Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଆର୍‌ଟିଆଇ ନିୟମରେ ସୁପ୍ରିମକୋର୍ଟଙ୍କ ବଡ ଫଇସଲା- ଏହି ଆଇନ ଅଧୀନରେ ଆସିବ ପ୍ରଧାନବିଚାରପତିଙ୍କ କାର୍ଯ୍ୟାଳୟ

13/11/2019 at 4:49 PM

ନୂଆଦିଲ୍ଲୀ ୧୩।୧୧ – ସୂଚନା ଅଧିକାର ବା ଆର୍‌ଟିଆଇ ନିୟମରେ ସୁପ୍ରିମକୋର୍ଟ ଏକ ରାୟ ପ୍ରଦାନ କରିଛନ୍ତି । ଏବେ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ଏହି ଆଇନ ଅଧୀନରେ ଆସିବ । ବୁଧବାରରେ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ଏବେ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ସୂଚନା ଅଧିକାର ନିୟମ ବା ଆର୍‌ଟିଆଇ ନିୟମ ଅଧୀନରେ ଆସିବ । ମାତ୍ର ଏହି କାର୍ଯ୍ୟାଳୟରେ ଗୋପନୀୟତା ପ୍ରତି ଦୃଷ୍ଟି ଦିଆଯିବ ।

ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ, ଜଷ୍ଟିସ ଏସ୍‌ ଖାନ୍ନା , ଜଷ୍ଟିସ ଗୁପ୍ତା ଓ ଡିବିଆଇ ଚନ୍ଦ୍ରଚୂଡ ଓ ଜଷ୍ଟିସ ରମନ୍ନାଙ୍କ ଖଣ୍ଡପୀଠ ଏହି ରାୟ ପ୍ରଦାନ କରିଛନ୍ତି । ସୁପ୍ରିମକୋର୍ଟ ସମ୍ବିଧାନର ଧାରା ୧୨୪ ଅନୁସାରେ ଏହି ରାୟ ପ୍ରଦାନ କରିଛନ୍ତି ।୨୦୧୦ ମସିହାରେ ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟକୁ କାଏମ୍‌ ରଖିଛନ୍ତି ।

ଜଷ୍ଟିସ ସଞ୍ଜିବ ଖାନ୍ନା ଦେଇଥିବା ରାୟକୁ ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ ଓ ଜଷ୍ଟି, ଦୀପକ ଗୁପ୍ତା ସମର୍ଥନ କରିଥିଲେ । କିଛିଟା ପ୍ରସଙ୍ଗରେ ଜଷ୍ଟିମ ରମନ୍ନା ଓ ଜଷ୍ଟିସ ଚନ୍ଦ୍ରଚୂଡ ନିଜର ଅନ୍ୟ ରାୟ ପ୍ରଦାନ କରିଥିଲେ । ଏହି ନିଷ୍ପତ୍ତି ପରେ କଲିଜିୟମଙ୍କ ଫୈସାଲାକୁ ସୁପ୍ରିମକୋର୍ଟର ଓ୍ୱେବସାଇଟ୍‌ରେ ପୋଷ୍ଟ କରାଯିବ । ଆର୍‌ଟିଆକୁ ଗୁପ୍ତଚରୀ ସାଧନ ରୂପରେ ବ୍ୟବହାର କରାଯାଇ ପାରିବ ନାହିଁ ।

ଦିଲ୍ଲୀ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ୍‌ ଦାୟର ହୋଇଥିଲା । ଏପ୍ରିଲ୍‌ ମାସରେ ସୁପ୍ରିମକୋର୍ଟ ଏହି ମାମଲାରେ ନିଜର ରାୟକୁ ସଂରକ୍ଷିତ ରିଖିଥିଲେ ।

   Related Posts