ପୂର୍ବତନ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ମନ୍ତବ୍ୟ ହେଲା ମହଙ୍ଗା : ଓମ୍ ବାବାଙ୍କୁ ୫ଲକ୍ଷ ଟଙ୍କା ଜରିମାନା କଲେ ସୁପ୍ରିମ କୋର୍ଟ

Published By : Prameya-News7 Bureau | October 29, 2020 IST

ନୂଆଦିଲ୍ଲୀ ୨୯/୧୦: ସୁପ୍ରିମ କୋର୍ଟ ଓମ୍ ବାବାଙ୍କ ବିରୋଧରେ ୧୦ଲକ୍ଷ ଟଙ୍କାର ଜୋରିମାନାକୁ କମ୍ କରି ୫ଲକ୍ଷ ଟଙ୍କା କରି ଦେଇଛନ୍ତି। କେବଳ ଏତିକି ନୁହେଁ କୋର୍ଟ ୮ସପ୍ତାହ ଭିତରେ ଜୋରିମାନା ଟଙ୍କା ଦେଇ ରିପୋର୍ଟ ଜମା କରିବାକୁ କହିଛନ୍ତି। ନିଜ ବିବାଦୀୟ ବୟାନଗୁଡ଼ିକ ପାଇଁ ଚର୍ଚ୍ଚାରେ ରହୁଥିବା ଓମ୍ ବାବା ୨୦୧୭ମସିହାରେ ଜଷ୍ଟିସ୍ ଦୀପକ ମିଶ୍ରଙ୍କୁ ମୁଖ୍ୟ ବିଚାରପତି କରାଯିବା ବିରୋଧରେ ଆବେଦନ ଦାଖଲ କରିଥିଲେ। ଏହି ମାମଲାରେ କୋର୍ଟ ଓମ୍ ବାବାଙ୍କ ଉପରେ ୧୦ଲକ୍ଷ ଟଙ୍କାର ଜୋରିମାନା ଲଗାଇଥିଲେ। କିନ୍ତୁ ଓମ୍ ବାବା ଏବେ ସୁଦ୍ଧା ଜୋରିମାନା ଦେଇ ନାହାନ୍ତି।

{"id":352886,"sizeSlug":"large"}

ଓମ୍ ବାବା ବିଚାରପତି ଦୀପକ ମିଶ୍ରଙ୍କୁ ସୁପ୍ରିମ କୋର୍ଟଙ୍କ ୪୫ତମ ମୁଖ୍ୟ ବିଚାରପତି ନିଯୁକ୍ତ କରାଯିବା ନିଷ୍ପତ୍ତିର ବିରୋଧ କରିଥିଲେ। କେବଳ ଏତିକି ନୁହେଁ ଓମ୍ ବାବା ଏହି ନିଷ୍ପତ୍ତିକୁ ବିରୋଧ କରି କୋର୍ଟରେ ଚ୍ୟାଲେଞ୍ଜ ଆବେଦନ ଦାୟର କରିଥିଲେ। ଯାହା ପରେ କୋର୍ଟ ଓମ୍ ବାବାଙ୍କ ଏହି ଆବେଦନକୁ ମୂଳରୁ ଖାରଜ କରି ଦେଇଥିଲେ,ଏହା ସହିତ ଏହାକୁ ଏକ ନୀଚ କାମ କହି ତାଙ୍କ ଉପରେ ୧୦ଲକ୍ଷ ଟଙ୍କାର ଆର୍ଥିକ ଜୋରିମାନା ଲଗାଇଥିଲେ।

{"id":352887,"sizeSlug":"large"}

ଓମ୍ ବାବା ବିଗ୍ ବସ୍ ସିଜନ୍ ୧୦ରେ ନଜର ଆସିଥିଲେ। ଓମ୍ ବାବା ଶୋରେ ଆସିବା ପୂର୍ବରୁ ମଧ୍ୟ ବିବାଦରେ ଥିଲେ। ସେ ଦାବି କରୁଥିଲେ ଯେ ସେ ଭବିଷ୍ୟତ ଦେଖି ପାରିବେ। ବିଗ୍ ବସ୍ ଘରେ ଓମ୍ ବାବାଙ୍କ ଆଚରଣକୁ ନେଇ ପୂରା ଦେଶ ଆଚମ୍ବିତ ଥିଲା। ନିଜକୁ ବାବା କହୁଥିବା ଓମ୍ ବାବା ଶୋ ରେ ଏକ ଟାସ୍କ ସମୟରେ ବାନି ଜେ ଏବଂ ରୋହନଙ୍କ ଉପରେ ତାଙ୍କ ପରିସ୍ରା ଫିଙ୍ଗିଥିଲେ। ଓମ୍ ବାବା ଏହି କାରନାମା କ୍ୟାପଟେନ୍ସି ଟାସ୍କ ବେଳେ କରିଥିଲେ। ତାଙ୍କର ଏହି କାରନାମା ପରେ ବିଗ୍ ବସ୍ ତରଫରୁ କଡ଼ା ଆକ୍ସନ ନିଆଯାଇଥିଲା। ତାଙ୍କୁ ତତ୍କାଳ ପ୍ରଭାବ ଦ୍ବାରା ଶୋରୁ ବାହାର କରି ଦିଆଯାଇଥିଲା।

{"id":352891,"sizeSlug":"large"}

 ବିଗ୍ ବସର ସେହି ସିଜନରେ ଓମ୍ ବାବା ଲଗାତାର ନିଜକୁ ଜଣେ ଭିକ୍ଟିମ୍ ଭଳି ଦେଖାଉଥିଲେ। ସେ ସବୁବେଳେ ଏହା ଦେଖାଇବାକୁ ଉଦ୍ୟମ କରୁଥିଲେ ଯେ ତାଙ୍କୁ ସମସ୍ତେ ହଇରାଣ କରୁଛନ୍ତି। କିନ୍ତୁ ସେ ଏଭଳି ଆଚରଣ କରୁଥିଲେ ଯେ ସମସ୍ତେ ତାଙ୍କଠୁ ଦୂରେଇ ରହୁଥିଲେ। ସେହି ସିଜନରେ ଅନେକ ଥର ଓମ୍ ବାବା ମହିଳାଙ୍କ ବିରୋଧରେ ଅପଶବ୍ଦର ବ୍ୟବହାର କରିଥିଲେ।

{"id":352892,"sizeSlug":"large"}

ବିଗ୍ ବସ୍ ୧୦ରେ ଅନେକ ଥର ଓମ୍ ବାବା ଅନ୍ୟ ପ୍ରତିଯୋଗୀଙ୍କ ସହ ହାତାହାତି ହୋଇଥିଲେ। ସେ କେବଳ ନିଜ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁନଥିଲେ ବରଂ ତାଙ୍କ ବିରୋଧରେ ଚୋରି ଅଭିଯୋଗ ଲାଗିଥିଲା। ତାଙ୍କ ବିରୋଧରେ ତାଙ୍କରି ସମ୍ପର୍କୀୟଙ୍କ ଘରୁ ଚୋରି କରିବାର ଅଭିଯୋଗ ଲାଗିଛି। ଯାହା ଫଳରେ ତାଙ୍କୁ ଜେଲ୍ ମଧ୍ୟ ଯିବାକୁ ପଡ଼ିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.