Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ସବୁ ରାଜ୍ୟରେ ହ୍ରାସ ପାଇବ କରୋନା ଟେଷ୍ଟ ଦାମ୍, ପୂରା ଦେଶରେ ଗୋଟିଏ ଦର ସ୍ଥିର କରିବାକୁ କହିଲେ ସୁପ୍ରିମକୋର୍ଟ

19/06/2020 at 4:38 PM

ନୂଆଦିଲ୍ଲୀ ୧୯।୦୬:  ଦେଶର ଅଲଗା ଅଲଗା ରାଜ୍ୟରେ କରୋନା ପରୀକ୍ଷଣର ଭିନ୍ନ ଭିନ୍ନ ଦାମକୁ ନେଇ ସୁପ୍ରିମକୋର୍ଟ ପୂରା ଦେଶରେ ଗୋଟିଏ ଦର ସ୍ଥିର କରିବାକୁ କହିଛନ୍ତି। କୋର୍ଟ କହିଛନ୍ତି, କେଉଁଠି କରୋନା ଟେଷ୍ଟ ୨୨୦୦ ଟଙ୍କାରେ ହେଉଛି ତ ଆଉ କେଉଁଠି ୪୫୦୦ ଟଙ୍କାରେ। ଏମିତି ଭିନ୍ନ ଭିନ୍ନ ନହୋଇ ଗୋଟିଏ ଦାମ୍ ସ୍ଥିର କରାଯାଉ, ଯେମିତି ସମଗ୍ର ଦେଶରେ କରୋନା ଟେଷ୍ଟ ଦର ସମାନ ରହିବ। ସୁପ୍ରିମକୋର୍ଟ କରୋନା ରୋଗୀଙ୍କ ଚିକିତ୍ସା ଏବଂ ଶବର ଉଚିତ୍ ରକ୍ଷଣାବେକ୍ଷଣ ମାମଲାରେ ନିଜ ଆଡୁ ହସ୍ତକ୍ଷେପ କରି ଶୁଣାଣି କରିବା ସମୟରେ କରୋନା ଟେଷ୍ଟ ଦରକୁ ନେଇ ଏହି ଟିପ୍ପଣୀ କରିଛନ୍ତି।

ଏହା ବ୍ୟତୀତ ବିଚାରପତି କହିଛନ୍ତି, ବିଶେଷଜ୍ଞଙ୍କ ଦଳ ହସ୍ପିଟାଲ ଗସ୍ତ କରନ୍ତୁ। ହସ୍ପିଟାଲରେ ଓ୍ଵାର୍ଡରେ ସିସିଟିଭି କ୍ୟାମେରା ଲଗାଯାଉ। ରୋଗୀଙ୍କ ଚିକିତ୍ସା ଓ ଶବଗୁଡିକର ରକ୍ଷଣାବେକ୍ଷଣ ନେଇ ଯେଉଁ ସମସ୍ୟା ରହିଛି, ତାହା ଶୀଘ୍ର ଦୂର କରାଯାଉ। ସବୁ ରାଜ୍ୟରେ ଗୋଟିଏ ନିୟମ ଲାଗୁ କରାଯାଉ।

ଶୁଣାଣି ସମୟରେ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କ ଓକିଲଙ୍କୁ ମଧ୍ୟ ପ୍ରଶ୍ନ କରିଛନ୍ତି। ବିଚାରପତି ଦିଲ୍ଲୀ ସରକାରଙ୍କ ପକ୍ଷରୁ ହାଜର ଓକିଲଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଗୋଟିଏ ଟ୍ରାମା ସେଣ୍ଟର କରିବା ପାଇଁ ୬୦ କୋଟି ଟଙ୍କାର ଏକ ଫଣ୍ଡ ଦିଆଯାଇଥିଲା। ଏହାର କଣ ହେଲା ? ଯଦି ଏହାର ବ୍ୟବହାର କରାଯାଇ ନାହିଁ ତେବେ ଆମେ ଦେଖିବୁ ଏହାର କଣ କରାଯାଇ ପାରିବ।

   Related Posts