Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

କରୋନାରେ ମୃତ୍ୟୁ ହେଲେ ପରିବାର ଲୋକଙ୍କୁ ମିଳିବ ଅନୁକମ୍ପା: ଆସିଲା ସୁପ୍ରିମ ନିର୍ଦ୍ଦେଶ, ସରକାର ସ୍ଥିର କରିବେ ରାଶି ପରିମାଣ

30/06/2021 at 12:16 PM

ନୂଆଦିଲ୍ଲୀ ୩୦/୬: କରୋନାରୁ ପ୍ରାଣ ହରାଇଥିବା ସମ୍ପର୍କୀୟଙ୍କୁ କ୍ଷତିପୂରଣ ମାଗିଥିବା ଏକ ଆବେଦନ ଉପରେ ବଡ଼ ନିଷ୍ପତ୍ତି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସୁପ୍ରିମକୋର୍ଟ କହିଛନ୍ତି ଯେ କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ କ୍ଷତିପୂରଣ ମିଳିବା ଉଚିତ୍ । ଯଦିଓ ଏହି ପରିମାଣ ରାଶି କେନ୍ଦ୍ର ସରକାର ସ୍ଥିର କରିବେ । COVID-19 କାରଣରୁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ଅନୁକମ୍ପା ରାଶି ୬ ସପ୍ତାହ ମଧ୍ୟରେ ନିର୍ଦ୍ଦେଶାବଳୀ ଫ୍ରେମ୍ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଆବେଦନରେ ଅନୁକମ୍ପା ରାଶି ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରାଯିବାକୁ ଦାବି ହୋଇଥିଲା । କୋର୍ଟ ଏହାର କୌଣସି କ୍ଷତିପୂରଣ ରାଶି ସ୍ଥିର କରିନାହାଁନ୍ତି । କିନ୍ତୁ ଏନଡିଏମଏ ଅଧୀନରେ ଥିବା ଜାତୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏହି ପରିମାଣ ନିର୍ଣ୍ଣୟ କରାଯିବ ବୋଲି କହିଛନ୍ତି । ତେବେ ସହାୟତା ରାଶି ୪ ଲକ୍ଷ ଟଙ୍କାକୁ ଗ୍ରହଣ କରୁନାହାନ୍ତି ସୁପ୍ରିମକୋର୍ଟ । ବାସ୍ତବରେ, କରୋନା ପୀଡିତଙ୍କ ପରିବାରକୁ କ୍ଷତିପୂରଣ ମାଗିଥିବା ଆବେଦନକୁ କେନ୍ଦ୍ର ବିରୋଧ କରିଥିଲା ।

ଏଥିରେ ଆର୍ଥିକ କ୍ଷମତାର କୌଣସି ସମସ୍ୟା ନାହିଁ ବୋଲି ଏକ ସୁପ୍ରିମକୋର୍ଟରେ କେନ୍ଦ୍ର ଜଣାଇଥିଲା । ଜୁନ୍ ୨୧ ରେ, ସୁପ୍ରିମକୋର୍ଟ ଦୁଇଟି ପିଏଲ୍ ଉପରେ ଏହାର ଆଦେଶ ସଂରକ୍ଷିତ ରଖିଥିଲେ । ଯାହା କେନ୍ଦ୍ର ତଥା ରାଜ୍ୟମାନଙ୍କୁ ଆଇନ ଅନୁଯାୟୀ କ୍ଷତିପୂରଣ ହିସାବରେ ପ୍ରତ୍ୟେକଙ୍କୁ ୪ ଲକ୍ଷ ଟଙ୍କା ଦେବାକୁ ଏବଂ କରୋନାଭାଇରସ୍ କାରଣରୁ ପ୍ରାଣ ହରାଇଥିବା ପରିବାରକୁ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରିବାକୁ କହିଥିଲେ ।

ଏଥିପାଇଁ ଏକ ସମାନ ନୀତି ପ୍ରସ୍ତୁତ କରିବା ପାଇଁ କୁହାଯାଇଥିଲା । କୋର୍ଟ ଦୁଇଟି ପୃଥକ ଆବେଦନ ଶୁଣାଣି କରିଥିଲେ । ଏଥିମଧ୍ୟରେ ଆବେଦନକାରୀଙ୍କ ପରାମର୍ଶଦାତା ରିପକ କାନସାଲ ଏବଂ ଗୌରବ କୁମାର ବନସାଲ କେନ୍ଦ୍ର ତଥା ରାଜ୍ୟମାନଙ୍କୁ ଅନୁରୋଧ କରିଛନ୍ତି ଯେ କରୋନା କାରଣରୁ ପ୍ରାଣ ହରାଇଥିବା ପରିବାରକୁ ଆଇନ ଅନୁଯାୟୀ ପ୍ରତ୍ୟେକ ୪ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରନ୍ତୁ ।

   Related Posts