Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣାକଲା ଆପ୍‌, ତାଲିକାରେ ଅନେକ ଉଚ୍ଚ ଶିକ୍ଷିତ
  • ||
  • ଆସେସ୍‌ ସିରିଜ୍ କବଜା କଲା ଅଷ୍ଟ୍ରେଲିଆ, ଇଂଲଣ୍ଡକୁ ୪-୦ରେ ମୂଳପୋଛ କରି ଇତିହାସ ରଚିଲା କଙ୍ଗାରୁ ବାହିନୀ
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ରେକର୍ଡ ୪୪୫୨ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୦୦୩ଜଣ ଡିସଚାର୍ଜ
  • ||
  • ମୋହନା: ଅଟୋ-ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ, ୭ ଆହତ
  • ||
  • ବଣାଇ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଡୁଛି ତାଟିକବାଟ
  • ||
  • ଟେକ୍ସାସରେ ୪ ଜଣଙ୍କୁ ପଣବନ୍ଦୀ : ପାକିସ୍ତାନୀ ବୈଜ୍ଞାନିକଙ୍କୁ ମୁକ୍ତ କରିବାକୁ ଦାବି, ଘଟଣାସ୍ଥଳରେ ଏଫବିଆଇ ଓ ସ୍ୱାଟ୍ ଟିମ୍
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୧କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଡେଇଁଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୧୭୭ କୋଭିଡ୍ ପଜିଟିଭ୍, ୧୧୩୩୯୧୨ରେ ପହଞ୍ଚିଲା ସଂଖ୍ୟା
  • ||
  • ନିଶାରେ ୩ ବାଇକକୁ ଧକ୍କା ଦେଲେ କାର୍ ଡ୍ରାଇଭର, ଓଲଟା ପୋଲିସକୁ କଲେ ଗାଳିଗୁଲଜ
  • ||
  • ଫାଟିଗଲା ମୋବାଇଲ ବ୍ୟାଟେରୀ, ନାବାଳକ ଗୁରୁତର : ପଥରରେ ଛେଚୁଥିବା ବେଳେ ଅଘଟଣ
  • ||

ଶ୍ରମିକଙ୍କୁ ପଳାୟନରୁ ନିବୃତ୍ତ ହେବାକୁ ନିର୍ଦ୍ଦେଶ ଦେବା ପାଇଁ ମନା କଲେ ସୁପ୍ରିମକୋର୍ଟ, ଜାଣନ୍ତୁ କାହିଁକି ?

30/03/2020 at 8:19 PM

ନୂଆଦିଲ୍ଲୀ ୩୦।୩:  କରୋନା ଭୂତାଣୁ ସଂକ୍ରମଣ ଶୃଙ୍ଖଳ ଛିନ୍ନ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଦେଶବ୍ୟାପୀ ୨୧ ଦିନିଆ ଲକ୍ ଡାଉନ ଜାରି କରିଛନ୍ତି। ଉପୁଜିଥିବା ପରିସ୍ଥିତିରେ ବିଭିନ୍ନ ସହରାଞ୍ଚଳରୁ ଶ୍ରମିକ ଏବେ ଗ୍ରାମ ମୁହାଁ ହୋଇଛନ୍ତି।  ଏଣୁ ଶ୍ରମିକଙ୍କୁ ଏଥିରୁ କ୍ଷାନ୍ତ ରହିବାକୁ ନିର୍ଦ୍ଦେଶ ଜାରି ଲାଗି ସୁପ୍ରିମକୋର୍ଟରେ ୨ ଓକିଲ କରିଥିବା ନିବେଦନର ସୋମବାର ଶୁଣାଣି ହୋଇଛି।

ଭିଡିଓ କନଫରେନସିଂରେ ହୋଇଥିବା ଶୁଣାଣିରେ  କେନ୍ଦ୍ର ସରକାର ସୋଲିସିଟର ଜେନେରାଲଙ୍କ ଦ୍ୱାରା ତାଙ୍କର ପକ୍ଷରଖିଛନ୍ତି। ତେବେ ସରକାର ନିଜେ ଲକ୍ ଡାଉନ୍ ପରିସ୍ଥିତିର ପରିଚାଳନା କରୁଛନ୍ତି, ଏଣୁ ପ୍ରସଙ୍ଗରେ କୌଣସି ନିର୍ଦ୍ଦେଶ ଦେବା ଉଚିତ ହେବନି ବୋଲି କହିଛନ୍ତି କୋର୍ଟ।  ଅନ୍ୟପକ୍ଷରେ ସରକାରଙ୍କୁ ଷ୍ଟାଟସ ରିପୋର୍ଟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସହରାଞ୍ଚଳରୁ ଶ୍ରମିକମାନେ ଯେଉଁଭଳି ପଳାୟନ କରୁଛନ୍ତି ତାହା ଦେଶର ଗ୍ରାମାଞ୍ଚଳ ଲାଗି ସଂକ୍ରମଣର ଭୟ ସୃଷ୍ଟି କରିଥିବା ଓକିଲ ରଶ୍ମୀ ବନସଲ ଓ ଅନୁଜ ଗୁପ୍ତା ଆବେଦନ ଦର୍ଶାଇଥିଲେ। ଯେଉଁଥିରେ ପ୍ରବାସୀ ଶ୍ରମିକମାନେ ଏବେ ଭୂତାଣୁର ବାହକ ହୋଇପାରନ୍ତି ବୋଲି ଓକିଲ ଦ୍ୱୟ ସନ୍ଦେହ ପ୍ରକାଶ କରିଛନ୍ତି। ଜବାବରେ ସରକାରଙ୍କ ପକ୍ଷରୁ ସୋଲିସିଟର ଜେନେରାଲ ତୁଷାର ମେହେଟା ମଧ୍ୟ  ଏଭଳି ପଳାୟନ ଅଟକାଯିବା ଦରକାର ବୋଲି କହିଥିଲେ। ସରକାର ଶ୍ରମିକଙ୍କୁ ଏଭଳି ପଳାୟନ ଲାଗି ଉତ୍ସାହିତ କରୁନାହାନ୍ତି ବୋଲି କହିଥିଲେ ମେହେଟା।

ତେବେ ମୁଖ୍ୟ ବିଚାରପତି ଏସ.ଏ.ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏପରି ପ୍ରସଙ୍ଗରେ କୌଣସି ନିର୍ଦ୍ଦେଶ ଦେବାକୁ ମନା କରିଦେଇଛନ୍ତି। ଯେହେତୁ ସରକାର ନିଜେ ମାମଲାର ପରିଚାଳନା କରୁଛନ୍ତି ଏଥିରେ କୋର୍ଟ କୌଣସି ନିର୍ଦ୍ଦେଶ ଦେବା ସରକାରଙ୍କ କାର୍ଯ୍ୟରେ ହସ୍ତକ୍ଷେପ ଭଳି ହେବ।  ତେବେ ଏଥିଲାଗି ସରକାରଙ୍କୁ ଷ୍ଟାଟସ ରିପୋର୍ଟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତି ଶୁଣାଣି ମଙ୍ଗଳବାର ହେବ। ଏଣୁ ମଙ୍ଗଳବାର ସରକାର ଷ୍ଟାଟସ ରିପୋର୍ଟ ଦେବେ ବୋଲି କହିଛନ୍ତି କୋର୍ଟ।

   Related Posts