Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ନିର୍ଭୟା ଦୋଷୀଙ୍କ ଡେଥ୍ ୱାରେଣ୍ଟ ଉପରେ ଶୁକ୍ରବାର ଶୁଣାଣି କରିବେ ସୁପ୍ରିମକୋର୍ଟ

6/02/2020 at 11:57 AM

ନୂଆଦିଲ୍ଲୀ ୦୬/ ୦୨-  ନିର୍ଭୟା ଦୋଷୀଙ୍କୁ  ଫାଶି ଲାଗି  ଜାରି ହେବ ସାନି ଡେଥ୍ ୱାରେଣ୍ଟ । ତେବେ ଏହି ଡେଥ୍ ୱାରେଣ୍ଟ କେବେ ଜାରି ହେବ ତାହାର ଫଇସାଲା କରିବେ ସୁପ୍ରିମକୋର୍ଟ । ଏବଂ ସେହି ଶୁଣାଣି ଆସନ୍ତାକାଲି , ଅର୍ଥାତ ଶୁକ୍ରବାର ଦିନ କରିବେ ସର୍ବୋଚ୍ଚ ଅଦାଲତ । ଦିଲ୍ଲୀ ହାଇକୋର୍ଟଙ୍କ ରାୟ ବିରୋଧରେ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ସରକାର କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି । ଉଭୟ ସରକାର ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କ ଫାଶୀ ଦଣ୍ଡାଦେଶକୁ କାର୍ଯ୍ୟକାରୀ କରିବା ଲାଗି  ଡେଥ ୱାରେଣ୍ଟ  ଜାରି କରିବାକୁ ଆବେଦନ କରିଛନ୍ତି । ଗୁରୁବାର ଅତିରିକ୍ତ ସଲିସିଟର ଜେନେରାଲ କେ.ଏମ୍. ନଟରାଜ  ବିଚାରପତି  ଏନ୍‌.ଭି. ରମଣାଙ୍କ ନେତୃତ୍ୱାଧିନ ଖଣ୍ଡପୀଠରେ ଏହି ଆବଦନ ରଖି ତ୍ୱରିତ ଶୁଣାଣୀ ଲାଗି ନିବେଦନ କରିଥିଲେ । ତେବେ ବିଚାରପତି ଶୁକ୍ରବାର ମାମଲାକୁ ତାଲିକାଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେଣୁ ଆସନ୍ତାକାଲି ହିଁ ମାମଲାର ଶୁଣାଣୀ ହେବ । ୨୦୧୨ ରେ ୨୩ ବର୍ଷୀୟା ପାରାମେଡିକାଲ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ପରେ ହତ୍ୟା କରିଥିବା  ଦୋଷୀଙ୍କ ଫାଶୀର ଫଇସଲା କାଲିକୁ ଘୁଞ୍ଚିଛି ।  

  ଦିଲ୍ଲୀ ହାଇକୋର୍ଟ ବୁଧବାର ଶୁଣାଇଥିବା ରାୟରେ ନିର୍ଭୟା କାଣ୍ଡର ୪ ଦୋଷୀଙ୍କୁ ଏକକାଳୀନ ଫାଶି ଲାଗି ନିର୍ଦ୍ଦେଶ ଦେଇଥିଲେ । ୪ ଦୋଷୀଙ୍କ ମଧ୍ୟରୁ ୨ ଜଣ ଦୋଷୀଙ୍କର କିଛି ଆଇନଗତ ବିକଳ୍ପ ବାକି ନଥିବା ବେଳେ ଅତିକମରେ ସେହି ଦୁଇ ଜଣଙ୍କୁ ଫାଶୀ ଦେବାକୁ ସରକାର କରିଥିବା ଆବେଦନକୁ ମଧ୍ୟ ହାଇକୋର୍ଟ ଆଗ୍ରାହ୍ୟ କରିଥିଲେ । ଦିଲ୍ଲୀ ହାଇକୋର୍ଟ ସେହି ରାୟ ଦେବା ବେଳେ ଏକ “ ଦୁର୍ଭାଗ୍ୟଜନକ “ ମାମାଲାରେ ସୁପ୍ରିମକୋର୍ଟଙ୍କ ରାୟର ଉଦାହରଣ ଦେଇଥିଲେ । ଯେଉଁ ମାମାଲାରେ କି ଜଣେ ଦୋଷୀକୁ ମୃତ୍ୟୁ ଦଣ୍ଡ ପରେ ତାର ସହଯୋଗୀ ଦୋଷୀର ମୃତ୍ୟୁ ଦଣ୍ଡ ଆଜୀବନକୁ ପରିବର୍ତ୍ତିତ ହୋଇଥିଲା । ତେଣୁ ନିର୍ଭୟା ମାମାଲାରେ ୪ ଦୋଷୀଙ୍କୁ ଏକକାଳୀନ ଫାଶୀ ସପକ୍ଷରେ ମତ ରଖିଥିଲେ ହାଇକୋର୍ଟ ।  ତାହାକୁ ହିଁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି କେନ୍ଦ୍ର ଏବଂ ଦିଲ୍ଲୀ ସରକାର । ତେବେ ୪ ଦୋଷୀଙ୍କ ମଧ୍ୟରୁ ବୁଧବାର ସୁଦ୍ଧା ୩ ଜଣଙ୍କ କ୍ଷମା ଯାଚିକା ଖାରଜ ହୋଇସାରିଥିବା ବେଳେ ଚତୁର୍ଥ ଦୋଷୀ ପୱନ ଗୁପ୍ତା କ୍ୟୁରେଟିଭ୍ ପିଟିସନ ଦେଇ ନଥିବା ବେଳେ ରାଷ୍ଟ୍ରପତିଙ୍କୁ ମଧ୍ୟ କ୍ଷମାପ୍ରାର୍ଥନା କରିନାହିଁ । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲିର ଶୁଣାଣୀ ୪ ଦୋଷୀଙ୍କ ଫାଶୀ ଉପରେ ନିର୍ଣ୍ଣାୟକ ନିଷ୍ପତ୍ତି ନେବା ଆଶା କରାଯାଏ ।

   Related Posts