ଏମଡିଏମ ପରିଚାଳନାରେ ତ୍ରୁଟି ପାଇଁ ଓଡିଶା ଦେବ ଜରିମାନା

Published By : Prameya-News7 Bureau | December 04, 2018 IST

ଭୁବନେଶ୍ବର ୦୪|୧୨: ମଧ୍ୟାହ୍ନ ଭୋଜନ ପରିଚାଳନାରେ ତ୍ରୁଟି ପାଇଁ ଓଡିଶା ଦେବ ଜରିମାନା । ମଧ୍ୟାହ୍ନ ଭୋଜନାରେ ସ୍ବଚ୍ଛତା ଏବଂ ସୁପରିଚାଳନା ହୋଇନଥିବା ଏମଡିଏମ ପରିଚାଳନା ବିବରଣୀ ଅନଲାଇନ୍ କରିନଥିବା ଯୋଗୁଁ ଓଡିଶା ଉପରେ ଏକ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି ସୁପ୍ରିମକୋର୍ଟ । ଓଡିଶା ସମେତ ବିହାର, ମେଘାଳୟ ଓ ଜମ୍ମୁକାଶ୍ମୀର ଉପରେ ମଧ୍ୟ ଜରିମାନା ଲଗାଇଛନ୍ତି ସୁପ୍ରିମକୋର୍ଟ । ପ୍ରତ୍ୟେକ ରାଜ୍ୟ ଉପରେ ଏକ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଲଗାଇଛନ୍ତି । ଏକ ସ୍ବେଚ୍ଛାସେବୀ ସଂଗଠନର ଆବେଦନ ଉପରେ ଶୁଣାଣି କରି କୋର୍ଟ ଏହି ଆେଦଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.