Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

‘ହାଇକୋର୍ଟଙ୍କୁ ନିରୁତ୍ସାହିତ କର ନାହିଁ, ସେମାନେ ଗଣତନ୍ତ୍ରର ସ୍ତମ୍ଭ’ ନିର୍ବାଚନ କମିଶନଙ୍କୁ ବେସ୍ କଡା ଭାଷାରେ ଚେତାଇଲେ ସୁପ୍ରିମକୋର୍ଟ

3/05/2021 at 1:23 PM

ନୂଆଦିଲ୍ଲୀ, ୦୩/୦୫: ମାଡ୍ରାସ ହାଇକୋର୍ଟଙ୍କ ମନ୍ତବ୍ୟ ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିବା ନିର୍ବାଚନ ଆୟୋଗଙ୍କ ଆବେଦନର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ ।ଏହାସହ କହିଛନ୍ତି ଯେ, ବିଚାରପତିଙ୍କ ସବୁ କଥା ଆଦେଶ ନୁହେଁ । ମାଡ୍ରାସ ହାଇକୋର୍ଟଙ୍କ ଟିପ୍ପଣୀକୁ ଏକ ଆଦେଶ ନଭାବି ଜଣେ ବିଚାରପତିଙ୍କ ବୟାନ ମାନିବା ଦରକାର । ଏହାସହ ଉଚିତ ଭାବନାକୁ ବୁଝିବା ଆବଶ୍ୟକ ।

ମାନ୍ୟବର କୋର୍ଟ ଆହୁରି ମଧ୍ୟ କହିଥିଲେ ଯେ, ବିଚାରପତିମାନେ ମଧ୍ୟ ମଣିଷ । ସେମାନେ ମଧ୍ୟ ଚାପରେ ରୁହନ୍ତି ।ତେବେ ନିର୍ବାଚନ ଆୟୋଗଙ୍କ ଆବେଦନ ଉପରେ ନିଜର ନିଷ୍ପତ୍ତିକୁ ସୁରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ । ଏହାସହ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଥିଲେ ଯେ, ଗଣମାଧ୍ୟମକୁ ବିଚାରପତିଙ୍କ ମନ୍ତବ୍ୟର ରିପୋର୍ଟିଂ ନକରିବା ପାଇଁ କହି ହେବନାହିଁ । ମୌଖିକ ମନ୍ତବ୍ୟ ଏହା ମଧ୍ୟ ଜନହିତରେ କୁହାଯାଏ । ନିର୍ବାଚନ ଆୟୋଗ ସୁପ୍ରିମକୋର୍ଟରେ  ଅଭିଯୋଗ କରିଥିଲେ ଯେ, ମାଡ୍ରାସ ହାଇକୋର୍ଟ ତାଙ୍କୁ ପକ୍ଷ ରଖିବାକୁ ସୁଯୋଗ ନଦେଇ ଏପରି ମନ୍ତବ୍ୟ ଦେଇଥିଲେ । କୋର୍ଟ ବିପର୍ଯ୍ୟୟ ପରିଚାଳନା ଆକ୍ଟରେ କାମ କରୁଥିବା ଅଧିକାରୀଙ୍କୁ ମଧ୍ୟ ଜବାବ ମାଗିନଥିଲେ । ଯେତେବେଳେ ରାଲି ହୋଇଥିଲା ସ୍ଥିତି ଏତେ ଭୟଙ୍କର ନଥିଲା ।

ଏହା ଉପରେ ସୁପ୍ରିମକୋର୍ଟ କହିଥିଲେ ଯେ, ଯେତେବେଳେ ବିଚାରପତି ଶୁଣାଣି ବେଳେ କିଛି କୁହନ୍ତି ତାହା ସାର୍ବଜନିନ ହିତକୁ ସୁନିଶ୍ଚିତ କରିଥାଏ । ସେ ମଧ୍ୟ ଜଣେ ମଣିଷ । ସେ ମଧ୍ୟ ଚାପରେ ରୁହନ୍ତି । ମାଡ୍ରାସ ହାଇକୋର୍ଟ ଯାହା କହିଛନ୍ତି ତାହାର ଭାବନାକୁ ବୁଝିବା ଆବଶ୍ୟକ । ସର୍ବୋଚ୍ଚ ନ୍ୟାୟାଳୟ କେଉଁ କୋର୍ଟଙ୍କ ମନୋବଳ ହ୍ରାସ କରିବାକୁ ଚାହାଁନ୍ତି ନାହିଁ । ସବୁ କୋର୍ଟ ଗଣତନ୍ତ୍ରର ଅଂଶବିଶେଷ । ବିଚାରପତିମାନେ ନିଜର ଅନୂଭବକୁ ନେଇ କିଛି କହିଦେଇଥାନ୍ତି । ଯାହାର କୌଣସି ମାନେ ନଥାଏ । ସବୁ ଟିପ୍ପଣୀ ବା ମନ୍ତବ୍ୟ ଆଦେଶ ହୋଇନଥାଏ ।

ସୂଚନାଯୋଗ୍ୟ, ନିର୍ବାଚନ ଆୟୋଗ ୫ ରାଜ୍ୟର ବିଧାନସଭା ନିର୍ବାଚନ ପ୍ରଚାର ବେଳେ କୋଭିଡ୍ କଟକଣାକୁ କଡାକଡି କରିବାରେ ବିଫଳ ହୋଇଥିଲେ । ଅନେକ ସ୍ଥାନରେ ପ୍ରାର୍ଥୀ ଓ ନେତା ଗାଇଡଲାଇନ୍ ମାନୁ ନଥିବା ଦେଖିବାକୁ ମିଳିଥିଲା । ଏହା ଉପରେ ମାଡ୍ରାସ ହାଇକୋର୍ଟ ନିଜର ମତ ରଖିଥିଲେ । ନିର୍ବାଚନ ଆୟୋଗଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହେବା ଦରକାର ବୋଲି କୋର୍ଟ କହିଥିଲେ । ଏପରିକି ନିର୍ବାଚନ ଆୟୋଗଙ୍କୁ ସବୁଠାରୁ ଦାୟିତ୍ୱହୀନ ସଂସ୍ଥା ବୋଲି କହିଥିଲେ । ହାଇକୋର୍ଟ ଜଜଙ୍କ ଏହି ଟିପ୍ପଣୀ ବିରୋଧରେ ନିର୍ବାଚନ ଆୟୋଗ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

   Related Posts