Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୁଶାନ୍ତଙ୍କ ମାମଲାର ଯାଞ୍ଚ କାହା ହାତରେ ,ମୁମ୍ବାଇ ପୋଲିସ୍ ନା ସିବିଆଇ? ଆଜି ସୁପ୍ରିମ କୋର୍ଟ ନେବେ ବଡ଼ ନିଷ୍ପତ୍ତି

19/08/2020 at 9:06 AM

ମୁମ୍ବାଇ ୧୯/୮: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୨ମାସ ବିତି ସାରିଛି। କିନ୍ତୁ ଏବେ ସୁଦ୍ଧା ଏହି ମାମଲାର ଯାଞ୍ଚ କିଏ କରିବ ତାହା ସ୍ଥିର ହୋଇପାରୁନାହିଁ। ଯାହା ଫଳରେ ସୁଶାନ୍ତଙ୍କ ଆତ୍ମହତ୍ୟାର କାରଣ ଜଣା ପଡ଼ିପାରୁ ନାହିଁ। ବୁଧବାର ସୁଶାନ୍ତଙ୍କ ମାମଲାକୁ ନେଇ ସୁପ୍ରିମ କୋର୍ଟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଶୁଣାଇବେ। ଯାହା ପରେ ଏହି ମାମଲା ମୁମ୍ବାଇ ପୋଲିସ ହାତରେ ଯିବ ନା ସିବିଆଇକୁ ଏହାକୁ ନେଇ ନିଷ୍ପତ୍ତି ହେବ।

ଆଜି ସକାଳେ ୧୧ଟାବେଳେ ସୁପ୍ରିମ କୋର୍ଟ ରିୟା ଚକ୍ରବର୍ତ୍ତୀଙ୍କ ଆବେଦନ ଉପରେ ନିଷ୍ପତ୍ତି ଶୁଣାଇବେ। ବିଚାରପତି ହୃଷିକେଶ ରାୟଙ୍କ ଖଣ୍ଡପୀଠ ନିଷ୍ପତ୍ତି ଶୁଣାଇବେ। ରିୟାଙ୍କ ବିରୋଧରେ ସୁଶାନ୍ତଙ୍କ ବାପା ପଟନାର ରାଜୀବ ନଗର ଥାନାରେ ମାମଲା ରୁଜୁ କରାଇଥିଲେ। କେକେ ସିଂହଙ୍କ ଅଭିଯୋଗ ରହିଛି ଯେ ରିୟା ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିଲେ।

ସୁଶାନ୍ତଙ୍କ ବାପାଙ୍କ ଅଭିଯୋଗ ପରେ ଇଡି ଏବଂ ସିବିଆଇ ମାମଲାର ତଦନ୍ତରେ ଲାଗିପଡ଼ିଛି। ଇଡି ଏବଂ ସିବିଆଇ ଏହି କେସ୍ ଜଡ଼ିତ ଅନେକ ଲୋକଙ୍କୁ ପଚରାଉଚୁରା କରି ସାରିଛି। ସୁଶାନ୍ତଙ୍କ ମାମଲାକୁ ନେଇ ଦେଶବ୍ୟାପି ଲୋକ,ଫିଲ୍ମ-ଟିଭି ଷ୍ଟାର ସିବିଆଇ ଦାବି କରିଛନ୍ତି। ସୁଶାନ୍ତଙ୍କ ପରିବାର ଏବଂ ତାଙ୍କ ସମ୍ପର୍କୀୟ ଲୋକ ଏହି ମାମଲାର ନିସ୍ପକ୍ଷତା ପାଇଁ ସିବିଆଇ ଯାଞ୍ଚ ଚାହୁଁଛନ୍ତି।

  

 

   Related Posts