Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଓକିଲଙ୍କୁ ସୁପ୍ରିମକୋର୍ଟଙ୍କ ତାଗିଦ, ସାଧାରଣ ଲୋକଙ୍କଠୁ ଅଲଗା ନୁହନ୍ତି କଳା କୋଟ୍ ପିନ୍ଧା, ୧୦ ହଜାର ଟଙ୍କା ଜରିମନା ନିର୍ଦ୍ଦେଶ

14/09/2021 at 7:12 PM

ନୂଆଦିଲ୍ଲୀ ୧୪।୯: ଓକିଲ ଓ ସାଧାରଣ ଲୋକଙ୍କ ମଧ୍ୟରେ କୌଣସି ପ୍ରଭେଦ ନାହିଁ। କ୍ଷତିପୂରଣ ଦାବିରେ ସର୍ବୋଚ୍ଚନ୍ୟାୟାଳଙ୍କ ଦ୍ୱାରସ୍ଥ ହୋଇଥିବା ଓକିଲଙ୍କୁ ସୁପ୍ରିମକୋର୍ଟ ଏହା କହିଛନ୍ତି। ମାମଲାରେ କୋର୍ଟ ତାଙ୍କୁ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଥିବା ବେଳେ ସପ୍ତାହକ ମଧ୍ୟରେ ବାର ଆସୋସିଏସନରେ ଜରିମାନା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଓକିଲ ପ୍ରଦୀପ କୁମାର ଯାଦବ କରୋନା ଓ ଅନ୍ୟ କାରଣରୁ ପ୍ରାଣ ହରାଇଥିବା ୬୦ ବର୍ଷରୁ କମ ବୟସ୍କ ଓକିଲଙ୍କ ପରିବାର ଲୋକଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ ଦାବି କରି ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ। କୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଡି.ୱାଇ.ଚନ୍ଦ୍ରସୂଡ଼, ଜଷ୍ଟିସ୍ ବିକ୍ରମ ନାଥ ଓ ଜଷ୍ଟିସ୍ ବି.ଭି ନାଗରତ୍ନାଙ୍କ ବେଞ୍ଚ ମଙ୍ଗଳବାର ଯାଦବଙ୍କ ଆବେଦନର ଶୁଣାଣି କରି କହିଛନ୍ତି ଯେ ଓକିଲଙ୍କୁ ଏପରି ଜନସ୍ୱାର୍ଥ ମୋକଦ୍ଦମା ରୁଜୁ ଲାଗି ପ୍ରୋତ୍ସାହିତ କରାଯାଇପାରିବନି।

ସୁପ୍ରିମକୋର୍ଟ ବେଞ୍ଚ କହିଛନ୍ତି ଯେ ସାଧାରଣ ଲୋକଙ୍କ ଜୀବନ ଅପେକ୍ଷା ଓକିଲଙ୍କ ଜୀବନ ଅଧିକ ମୂଲ୍ୟବାନ ବୋଲି କୁହାଯାଇନପାରେ।  ଦେଶରେ କରୋନା ଯୋଗୁ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି। ଏପରି ମାମଲାଗୁଡିକ ଲାଗି ସୁପ୍ରିମକୋର୍ଟ ପ୍ରଥମରୁ କ୍ଷତିପୂରଣ ପ୍ରଦାନ ସମ୍ପର୍କିତ ମାର୍ଗଦର୍ଶନ ପ୍ରସ୍ତୁତି ନିମନ୍ତେ ପୂର୍ବରୁ ନିର୍ଦ୍ଦେଶ ଦେଇସାରିଛନ୍ତି। ଏହା ବାଦେ ଓକିଲଙ୍କ ଏପରି ଅଯୌକ୍ତିକ ଆବେଦନ କେବଳ ନିଜର ପ୍ରଚାର ଉଦ୍ଦେଶ୍ୟରେ ବୋଲି କହିଛନ୍ତି। ଏଣୁ ଆବେଦନକୁ ଅଗ୍ରାହ୍ୟ କରିବା ସହ କଳା କୋଟ ପିନ୍ଧା ଲୋକେ ସାଧାରଣ ଲୋକଙ୍କଠାରୁ ଭିନ୍ନ ନୁହନ୍ତି ବୋଲି ସ୍ପଷ୍ଟ କରିଦେଇଛନ୍ତି। ଏଣୁ କୋର୍ଟଙ୍କ ସମୟ ନଷ୍ଟ କରିଥିବାରୁ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି।

   Related Posts