Saturday, August 24, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅବମାନନା ମାମଲା: ନାଗେଶ୍ୱର ରାଓଙ୍କୁ ୧ ଲକ୍ଷ ଜୋରିମାନା ଓ ଦିନସାରା କୋର୍ଟରେ ବସିବାକୁ ନିର୍ଦେଶ

ଦିଲ୍ଲୀ ୧୨/୨ : ବିହାରର ମୁଜଫରପୁର ସେଲଟର ହୋମ ମାମଲାରେ କୋର୍ଟଙ୍କୁ ଅବମାନନା କରିଥିବା ସିବିଆଇର ପୂର୍ବତନ ଅତିରିକ୍ତ ନିର୍ଦେଶକ ନାଗେଶ୍ୱର ରାଓଙ୍କୁ ସୁପ୍ରିମକୋର୍ଟ ଦଣ୍ଡ ଶୁଣାଇଛନ୍ତି | ଆଜି ମାମଲାରେ ଶୁଣାଣି ବେଳେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ନାଗେଶ୍ୱର ରାଓଙ୍କ କ୍ଷମା ଆବେଦନକୁ ନାମଞ୍ଜୁର କରିଦେଇଛନ୍ତି | ରଞ୍ଜନ ଗୋଗୋଇ ନାଗେଶ୍ୱର ରାଓଙ୍କୁ ୧ ଲକ୍ଷ ଟଙ୍କା ଜୋରିମାନା କରିଛନ୍ତି | ଏହାସହ କୋର୍ଟର ଶୁଣାଣି ଚାଲିଥିବା ଯାଏଁ ନାଗେଶ୍ୱର ରାଓ ଏବଂ ଅନ୍ୟ ଅଧିକାରୀଙ୍କୁ କୋର୍ଟରେ ବସି ରହିବାକୁ ନିର୍ଦେଶ ଦେଇଥିଲେ |


ସୁପ୍ରିମକୋର୍ଟ କହିଥିଲେ ଯେ, ମୁଜଫରପୁର ସେଲଟର ହୋମ ଯାଞ୍ଚ ଟିମରେ କୌଣସି ପ୍ରକାର ଅଦଳବଦଳ ହେବନାହିଁ | ଅରୁଣ ଶର୍ମା ହିଁ ଏହି ଟିମର ନେତୃତ୍ୱ ନେବେ | ନାଗେଶ୍ୱର ରାଓଙ୍କ ସହ ଏସ. ଭସୁରଣଙ୍କୁ ମଧ୍ୟ ଲକ୍ଷେ ଟଙ୍କାର ଜୋରିମାନା କରିଛନ୍ତି ଅଦାଲତ | ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ମନ୍ତବ୍ୟ ପରେ ଆଟର୍ଣ୍ଣି ଜେନେରାଲ କେ.କେ.ବେଣୁଗୋପାଳ କହିଥିଲେ ଯେ, ଯଦି ଆପଣ ନାଗେଶ୍ୱର ରାଓଙ୍କୁ କୌଣସି ସଜା ଶୁଣାଉଛନ୍ତି ତାହେଲେ ତାଙ୍କ କ୍ୟାରିଅର ଖରାପ ହୋଇଯିବ | ସେ ୩୨ ବର୍ଷ ହେଲା କାମ କରୁଛନ୍ତି |


ଏଥିରେ ସୁପ୍ରିମକୋର୍ଟ କହିଥିଲେ ଯେ, ନାଗେଶ୍ୱର ରାଓ କୋର୍ଟଙ୍କୁ ଅବମାନନା କରିଛନ୍ତି | ଏହି ମାମଲାରେ ନାଗେଶ୍ୱର ରାଓଙ୍କ କ୍ୟାରିଅର ଉପରେ ସିଧାସଳଖ ପ୍ରଭାବ ପଡିବ | ଗୋଗୋଇ କହିଥିଲେ ଯେ, ଯଦି ସେ ନାଗେଶ୍ୱରଙ୍କ ଆବେଦନକୁ ସ୍ୱୀକାର କରି ତାଙ୍କୁ କ୍ଷମା ଦିଅନ୍ତି ତାହେଲେ ମଧ୍ୟ ତାଙ୍କୁ ଦଣ୍ଡ ଭୋଗିବାକୁ ପଡିବ |


