Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଟେଲିକମ୍ କମ୍ପାନୀଙ୍କୁ ସୁପ୍ରିମକୋର୍ଟଙ୍କ ବଡ ଝଟକା, AGR ରିଭ୍ୟୁ ପିଟିସନ ଖାରଜ

16/01/2020 at 7:14 PM

ନୂଆଦିଲ୍ଲୀ ୧୬।୧:  ଟେଲିକମ୍ କମ୍ପାନୀମାନଙ୍କର ରିଭ୍ୟୁ ପିଟିସନ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ଆଡଜଷ୍ଟେଡ୍ ଗ୍ରସ ରେଭିନ୍ୟୁ (ଏଜିଆର) ନେଇ ସୁପ୍ରିମକୋର୍ଟ ଗତ ଅକ୍ଟୋବର ୨୪ ତାରିଖରେ ଯେଉଁ ରାୟ ଦେଇଥିଲେ ତା ଉପରେ ଅଟଳ ରହିଛନ୍ତି। ଏଣୁ ପିଟିସନ ଅଗ୍ରାହ୍ୟ ହୋଇଥିବାରୁ ଭୋଡାଫୋନ-ଆଇଡିଆ ଓ ଏୟାରଟେଲଙ୍କୁ ଏବେ ସପ୍ତାହକ ମଧ୍ୟରେ ୧୦୨ କୋଟି ଟଙ୍କା ପୈଠ କରିବାକୁ ହେବ। ଏଥିରେ ସେମାନଙ୍କର ଅତିରିକ୍ତ ଲାଇସେନ୍ସ ଫି ସମେତ ସ୍ପେକ୍ଟ୍ରମ ୟୁସେଜ, ପେନାଲ୍ଟି ଓ ସୁଧ ଆଦି ମଧ୍ୟ ସାମିଲ ଅଛି। 

ଏଜିଆରରେ କୋର୍ଟ ରିହାତି କରିପାରନ୍ତି ବୋଲି ୩ କମ୍ପାନୀ ଆଶା ରଖିଥିଲେ। ତେବେ ଜଷ୍ଟିସ ଅରୁଣ ମିଶ୍ର, ଏସ.ଏ.ଅବଦୁଲ ନଜିର ଓ ଏମ.ଆର. ଶାହଙ୍କ ଖଣ୍ଡପୀଠ ଶୁଣାଣିରେ ହିଁ ରିଭ୍ୟୁ ନିବେଦନକୁ ଖାରଜ କରିଦେଇଛନ୍ତି।   କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଭୋଡାଫୋନ ଓ ଆଇଡିଆଙ୍କୁ ୫୩ହଜାର ୩୯ କୋଟି ଟଙ୍କା ଦେବାକୁ ଥିବା ବେଳେ ଏୟାରଟେଲକୁ ଏକାକୀ ୩୫ ହଜାର ୫୮୬ କୋଟି ଟଙ୍କା ପୈଠ କରିବାକୁ ହେବ ଓ ତାହାବି ଜାନୁୟାରୀ ୨୩ ତାରିଖ ସୁଦ୍ଧା। 

ତେବେ କୋର୍ଟଙ୍କ ନିଷ୍ପତ୍ତିକୁ ଏୟାରଟେଲ  ଅତ୍ୟନ୍ତ ନିରାଶାଜନକ କହିଛନ୍ତି। ଦେଶର ଟେଲିକମ୍ ଇଣ୍ଡଷ୍ଟ୍ରି ଲଗାତାର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। କୋର୍ଟଙ୍କ ନିଷ୍ପତ୍ତି ସମ୍ପୃକ୍ତ କ୍ଷେତ୍ରରେ ବ୍ୟବହାର୍ଯ୍ୟ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇପାରେ ବୋଲି ଏୟାରଟେଲ ଆଶଙ୍କା ପ୍ରକାଶ କରିଛନ୍ତି। ତେବେ ମାମଲାରେ ଏୟାରଟେଲ ଏବେ କ୍ୟୁରେଟିଭ ପିଟିସନ ଦାଖଲ କରିବାକୁ ଚିନ୍ତା କରୁଥିବା କହିଛି।

ଆଡଜଷ୍ଟେଡ ଗ୍ରସ୍ ରେଭିନ୍ୟୁ (ଏଜିଆର) ଟେଲିକମ ବିଭାଗ (ଡିଓଟି)ଙ୍କ ଦ୍ୱାରା ଟେଲିକମ୍ କମ୍ପାନୀଙ୍କ ଲାଗି ଧାର୍ଯ୍ୟ ୟୁସେଜ୍ ଓ ଲାଇସେନସିଂ ଫି। ଏହା ମଧ୍ୟ ୨ଟି ଭାଗରେ ବିଭକ୍ତ । ଏଥିରୁ ସ୍ପେକ୍ଟ୍ରମ ୟୁସେଜ ଚାର୍ଜ ଓ ଲାଇସେନ୍ସ ଫି ଯଥାକ୍ରମେ ଯାହା କ୍ରମଶଃ ୩-୫ ଓ ୮ପ୍ରତିଶତ ଅସୁଲ ହୋଇଥାଏ।

   Related Posts