ଅଯୋଧ୍ୟା ରାମ ଜନ୍ମଭୂମି ବିବାଦ, ସୁପ୍ରିମକୋର୍ଟରେ ମଧ୍ୟସ୍ଥତା ପ୍ୟାନେଲଙ୍କ ଅନ୍ତରିଣ ରିପୋର୍ଟ ଦାଖଲ, ଅଗଷ୍ଟ ୧୬ରେ ପରବର୍ତ୍ତି ଶୁଣାଣି

Published By : Prameya-News7 Bureau | May 10, 2019 IST

ନୂଆଦିଲ୍ଲୀ ୧୦।୫:  ଅଯୋଧ୍ୟା ରାମ ଜନ୍ମଭୂମି ବିବାଦର ସମାଧାନ ଲାଗି ମଧ୍ୟସ୍ଥ ନିଯୁକ୍ତି ପରେ ଶୁକ୍ରବାର ସୁପ୍ରିମକୋର୍ଟରେ ମାମଲାର ପ୍ରଥମ ଶୁଣାଣି ହୋଇଛି । ମୁଖ୍ୟ ବିଚାରପତି ରଞ୍ଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ସଦସୀୟ ସାମ୍ବାଧାନିକ ଖଣ୍ଡପୀଠ ଏହି ଶୁଣାଣି କରିଛନ୍ତି ।   ଶୁଣାଣି ବେଳେ ଜଷ୍ଟିସ ଏଫ.ଏମ.ଆଇ. ଖଲିଫୁଲ୍ଲା ମୋହରବନ୍ଦ ଲଫାପାରେ ଖଣ୍ଡପୀଠଙ୍କୁ ମଧ୍ୟସ୍ଥତା ପ୍ୟାନେଲଙ୍କ ଅନ୍ତରିଣ ରିପୋର୍ଟ ଦାଖଲ କରିବାସହ ସମ୍ପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଅଧିକ ସମୟ ଦେବାକୁ ନିବେଦନ କରିଥିଲେ। ସାମ୍ବିଧାନିକ ଖଣ୍ଡପୀଠ ଏହି ନିବେଦନକୁ ଗ୍ରହଣ କରିବା ସହ ମଧ୍ୟସ୍ଥତା ପ୍ୟାନେଲଙ୍କୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ସମୟ ମଞ୍ଜୁର କରିଛନ୍ତି ।

{"id":110544}

ରାମ ଜନ୍ମଭୂମି ବିବାଦ ଦୀର୍ଘ ଦଶକରୁ ସୁପ୍ରିମକୋର୍ଟଙ୍କ ବିଚାରାଧୀନ ରହିଛି । ତେବେ ନ୍ୟାୟିକ ପ୍ରକ୍ରିୟା ବଦଳେ ମଧ୍ୟସ୍ଥତା ମାଧ୍ୟମରେ ସମସ୍ୟାର ସମାଧାନ ସମ୍ଭବ ବୋଲି ଫେବୃଆରୀ ୨୬ ତାରିଖରେ କହିଥିଲେ ମୁଖ୍ୟ ବିଚାରପତି। ଏଣୁ ଗତ ମାର୍ଚ୍ଚ ୮ ତାରିଖରେ ଅବସରପ୍ରାପ୍ତ ବିଚାରପତି ଫକିର ମୋହମ୍ମଦ ଇବ୍ରାହିମ କଲିଫୁଲ୍ଲାଙ୍କ  ଅଧ୍ୟକ୍ଷତାରେ ୩ ସଦସୀୟ ମଧ୍ୟସ୍ଥତା ପ୍ୟାନେଲ ଗଠିତ ହୋଇଥିଲା। 

{"id":110546}

ମଧ୍ୟସ୍ଥତା ପ୍ୟାନେଲକୁ ସମାଧାନର ବାଟ ବାହାର କରିବା ପାଇଁ ମୁଖ୍ୟ ବିଚାରପତି ୮ ସପ୍ତାହ ସମୟ ଦେବା ସହ ୪ ସପ୍ତାହ ସୁଦ୍ଧା କାର୍ଯ୍ୟରେ ଅଗ୍ରଗତି ନେଇ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁସାରେ ପ୍ୟାନେଲ କାର୍ଯ୍ୟାରମ୍ଭ କରିବାର ୪ ସପ୍ତାହ ପରେ  ଅନ୍ତରୀଣ ରିପୋର୍ଟ ଦାଖଲ କରିଥିବା ବେଳେ କୋର୍ଟ ତାକୁ ଗୋପନ ରଖିଛନ୍ତି । କମିଟିରେ ଅଧ୍ୟକ୍ଷ୍. ଜଷ୍ଟିସ କଲିଫୁଲ୍ଲାଙ୍କ ବ୍ୟତୀତ ଆଧ୍ୟାତ୍ମିକ ଗୁରୁ ରବି ଶଙ୍କର ଓ ବରିଷ୍ଠ ଓକିଲ ଶ୍ରୀରାମ ପଞ୍ଚୁ ପ୍ରମୁଖଙ୍କୁ ସଦସ୍ୟ କରାଯାଇଛି।   ପ୍ୟାନେଲ ଗଠନକୁ ୨ ମାସ ପୁରଣ ହୋଇଥିବା ବେଳେ ନିର୍ଦ୍ଦେଶମତେ ପ୍ୟାନେଲ କୋର୍ଟଙ୍କୁ ତାଙ୍କର ରିପୋର୍ଟ ପ୍ରଦାନ କରିଛନ୍ତି ।   

{"id":110547}

ରାମଜନ୍ମଭୂମି ବିବାଦ କ'ଣ ?
ଏଲହାବାଦ ହୋଇକୋର୍ଟ ୨୦୧୦ ମସିହାରେ ରାମ ଜନ୍ମଭୂମି ବିବାଦର ରାୟ ଘୋଷଣା କରିଥିଲେ। ଏଥିରେ କୋର୍ଟ ବିବାଦୀୟ ଭୂମିକୁ ୩ ସମାନ ଭାଗରେ ବାଣ୍ଟିଦେବାକୁ ଆଦେଶ ଦେଇଥିଲେ।  ରାମଲାଲା, ନିର୍ମୋହୀ ଆଖଡା ଓ ସୁନ୍ନି ଓ୍ବାକଫ ବୋର୍ଡ ମଧ୍ୟରେ ଏହି ଜମି ବାଣ୍ଟିବାକୁ କୋର୍ଟ ନିର୍ଦେଶ ଦେଇଥିଲେ। ତେବେ ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ପକ୍ଷମାନେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ଭୂମି ଉପରେ ଏବେ କୋର୍ଟଙ୍କ ରହିତାଦେଶ ବଳବତ୍ତର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.