କେନ୍ଦ୍ରର ଅନୁରୋଧକୁ ଅଗ୍ରାହ୍ୟ , କୃଷକଙ୍କ ଟ୍ରାକ୍ଟର ରାଲି ଉପରେ ଆଦେଶ ଦେବାକୁ ମନାକଲେ ସୁପ୍ରିମକୋର୍ଟ, ଦିଲ୍ଲୀ ପୋଲିସଙ୍କୁ ନିୟନ୍ତ୍ରଣ ଦାୟିତ୍ୱ

Published By : Prameya-News7 Bureau | January 20, 2021 IST

ନୂଆଦିଲ୍ଲୀ ୨୦।୦୧: ୫୬ ଦିନ ହେଲା ଦିଲ୍ଲୀର ବିଭିନ୍ନ ସୀମାରେ କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଭାରତ ସରକାରଙ୍କ ଦ୍ୱାରା ଆସିଥିବା ୩ଟି ନୂତନ କୃଷି ଆଇନ୍‌କୁ ନେଇ ବିରୋଧ ଜାରି ରହିଛି । ଜାନୁଆରୀ ୨୬ରେ କୃଷକମାନେ ଦିଲ୍ଲୀରେ ଟ୍ରାକ୍ଟ ରାଲି କରିବାକୁ ଯୋଜନା କରିଥିଲେ । ଯାହାପରେ ଦିଲ୍ଲୀ ପୋଲିସର ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଶୁଣାଣି ସମୟରେ ସୁପ୍ରମିକୋର୍ଟ ପୁଣି ଥରେ କୃଷକଙ୍କ ଟ୍ରାକ୍ଟର ରାଲି ନେଇ କୌଣସି ନିଷ୍ପତ୍ତି ନେବାକୁ ମନାକରିଦେଇଛନ୍ତି । ମାନ୍ୟବର କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଏହା ଦିଲ୍ଲୀ ପୋଲିସର ଅଧିକାର । ତେଣୁ ରାଲି ନେଇ ଦିଲ୍ଲୀ ପୋଲିସ ନିଷ୍ପତ୍ତି ନେବେ । ଶୁଣାଣି ସମୟରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ବୋବଡେ କହିଥିଲେ ଯେ, ଏହା ସଂପୂର୍ଣ୍ଣ ଦିଲ୍ଲୀ ପୋଲିସର ନିଷ୍ପତ୍ତି । ତେଣୁ ଏହି ମାମଲାରେ ଆମେ କିଛି କହିପାରିବୁନି । ତେବେ କେନ୍ଦ୍ର ସରକାର କୃଷକଙ୍କ ଟ୍ରାକ୍ଟର ରାଲି ନେଇ ଦାୟର କରିଥିବା ମାମଲାକୁ ଫେରାଇନେବାକୁ ସୁପ୍ରିମକୋର୍ଟ କହିଛନ୍ତି ।

ସେହିପରି ସୁପ୍ରମିକୋର୍ଟଙ୍କ  ପକ୍ଷରୁ ଗଠିତ ହୋଇଥିବା କମିଟିକୁ ନେଇ ଯେଉଁସବୁ ପ୍ରଶ୍ନ ଉଠୁଛି । ତାକୁ ନେଇ ପ୍ରଧାନ ବିଚାରପତି କହିଛନ୍ତି ଯେ, କମିଟି କୌଣସି ନିଷ୍ପତ୍ତି ନେବ ନାହିଁ । କମିଟି କେବଳ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା କରିବ । ଆଲୋଚନା ପରେ ରିପୋର୍ଟ କୋର୍ଟରେ ଦାଖଲ କରିବ । କୋର୍ଟ ଏବେ ନୂତନ କୃଷି ଆଇନ୍‌ ଉପରେ ରୋକ ଲଗାଇଛନ୍ତି । ଏହାର ସମାଧାନ ବାହାର କରିବା ପାଇଁ ଏକ କମିଟି ଗଠନ କରିଛନ୍ତି । ତେଣୁ ଯେଉଁମାନେ କମିଟି ପାଖକୁ ନଯିବାକୁ ଚାହୁନାହାନ୍ତି, ତାଙ୍କୁ ବାଧ୍ୟ କରାଯାଉନାହିଁ । ଲୋକଙ୍କ ରାୟ ନେଇ କୋର୍ଟ ନିଷ୍ପତ୍ତି ନେଇପାରିବେନି । ଆଉ ଥରେ କମିଟି ଗଠନ କରିବାକୁ କିଷାନ ମହାପଞ୍ଚାୟତର ଦାବି ଉପରେ ସମସ୍ତ ପକ୍ଷରୁ ନୋଟିସ ଜାରି କରିଛନ୍ତି କୋର୍ଟ ।

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଆହୁରୀ ମଧ୍ୟ କହିଛନ୍ତି ଯେ, ଆମେ କୃଷି କ୍ଷେତ୍ରର ବିଶେଷଜ୍ଞଙ୍କୁ ନେଇ ଏକ କମିଟି ଗଠନ କରିଥିଲୁ । ଯାହାର ଉଦ୍ଦେଶ୍ୟ ଥିଲା ଉଭୟ ପକ୍ଷଙ୍କୁ ମଧ୍ୟରେ ଆଲୋଚନା କରିବା , ଏବଂ ରିପୋର୍ଟ ଦାଖଲ କରିବେ । ଏହି କମିଟିକୁ ନିଷ୍ପତ୍ତି ନେବା ପାଇଁ କୌଣସି କ୍ଷମତା ଦିଆଯାଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.