Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

‘ତାରିଖ ପେ ତାରିଖ’ ଶୁଣି କ୍ଷୁବ୍ଧ ସୁପ୍ରିମକୋର୍ଟ, ୭୮ ଥର ଶୁଣାଣି ଘୁଞ୍ଚାଯାଇଥିବା ମାମଲା ଉପରେ ଦେଲେ ଏମିତି ନିଷ୍ପତ୍ତି

17/09/2021 at 8:52 PM

ନୂଆଦିଲ୍ଲୀ ୧୭।୦୯: ତାରିଖ ପେ ତାରିଖ…ତାରିଖ ପେ ତାରିଖ… ତାରିଖ ପେ ତାରିଖ। ଫିଲ୍ମରେ ଶୁଣିଥିବା ଏହି ଡାଇଲଗ୍ ବାସ୍ତବରେ କୋର୍ଟ କଚେରୀରେ ମଧ୍ୟ ଘଟିଥାଏ। କୋର୍ଟ ଦ୍ଵାରା ବାରମ୍ବାର ଶୁଣାଣି ଘୁଞ୍ଚା ଯାଇଥାଏ। ଆଉ ପୀଡିତ ପରିବାରକୁ ନ୍ୟାୟ ମିଳିବାରେ ଅହେତୁକ ବିଳମ୍ବ ଘଟିଥାଏ। ଡେରାଡୁନର ଏକ ନିମ୍ନ ଅଦାଲତର ଏମିତି କାର୍ଯ୍ୟରେ କ୍ଷୁବ୍ଧ ସୁପ୍ରିମକୋର୍ଟ। ସର୍ବୋଚ୍ଚ ନ୍ୟାୟାଳୟ ଡେରାଡୁନର ନିମ୍ନ ଅଦାଲତ ପକ୍ଷରୁ ଶୁଣାଣିକୁ ୭୮ ଥର ଘୁଞ୍ଚାଯିବା ଉପରେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି। ଏଥିସହ ଛଅ ମାସ ଭିତରେ ଶୁଣାଣି ପୂରା କରିବାକୁ ଦେଇଛନ୍ତି ଆଦେଶ। ହେରଫେର ଓ ଅନିୟମିତତା ମାମଲାରେ ୩ ଜଣଙ୍କୁ ୨୦୧୪ରେ ଅଭିଯୁକ୍ତ କରାଯାଇଥିଲା ଏବଂ ଏହି ମାମଲାରେ ଶୁଣାଣି ୭୮ ଥର ଘୁଞ୍ଚା ଯାଇଥିଲା।

ସୁପ୍ରିମକୋର୍ଟର ବିଚାରପତି ଏଏମ ଖାନଓ୍ଵିଲକରଙ୍କ ନେତୃତ୍ଵାଧୀନ  ପୀଠ ଶୁକ୍ରବାର କହିଛନ୍ତି, ଏହି ମାମଲାରେ ନିମ୍ନ ଅଦାଲତ ସାତ ବର୍ଷ ପୂର୍ବରୁ ଶୁଣାଣି ଆରମ୍ଭ କରିଥିଲେ। ଏହା ପରେ ମାମଲାର ଶୁଣାଣି ଗୋଟିଏ  ପାଦ ମଧ୍ୟ ଆଗକୁ ବଢି ପାରିନନାହିଁ। ତଦନ୍ତ ଅଧିକାରୀ ଏହା ସୁନିଶ୍ଚିତ କରନ୍ତୁ ଯେ, ଶୁଣାଣି ବେଳେ ଯେମିତି ସାକ୍ଷୀ ହାଜର ହେବ।

ସୁପ୍ରିମକୋର୍ଟ ନିମ୍ନ ଅଦାଲତକୁ ଛଅ ମାସ ଭିତରେ ଶୁଣାଣି ପୂରା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉଚ୍ଚତମ ନ୍ୟାୟାଳୟ ତିନି ଅଭିଯୁକ୍ତଙ୍କୁ ମିଳିଥିବା ଜାମିନ ଆବେଦନ ଅବଧିକୁ ମଧ୍ୟ ବୃଦ୍ଧି କରିଛନ୍ତି। ଏହି ତିନି ଜଣ ଉତ୍ତରାଖଣ୍ଡ ହାଇକୋର୍ଟରୁ ଆଶ୍ଵସ୍ତି ନ ମିଳିବା ପରେ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଥିଲେ। ଆବେଦନରେ ତିନି ଜଣ ନିବେଦନ କରିଥିଲେ ଯେ, ସୁପ୍ରିମକୋର୍ଟ ଶୀଘ୍ର ଶୁଣାଣି ସାରିବାକୁ ନିମ୍ନ ଅଦାଲତକୁ ଆଦେଶ ଦିଅନ୍ତୁ।

   Related Posts