ପୁରୁଷଙ୍କ ବିବାହ ବୟସ କମାଇବା ପାଇଁ ସୁପ୍ରମକୋର୍ଟରେ PIL କରି ଫସିଗଲେ ଓକିଲ: ଗଣିଲେ ୨୫ ହଜାର ଜୋରିମନା

Published By : Prameya-News7 Bureau | October 24, 2018 IST

ଦିଲ୍ଲୀ ୨୩/୧୦ :ପୁରୁଷଙ୍କ ବିବାହ ବୟସ ୨୧ରୁ ୧୮ କରିବା ପାଇଁ ସୁପ୍ରିମ କୋର୍ଟରେ ଜନସ୍ବାର୍ଥ ମାମଲା କରି  ଫସିଗଲେ ଆଇନଜୀବୀ । ତାଙ୍କୁ ଏହି ମାମଲା ପାଇଁ ୨୫ ହଜାର ଟଂକା ଜୋରିମନା ଭରିବାକୁ ପଡିଛି । ଭାରତର ସର୍ବୋଚ୍ଚ ନୟାଳୟ ଗତକାଲି ପୁରୁଷଙ୍କ ବିବାହ ବୟସର ସମୟ ସୀମା କମ କରିବାକୁ ହୋଇଥିବା ଜନସ୍ବାର୍ଥ ମାମଲାକୁ ରଦ୍ଦ କରିଛନ୍ତି | ଆଇନଜୀବୀ ଅଶୋକ ପାଣ୍ଡେ ସୁପ୍ରିମକୋର୍ଟରେ ଏହି ମାମଲା ପାଇଁ ନିବେଦନ କରିଥିଲେ | ପୁରୁଷଙ୍କ ବିବାହ ବୟସ ୨୧ ରୁ ୧୮ କୁ ହ୍ରାସ କରିବା ପାଇଁ ସେ ସୁପ୍ରିମକୋର୍ଟରେ ସେ ନିବେଦନ କରିଥିଲେ | ତେବେ ସୁପ୍ରିମକୋର୍ଟ ତାଙ୍କର ଏହି ନିବେଦନକୁ ଖାରଜ କରିଦେଇଛନ୍ତି | ଆଇନଜୀବୀଙ୍କ ଯୁକ୍ତି ଅନୁଯାୟୀ, ଯଦି ୧୮ ବର୍ଷ ବୟସରେ ଜଣେ ଯୁବକ ଭୋଟ ଦେଇପାରିବ, ଆର୍ମିରେ ଦାଖଲ ହୋଇପାରିବ ତାହେଲେ ବିବାହ କାହିଁକି କରିପାରିବନି | ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗେଇଙ୍କ ସମେତ ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି | ତେବେ ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଆଇନଜୀବୀଙ୍କୁ ୨୫ ହଜାର ଟଙ୍କା ଜୋରିମାନା ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ | ମୁଖ୍ୟ ବିଚାରପତି ରଞ୍ଜନ ଗୋଗେଇ ଏବଂ ଜଷ୍ଟିସ ଏସ.କେ.କୌଲଙ୍କ କହିଛନ୍ତି ଯେ, ସାଧାରଣ ଜନତାଙ୍କ ମଧ୍ୟରେ ଏହି ମାମଲାକୁ ନେଇ ଯେତେବେଳେ କୌଣସି ଆଗ୍ରହ ବା ଉଦବେଗ ନାହିଁ  ସେତେବେଳେ ମାମଲା କରିବାର କୌଣସି ଅର୍ଥ ନାହିଁ ।| ଆଇନଜୀବୀଙ୍କ ପିଟିସନ ସମ୍ବିଧାନର ଶିଶୁ ମେରେଜ ଆକ୍ଟ, ସ୍ପେସିଆଲ ମେରେଜ ଆକ୍ଟ ଏବଂ ହିନ୍ଦୁ ମେରେଜ ଆକ୍ଟରକୁ ଚ୍ୟାଲେଞ୍ଜ କରିଥିବା କହିଛନ୍ତି ସୁପ୍ରିମକୋର୍ଟ | ଏହି ୩ଟି ଆକ୍ଟ ଅନୁଯାୟୀ ପୁଅ ଝିଅଙ୍କ ବିବାହ ବୟସ ନିର୍ଧାରଣ କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.