Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ରାଫେଲ୍ ମାମଲାରେ କେନ୍ଦ୍ର ସରକାରଙ୍କୁ ବଡ ଝଟ୍‌କା, ସୁପ୍ରିମକୋର୍ଟରେ ପୁଣି ଥରେ ହେବ ଶୁଣାଣି

10/04/2019 at 10:28 AM

ନୂଆଦିଲ୍ଲୀ ୧୦|୪ : ରାଫେଲ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କୁ ବଡ ଝଟକା ଲାଗିଛି ।  ପୁଣି ଥରେ ସୁପ୍ରିମକୋର୍ଟରେ ରାଫେଲ ମାମଲାର ଶୁଣାଣି ହେବ । ମାମଲାର ଦ୍ବିତୀୟ ଥର ପାଇଁ ଶୁଣାଣି କରିବେ କୋର୍ଟ । ସୁପ୍ରିମକୋର୍ଟ ଆଜି ରିଭ୍ୟୁ ପିଟିସନ ଉପରେ ରାୟ ଶୁଣାଇଥାନ୍ତେ। ରିଭ୍ୟୁ ପିଟିସନ ପାଇଁ ଅନୈତିକ ଉପାୟରେ ପ୍ରତିପକ୍ଷ ହାସଲ କରିଥିବା  ରାଫେଲ ଡିଲ୍ ସମ୍ପର୍କରେ ବିଶେଷାଧିକାରପ୍ରାପ୍ତ ନଥିପତ୍ରକୁ ପ୍ରମାଣଭାବେ ଗ୍ରହଣ କରାଯିବ କି ନାହିଁ ସେ ସମ୍ପର୍କରେ ସୁପ୍ରିମକୋର୍ଟ ରାୟ ଶୁଣାଇଥାନ୍ତେ। ସରକାରଙ୍କ ଯୁକ୍ତି ଅନୈତିକଭାବେ ହାସଲ ଦସ୍ତାବିଜ ନକଲ ଦେଇଛନ୍ତି ପ୍ରତିପକ୍ଷ। ଏହାକୁ ପ୍ରମାଣଭାବେ ଗ୍ରହଣ କରା ନଯାଉ।  ଏପଟେ ରାଫଲ କାରବାର ସମ୍ପର୍କରେ ସବୁ ତଥ୍ୟର ତର୍ଜମା ପାଇଁ ଆବେଦନ କରିଛନ୍ତି  ଆବେଦନକାରୀ। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ପୀଠ ଏହି ମାମଲାର ଶୁଣାଣି କରିଛନ୍ତି । ଗତ ଡିସେମ୍ବର ୧୪ରେ ସୁପ୍ରିମକୋର୍ଟ ରାଫେଲ ଲଢ଼ୁଆ ବିମାନ କିଣା ବିରୋଧରେ ସମସ୍ତ ଆବେଦନକୁ ଖାରଜ କରି ଦେଇଥିଲେ ।  ସୁପ୍ରିମକୋର୍ଟ  ମାର୍ଚ୍ଚ ୧୪ରେ ଏହି ମାମଲାରେ ନିଜର ରାୟକୁ ସଂରକ୍ଷିତ ରଖିଥିଲେ।

   Related Posts