ଆଟର୍ଣ୍ଣି ଜେନେରାଲ କହିଥିଲେ ଯେ, ବଦଳି ସୂଚନା କୋର୍ଟଙ୍କୁ ଦେବା ପାଇଁ ସେମାନେ ୨ ସପ୍ତାହ ବିଳମ୍ବ କରିଥିଲେ | ଲିଗାଲ ଆଡଭାଈଜ ଯୋଗୁଁ ଏସବୁ ଓଲଟପାଲଟ ହୋଇଥିଲା ବୋଲି କହିଛନ୍ତି ଆଟର୍ଣ୍ଣି ଜେନେରାଲ | ସେ କହିଥିଲେ ଯେ, ଆମ ନଜରରେ ଲିଗାଲ ଆଡଭାଈଜର ଅର୍ଥ ଯାହା ମନକୁ ଆସୁଛି ତାହା କର | ନାଗେଶ୍ୱର ରାଓ ବଦଳିର ସମ୍ପୂର୍ଣ ସୂଚନା ଦେଇଥିଲେ ବୋଲି କହିଛନ୍ତି ଆଟର୍ଣ୍ଣି ଜେନେରାଲ |


ନିଜ ସପକ୍ଷରେ ଆଟର୍ଣ୍ଣି ଜେନେରାଲ କହିଥିଲେ ଯେ, ସେଣ୍ଟ୍ରାଲ ଏଜେନ୍ସି କାର୍ଯ୍ୟାଳୟରେ ବାରମ୍ବାର ଅସୁବିଧା ହୋଇଥାଏ | ଡାଟା ଅପଲୋଡ଼ କରିବା ପାଇଁ ସେମାନେ ୨୦ ଏମବି ଇଣ୍ଟରନେଟ ଦାବି କରିଥିଲେ |


ସୂଚନାଯୋଗ୍ୟ ଯେ, ମୁଜଫରପୁର ସେଲଟର ହୋମ ମାମଲାରେ କୋର୍ଟଙ୍କ ଆଦେଶ ଥିଲା ଯେ, ଯାଞ୍ଚ କରୁଥିବା ସିବିଆଇ ଅଧିକାରୀ ଏ.କେ.ଶର୍ମାଙ୍କ ବଦଳି ଅଦାଲତଙ୍କ ବିନା ଅନୁମତିରେ ହେବନାହିଁ | କିନ୍ତୁ ସିବିଆଇର ଦୁଇ ଶୀର୍ଷ ଅଧିକାରୀ ଆଲୋକ ବର୍ମା ଏବଂ ରାକେଶ ଅସ୍ଥାନାଙ୍କ ବିବାଦ ପରେ ଦୁଇ ଅଧିକାରୀଙ୍କୁ ଛୁଟିରେ ପଠାଇ ଦିଆଯାଇଥିଲା ଏବଂ ରାତାରାତି ନାଗେଶ୍ୱର ରାଓଙ୍କୁ ସିବିଆଇର ନିର୍ଦେଶକ ପଦବୀ ଦିଆଯାଇଥିଲା |


ଏହାପରେ ନାଗେଶ୍ୱର ରାଓ ଏ.କେ.ଶର୍ମାଙ୍କ ସମେତ ଅନ୍ୟ ଅଧିକାରୀଙ୍କୁ ବଦଳି କରିଦେଇଥିଲେ | ଏହି ଘଟଣାକୁ ନେଇ ସୁପ୍ରିମକୋର୍ଟ ନାଗେଶ୍ୱର ରାଓଙ୍କ ଉପରେ ବର୍ଷିଥିଲେ | ଆଜି ଏହି ମାମଲାର ଶୁଣାଣି ଥିଲା | ଶୁଣାଣିର ଦିନେ ପୂର୍ବରୁ ଗତକାଲି, ନାଗେଶ୍ୱର ରାଓ ସୁପ୍ରିମକୋର୍ଟରେ କ୍ଷମା ଆବେଦନ କରିଥିଲେ | ଅଜାଣତରେ ସେ ଏଭଳି ଭୁଲ କରିଦେଇଛନ୍ତି ବୋଲି ଆବେଦନରେ କହିଥିଲେ |

228 Views

   ସମ୍ବନ୍ଧିତ ଖବର