Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଫାଶୀ ପାଇଁ ରାସ୍ତା ସଫା, ୨ଦୋଷୀଙ୍କ କ୍ୟୁରେଟିଭ୍ ପିଟିସନ ଖାରଜ

14/01/2020 at 1:53 PM

ନୂଆଦିଲ୍ଲୀ ୧୪।୦୧: ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ କ୍ୟୁରେଟିଭ ପିଟିସନ ଖାରଜ କରିଛଛି ସୁପ୍ରିମକୋର୍ଟ । ୨ ଦୋଷୀ ମୁକେଶ ଓ ବିନୟଙ୍କ କ୍ୟୁରେଟିଭ୍ ପିଟିସନ ଉପରେ ଶୁଣାଣି କରି ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଡେଥ୍ ୱାରଣ୍ଟ ଜାରି ହେବା ପରେ ଫାଶୀରୁ ବର୍ତ୍ତିବା ପାଇଁ ଆବେଦନ କରିଥିଲେ ଏହି ୨ ଦୋଷୀ । ସୁପ୍ରିମକୋର୍ଟଙ୍କ ୫ଜଣିଆ ଖଣ୍ଡପୀଠ ଶୁଣାଣି କରି କ୍ୟୁରେଟିଭ୍ ପିଟିସନକୁ ଖାରଜ କରିଛନ୍ତି ।  ଦୋଷୀ ବିନୟ ନିଜ ପିଟିସନରେ ଦର୍ଶାଇଛି ଥିଲେ ଯେ ସେ ଏବେ ଯୁବକ ଅଛନ୍ତି, ତାକୁ ସୁଧୁରିବା ଲାଗି ସୁଯୋଗ ମିଳିବା ଉଚିତ । ଏହାସହ ଘରର ଆର୍ଥିକ ଅବସ୍ଥା ଏବଂ ନିଜ ରୋଗିଣା ବାପାମାଆଙ୍କ ଅବସ୍ଥାକୁ ଦର୍ଶାଇଥିଲେ ପିଟିସନ୍‌ରେ । ୨୦୧୭ ପରେ ୧୭ଟି ମାମଲାରେ ଦୋଷୀଙ୍କୁ ଦିଆଯାଇଥିବା ମୃତ୍ୟୁ ଦଣ୍ଡାଦେଶକୁ ଆଜୀବନ କାରାବାସରେ ବଦଳାଇ ଦିଆଯାଇଛି । ଏହାକୁ ଆଧାର କରି ଫାଶୀ ନଦେବାକୁ ଆବେଦନ କରାଯାଇଥିଲା । ତେବେ କ୍ୟୁରେଟିଭ୍ ପିଟିସନ୍ ଶୁଣାଣି କରି ସୁପ୍ରିମକୋର୍ଟ ଦୋଷୀଙ୍କୁ ଆଶ୍ବସ୍ତି ଦେଇନାହାନ୍ତି ।

   Related Posts