ସୁପ୍ରିମକୋର୍ଟରେ ହେବ ୬୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ସେଣ୍ଟର, ୭ ମେ’ରୁ ୨୮ ଜୁନ୍‌ ଯାଏ ଖରା ଛୁଟି

Published By : Prameya-News7 Bureau | April 26, 2021 IST

ନୂଆଦିଲ୍ଲୀ ୨୬/୪: ସପ୍ରିମକୋର୍ଟରେ ହେବ କୋଭିଡ୍‌ ସେଣ୍ଟର । ୭ ମେ’ରୁ ୨୮ ଜୁନ୍‌ ପର୍ଯ୍ୟନ୍ତ ଖରା ଛୁଟି ରହିବ । ଏହାରି ଭିତରେ ସୁପ୍ରିମକୋର୍ଟରେ ୬୦ ବେଡ୍‌ ବିଶିଷ୍ଟ କୋଭିଡ୍‌ ସେଣ୍ଟର କରାଯିବାକୁ ନିଷ୍ପତ୍ତି ହୋଇଛି । କୋଭିଡ୍‌ ସେଣ୍ଟର ପାଇଁ ଉଚିତ ସ୍ଥାନ ଯୋଗାଇବାକୁ ମୁଖ୍ୟ ବିଚାରପତି ଅନୁମତି ଦେଇଛନ୍ତି । ଦେଶରେ କରୋନା ସଂକ୍ରମଣ ବୃଦ୍ଧି ହେଉଥିବା ବେଳେ ହସ୍ପିଟାଲରେ ବେଡ୍‌, ଅକ୍ସିଜେନ୍‌ ଆଦିର ଅଭାବ ଦେଖିବାକୁ ମିଳୁଛି। ଏହାକୁ ନେଇ ସୁପ୍ରିମକୋର୍ଟ ଖପ୍ପା ହୋଇଥିବା ବେଳେ ସ୍ବତଃ ସମୀକ୍ଷା କରିବା ପରେ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଦେଇଛନ୍ତି।

କରୋନା ସଂକ୍ରମଣରୁ ରକ୍ଷା ପାଇଁ ନ୍ୟାସନାଲ ପ୍ଲାନ୍‌ କଣ ଅଛି ବୋଲି କେନ୍ଦ୍ରକୁ ପଚାରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ହରିଶ ସାଲ୍‌ଭେଙ୍କୁ ସୁପ୍ରିକୋର୍ଟ ଆମିକସ୍‌ କ୍ୟୁରି ନିଯୁକ୍ତ କରିଛନ୍ତି। ୪ ଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ କେନ୍ଦ୍ରକୁ ନ୍ୟାସନାଲ୍‌ ପ୍ଲାନ୍‌ ମାଗିଛନ୍ତି କୋର୍ଟ।

ଏଥିରେ ପ୍ରଥମରେ ଅକ୍ସିଜେନ୍‌ ସପ୍ଲାଇ, ଦ୍ବିତୀୟରେ ଔଷଧ ଯୋଗାଣ, ତୃତୀୟରେ ଭ୍ୟାକସିନ୍‌ ଦେବାର ପ୍ରକ୍ରିୟା ଏବଂ ଚତୁର୍ଥରେ ଲକ୍‌ଡାଉନ୍‌ ଲଗାଇବାର ଅଧିକାର କେବଳ ରାଜ୍ୟ ସରକାରଙ୍କୁ ହେଉ, କୋର୍ଟଙ୍କୁ ନୁହେଁ। ମାମଲାର ଆଗାମୀ ଶୁଣାଣି ମଙ୍ଗଳବାର ହେବ। ଦିଲ୍ଲୀ, ବମ୍ବେ, ସିକ୍କିମ, କୋଲକାତା, ଇହ୍ଲାବାଦ ଏବଂ ଓଡ଼ିଶା- ୬ ହାଇକୋର୍ଟ କରୋନା ସଂକଟ ଉପରେ ଶୁଣାଣି କରୁଛନ୍ତି । ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି, ଏହା କନଫ୍ୟୁଜନ୍‌ ଏବଂ ଡାଇଭର୍ଜନ୍‌ ସୃଷ୍ଟି କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.