Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ମଦ ଦୋକାନ ବନ୍ଦ କରିବାକୁ ପହଞ୍ଚିଲେ ସୁପ୍ରିମକୋର୍ଟ, ଆବେଦନ ଖାରଜ କରି ୧ ଲକ୍ଷ ଜୋରିମାନା ଲଗାଇଲେ ଅଦାଲତ

15/05/2020 at 3:02 PM

ନୂଆଦିଲ୍ଲୀ ୧୫।୦୫: କରୋନା ଭୂତାଣୁ କାରଣରୁ ଦେଶରେ ଜାରି ଲକ୍‌ଡାଉନ୍‌ ମଧ୍ୟରେ ମଦ ଦୋକାନ ବନ୍ଦ କରିବାକୁ ଦାଖଲ ଯାଚିକା ଉପରେ ଶୁକ୍ରବାର ସର୍ବୋଚ୍ଚ ଅଦାଲତ ଶୁଣାଣି କରିଛନ୍ତି। ଅଦାଲତ ଆବେଦନକୁ ଶୁଣାଣି ଯୋଗ୍ୟ ନଭାବି ଆବେଦନକାରୀଙ୍କ ଆବେଦନକୁ ଖାରଜ କରିଛନ୍ତି। ଏହା ସହିତ ଆବେଦନକାରୀଙ୍କ  ଉପରେ ଏକ ଲକ୍ଷ ଟଙ୍କାର ଜୋରିମାନା ଲଗାଇଛନ୍ତି। ଅଦାଲତ କହିଛନ୍ତି, ଆବେଦନ ଦାଖଲ କେବଳ ପବ୍ଲିସିଟି ପାଇଁ କରାଯାଉଛି।

ଉଲ୍ଲେଖଯୋଗ୍ୟ କିଛି କୋହଳ ସହିତ ମେ ୪ରେ ଲକ୍‌ଡାଉନ୍‌ର ତୃତୀୟ ପର୍ଯ୍ୟାୟ ଲାଗୁ ହୋଇଥିଲା। ଏହି ସମୟରେ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଥିଲା। ଏହି ବାବଦରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗାଇଡ୍‌ ଲାଇନ୍‌ ଜାରି କରିଥିଲେ। କଣ୍ଟେନମେଣ୍ଟ ଜୋନରେ ମଦ ବିକ୍ରି ହୋଇ ପାରିବ ନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା। ରେଡ୍, ଅରେଞ୍ଜ ଓ ଗ୍ରୀନ ଜୋନରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିଥିଲା। ସର୍ତ୍ତ ରହିଥିଲା, ଦୋକାନ ବାହାରେ କଡାକଡି ସାମାଜିକ ଦୂରତ୍ଵ ନିୟମ ପାଳନ କରାଯିବ। ସାର୍ବଜନୀନ ସ୍ଥଳରେ ମଦ ପିଇବା ଓ ପାନ, ଗୁଟଖା, ତମାଖୁ ଖାଇବା ନିଷେଧ କରାଯାଇଥିଲା।

ଏହା ସହିତ ଦୋକାନରେ ଏକକାଳୀନ ୫ରୁ ଅଧିକ ଗ୍ରାହକ ରହି ପାରିବେ ନାହିଁ। ଗ୍ରାହକଙ୍କ ମଧ୍ୟରେ ଅତି କମରେ ଛଅ ଫୁଟ୍ ଦୂରତା ରହିବା ଦରକାର। ଏହା ପୂର୍ବରୁ ମଧ୍ୟ ମଦ ବିକ୍ରି ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ଆବେଦନ ଦାଖଲ ହୋଇଥିଲା। ଏହା ଉପରେ ସୁପ୍ରିମକୋର୍ଟ ମଦ ବିକ୍ରି ସମୟରେ ସାମାଜିକ ଦୂରତା ନିୟମ ଖୋଲାଖୋଲି ଉଲ୍ଲଂଘନ ହେଉଥିବା କହିଥିଲେ। ତେଣୁ ରାଜ୍ୟ ସରକାରଙ୍କୁ ଅନଲାଇନ୍‌ ଏବଂ ହୋମ ଡେଲିଭରୀ ଜରିଆରେ ମଦ ବିକିବା ଉପରେ ବିଚାର କରିବାକୁ ପରାମର୍ଶ ଦେଇଥିଲେ।

   Related Posts