Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

‘ଗୁଇନ୍ଦା ଓ ସୁରକ୍ଷା ଏଜେନ୍ସି ଉପରେ ଆରଟିଆଇ ଲାଗୁ ହୋଇ ପାରିବ କି ନାହିଁ ? ନିଷ୍ପତ୍ତି ନେଉ ଦିଲ୍ଲୀ ହାଇକୋର୍ଟ’

17/10/2021 at 6:09 PM

ନୂଆଦିଲ୍ଲୀ ୧୭।୧୦: ଦେଶର ଗୁଇନ୍ଦା ଓ ସୁରକ୍ଷା ଏଜେନ୍ସି ଉପରେ ସୂଚନା ଅଧିକାର ଆଇନ(ଆରଟିଆଇ) ଲାଗୁ ହୋଇ ପାରିବ କି ନାହିଁ। ଏହା ଉପରେ ଶୀଘ୍ର ନିଷ୍ପତ୍ତି ନେବାକୁ ଦିଲ୍ଲୀ ହାଇକୋର୍ଟକୁ କହିଛନ୍ତି ସୁପ୍ରିମକୋର୍ଟ। ୨୦୧୮ରେ ଏକ ମାମଲାରେ ଶୁଣାଣି ସମୟରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଆରଟିଆଇ ଆକ୍ଟ ଆଧାରରେ ଯାଞ୍ଚ ଏଜେନ୍ସିର ବରିଷ୍ଠତା ଏବଂ ପଦୋନ୍ନତି ସଂପର୍କିତ ସୂଚନା ତଦନ୍ତ ଅଧିକାରୀଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା  ବିରୋଧରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଥିଲେ। ଏହା ଉପରେ ଏବେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଟିପ୍ପଣୀ ଆସିଛି।

ସୁପ୍ରିମକୋର୍ଟର ବିଚାରପତି ଏମଆର ଶାହା ଏବଂ ବିଚାରପତି ଏଏସ ବୋପାନ୍ନାଙ୍କ ପୀଠ କହିଛନ୍ତି, ହାଇକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି, ତାହା ସରକାରୀ ବିଭାଗର ଆପତ୍ତି ଶୁଣିବା ବିନା ଜାରି ହୋଇଛି। ଏହା ମଧ୍ୟ ଶୁଣାଯିବା ଉଚିତ୍ ଯେ, ଆରଟିଆଇ ଆଇନ ସୁରକ୍ଷା ଏବଂ ଗୁଇନ୍ଦା ଏଜେନ୍ସି ଉପରେ ଲାଗୁ ହେବା ଉଚିତ୍ କି ନୁହେଁ।

ସୁପ୍ରିମକୋର୍ଟ ଏହି ମାମଲାରେ ଗୁରୁତ୍ଵପୂର୍ଣ୍ଣ ଟିପ୍ପଣୀ କରିଛନ୍ତି ଯେ, ଏହା ସ୍ଵତନ୍ତ୍ର ବିଭାଗ ସହ ଜଡିତ ମାମଲା। ଏହା ଉପରେ ଆରଟିଆଇ ଲାଗୁ ହୋଇ ପାରିବ କି ନାହିଁ, ଏହା ଉପରେ ନିଷ୍ପତ୍ତି କରିବା ପରିବର୍ତ୍ତେ ହାଇକୋର୍ଟ ସିଧାସଳଖ ବିଭାଗକୁ ଦସ୍ତାବିଜ ଦେବାକୁ କହି ଦେଲେ। ହାଇକୋର୍ଟକୁ ଦସ୍ତାବିଜ ମାଗିବା ପୂର୍ବରୁ ଏହା ଉପରେ ବିଚାର କରିବାର ଥିଲା ଯେ, ଆରଟିଆଇ ଆକ୍ଟ ସେହି ସଂସ୍ଥା କିମ୍ବା ବିଭାଗ ଉପରେ ଲାଗୁ ହେବ କି ନାହିଁ। ଏଥିପାଇଁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟକୁ ନିର୍ଦ୍ଦେଶ ଦିଆଯାଉଛି ଯେ, ପ୍ରଥମେ ଏହା ଉପରେ ନିର୍ଣ୍ଣୟ ନେଉ ଯେ, କୌଣସି ଗୁଇନ୍ଦା କିମ୍ବା ସୁରକ୍ଷା ଏଜେନ୍ସି ଉପରେ ଆରଟିଆଇ ଆକ୍ଟ ଲାଗୁ ହୋଇ ପାରିବ  କି ନାହିଁ।

   Related Posts