଲେ, ଲାଲ କିଲ୍ଲାରେ ଧାର୍ମିକ ଧ୍ବଜା ଲଗାଇଥିଲେ।

ଆଇନଜୀବୀ ତଥା ଆବେଦନକାରୀ ବିଶାଳ ତିୱାରୀ ଦ୍ୱାରା ଦାଖଲ ଯାଚିକାରେ ହିଂସା ଓ ରାଷ୍ଟ୍ରୀୟ ଧ୍ବଜାର ଅପମାନ ପାଇଁ ଦାୟୀ ଲୋକ କିମ୍ବା ସଂଗଠନ ବିରୋଧରେ ସମ୍ବନ୍ଧିତ ଧାରା ଅନୁଯାୟୀ ପ୍ରାଥମିକ ମାମଲା ରୁଜ୍ଜୁ କରି ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଥିଲା। ଦାଖଲ ଯାଚିକାରେ କୁହାଯାଇଥିଲା ଯେ ଶୀର୍ଷ ଅଦାଲତର ସେବା ନିବୃତ ନ୍ୟାୟାଧୀଶଙ୍କ ଅଧ୍ୟକ୍ଷତାରେ ୩ ସଦସ୍ୟ ବିଶିଷ୍ଟ ଯାଞ୍ଚ ଆୟୋଗ ଗଠନ କରାଯାଉ ଯିଏ ଏହି ମାମଲାରେ ସାକ୍ଷୀ ପ୍ରମାଣ ଏକତ୍ରିତ କରି ସମୟବଦ୍ଧ ତରିକାରେ ନ୍ୟାୟାଳୟରେ ରିପୋର୍ଟ ଉପସ୍ଥାପନା କରିବେ।

ଯାଚିକାରେ କୁହାଯାଇଛି ଯେ କୃଷି ଆନ୍ଦୋଳନ ଦୁଇ ମାସରୁ ଅଧିକ ସମୟ ହେଲା ଶାନ୍ତିପୂର୍ବକ ଚାଲିଥିଲା କିନ୍ତୁ ଗଣତନ୍ତ୍ର ଦିବସରେ ଏହା ହିଂସାରେ ପରିଣତ ହୋଇଥିଲା ଯାହା ଏକ ଗମ୍ଭୀର ମାମଲା। ରାଷ୍ଟ୍ରୀୟ ସୁରକ୍ଷା ଓ ଜନହିତରେ ଏହି ପ୍ରଶ୍ନ ବିଚାରଯୋଗ୍ୟ ଯେ ହିଂସା ପାଇଁ ଦାୟୀ କିଏ ? ଉଭୟ ପକ୍ଷରୁ ଆରୋପ ଲଗାଯାଉଛି, ସେଥିପାଇଁ ମାମଲାର ଯାଞ୍ଚ କୌଣସି ସ୍ୱତନ୍ତ୍ର ଏଜେନ୍ସି କରିବା ଉଚିତ।

ଆଉ ଏକ ଯାଚିକାରେ ସେ କହିଛନ୍ତି ଯେ, କୃଷକଙ୍କ ବିରୋଧ ପ୍ରଦର୍ଶନ ବିରୋଧରେ ଷଡଯନ୍ତ୍ର ରଚାଯାଇଛି ଏବଂ ବିନା ପ୍ରମାଣରେ କୌଣସି ଚାଷୀଙ୍କୁ ଆତଙ୍କବାଦୀ ଆଖ୍ୟା ଦିଆଯାଇଛି। କୌଣସି ପ୍ରମାଣ ବିନା ମିଛ ଆରୋପ ନ ଲଗାଇବାକୁ ଏବଂ କୃଷକଙ୍କୁ ଆତଙ୍କବାଦୀ ଆଖ୍ୟା ନ ଦେବାକୁ ଗଣମାଧ୍ୟମକୁ ନିର୍ଦ୍ଦେଶ ଦେବାକୁ ସେ ଅନୁରୋଧ କରିଛନ୍ତି।

   Related Posts