Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ପି. ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟରୁ ଜାମିନ

4/12/2019 at 10:15 AM

ନୂଆଦିଲ୍ଲୀ ୦୪।୧୨: ପୂର୍ବତନ ଅର୍ଥମନ୍ତ୍ରୀ ଚିଦାମ୍ବରମଙ୍କୁ ମିଳିଲା ଜାମିନ୍  ।ଇଡି ରୁଜୁ କରିଥିବା ମାମଲାରେ ସୁପ୍ରିମକୋର୍ଟ  ଜାମିନ ପ୍ରଦାନ କରିଛନ୍ତି । ଫଳରେ ଚିଦାମ୍ବରମ୍  ଜେଲ୍ ରୁ ମୁକୁଳିବା ରାସ୍ତା ପରିସ୍କାର ହୋଇଛି ।ସୁପ୍ରିମ୍ କୋର୍ଟ  ଏଥିପାଇଁ କେତେକ ସର୍ତ୍ତ ରଖିଛନ୍ତି । ସେ କୋର୍ଟଙ୍କ ବିନା ଅନୁମତିରେ ବିଦେଶ ଯାଇପାରିବେ ନାହିଁ । ସାକ୍ଷୀଙ୍କ ସହ କୌଣସି ସଂପର୍କ ରଖିବାକୁ ଚେଷ୍ଟା କରିବେ ନାହିଁ ।  ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ତାଙ୍କୁ ଗତ ୧୦୫ ଦିନ ହେବ ଗିରଫ କରାଯାଇ ଜେଲ୍ ରେ ରଖାଯାଇଥିଲା ।

୨୮ ନଭେମ୍ବରରେ ଚିଦାମ୍ବରମଙ୍କ ଦ୍ବାରା ଦାୟର କରାଯାଇଥିବା ଜାମିନ ଆବେଦନ ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ । ଆଜି ତାଙ୍କୁ ଜାମିନ୍ ଶୁଣାଣି ହୋଇଛି । ପୂର୍ବରୁ  ସିବିଆଇ ଦ୍ଵାରା ଚିଦାମ୍ବରମଙ୍କ ଉପରେ ରୁଜୁ ମାମଲାରେ ତାଙ୍କୁ ଜାମିନ ମିଳି ସାରିଛି । ଚିଦାମ୍ବରମଙ୍କୁ ୨୧ ଅଗଷ୍ଟରେ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ ଗିରଫ କରିଥିଲା । ପରେ ଇଡି ବି ମାମଲା ରୁଜୁ କରିଥିଲା । ସୁପ୍ରିମକୋର୍ଟ ଆଜି ଇଡି ଦ୍ଵାରା ରୁଜୁ ହୋଇଥିବା ମାମଲାରେ ଶୁଣାଣି କରି ଚିଦାମ୍ବରମଙ୍କୁ  ଜାମିନ ପ୍ରଦାନ କରିଛନ୍ତି  ।

   Related Posts