Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

କରୋନା ଟେଷ୍ଟ ଓ ଚିକିତ୍ସା ମାଗଣା କର : ସୁପ୍ରିମକୋର୍ଟ

8/04/2020 at 2:10 PM

ନୂଆଦିଲ୍ଲୀ ୮।୪: ଦେଶରେ କରୋନା ଜନିତ ପରିସ୍ଥିତିରେ ସୁପ୍ରିମକୋର୍ଟ ବୁଧବାର କେନ୍ଦ୍ର ସରକାରଙ୍କୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି ଅବସରରେ କୋର୍ଟ ସରକାରଙ୍କୁ କରୋନା ଟେଷ୍ଟ ମାଗଣାରେ କରିବାକୁ କହିଛନ୍ତି। ଏଥି ଲାଗି ସରକାରଙ୍କୁ ଏକ ପ୍ରକ୍ରିୟା ପ୍ରସ୍ତୁତ କରିବାକୁ କହିଛନ୍ତି ଯେଉଁଥିରେ ଘରୋଇ ଲବରେଟରୀରେ ଲୋକେ  କରାଉଥିବା  କରୋନା ପରୀକ୍ଷଣର ଶୁଲ୍କ ସେମାନଙ୍କୁ ରିୟମ୍ବର୍ସ କରି ଫେରାଇବାର ବ୍ୟବସ୍ଥା ରହିବ। 

ସେହିପରି କୋର୍ଟ ପ୍ରାଭିଭେଟ୍ ଲ୍ୟାବ୍‌ରେ କରୋନା ଯାଞ୍ଚକୁ ନେଇ ଉଦବେଗ ପ୍ରକାଶ କରିବା ସହ ଏଥିଲାଗି  ଲାଗି ଶୁଳ୍କ ପୈଠର ଅନୁମତି ଦିଆଯିବା ଉଚିତ ନୁହେଁ ବୋଲି କୋର୍ଟ କହିଛନ୍ତି। କରୋନା ଟେଷ୍ଟ ଓ ଏହାର ମୁକାବିଲା ଲାଗି କାର୍ଯ୍ୟ କରୁଥିବା ଡାକ୍ତର ଓ ହସ୍ପିଟାଲ କର୍ମଚାରୀଙ୍କ ସୁରକ୍ଷା ଲାଗି ଆଗତ ପିଟିସନର ସୁଣାଣି କରି କୋର୍ଟ କରୋନା ଯୁଦ୍ଧରେ ଡାକ୍ତର ଓ ହସ୍ପିଟାଲ କର୍ମଚାରୀଙ୍କୁ ଯୋଦ୍ଧା ବୋଲି କହିଛନ୍ତି। ଏଣୁ ସେମାନଙ୍କ ପରିବାରର ସୁରକ୍ଷା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।  

ସରକାରଙ୍କ ପକ୍ଷରୁ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟରେ ହାଜର ହୋଇ ଦେଶର ୧୧୮ଟି ଲ୍ୟାବରେ ପ୍ରତିଦିନ ୧୫ ହଜର ସମ୍ପଲର ନମୁନା ପରୀକ୍ଷଣ ହେଉଥିବା କୋର୍ଟଙ୍କୁ କହିଛନ୍ତି। ଏବେ ସରକାର ଆଉ ୪୭ଟି ଲ୍ୟାବ୍‌କୁ ଟେଷ୍ଟ ଲାଗି ଅନୁମତି ଦେବାକୁ ବିଚାର କରୁଥିବା କହିଛନ୍ତି। ଏଥିଲାଗି କେତେ ଲ୍ୟାବର ଆବଶ୍ୟକତା ପଡିବ ତାହା ଏବେଠାରୁ କହିବା ସମ୍ଭବ ନୁହେଁ ବୋଲି ସୋଲିସିଟର ଜେନେରାଲ କୋର୍ଟଙ୍କୁ କହିଛନ୍ତି।

ସେହିପରି ଦେଶରେ କେତେ ଦିନ କରୋନା ଲକଡାଉନ୍ ଜାରି ରହିବ ସେ ନେଇ ମଧ୍ୟ କିଛି କହି ହେବନାହିଁ ବୋଲି କୋର୍ଟ କହିଛନ୍ତି। ତେବେ କୋର୍ଟଙ୍କ ପରାମର୍ଶର ସରକାର ବିଚାର କରିବେ ବୋଲି ସୋଲିସିଟର ଜେନେରାଲ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ଡାକ୍ତର ଓ ମେଡିକାଲ ଷ୍ଟାଫଙ୍କ ସୁରକ୍ଷା ଲାଗି ସରକାର ଓ ପୋଲିସ ମିଳିତ ବ୍ୟବସ୍ଥା କରୁଥିବା ମେହେଟା ଜଣାଇଛନ୍ତି।

   Related Posts