Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଲୋନ୍ ମୋରାଟୋରିୟମ ଉପରେ ସାଧାରଣ ଜନତାଙ୍କୁ ବଡ ଆଶ୍ଵସ୍ତି, ନଭେମ୍ବର ୧୫ ପର୍ଯ୍ୟନ୍ତ ଦେବାକୁ ପଡିବନି ସୁଧ ଉପରେ ସୁଧ

14/10/2020 at 4:54 PM

ନୂଆଦିଲ୍ଲୀ ୧୪।୧୦: ସୁପ୍ରିମକୋର୍ଟ ଲୋନ ମୋରାଟୋରିୟମ ମାମଲାରେ ସାଧାରଣ ଜନତାଙ୍କୁ ବଡ ଆଶ୍ଵସ୍ତି ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ମୋରାଟୋରିୟମ ସୁବିଧାର ଫାଇଦା ଉଠାଇଥିବା ଲୋକଙ୍କୁ ୨୦୨୦ ନଭେମ୍ବର ୧୫ ପର୍ଯ୍ୟନ୍ତ ସୁଧ ଉପରେ ସୁଧ ଦେବାକୁ ପଡିବ ନାହିଁ। ଏଥିସହ ନଭେମ୍ବର ୧୫ ପର୍ଯ୍ୟନ୍ତ କୌଣସି ପ୍ରକାରର ଲୋନ୍ ଆକାଉଣ୍ଟ ନନ-ପରଫର୍ମିଂ ଆସେଟ୍(ଏନପିଏ) ଘୋଷିତ କରାଯିବ ନାହିଁ। ଏହା ପୂର୍ବରୁ ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ତରଫରୁ ଉପସ୍ଥିତ ସଲିସିଟର ଜେନେରାଲ ଓ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଉପସ୍ଥିତ ହରିଶ ସାଲଭେ ମାମଲାର ଶୁଣାଣି ଘୁଞ୍ଚାଇବାକୁ ଅପିଲ୍ କରିଥିଲେ। ଏହା ପରେ ମାମଲାର ଶୁଣାଣି ନଭେମ୍ବର ୨ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।

ସୁପ୍ରିମକୋର୍ଟ କହିଛନ୍ତି କେନ୍ଦ୍ର ସରକାରଙ୍କୁ ସୁଧ ଉପରେ ସୁଧ ଛାଡ କରିବା ସ୍କିମକୁ ଶୀଘ୍ର ଲାଗୁ କରିବା ଉଚିତ୍। ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଗୋଟିଏ ମାସର ସମୟ କଣ ପାଇଁ ଦରକାର ବୋଲି ଅଦାଲତ ପ୍ରଶ୍ନ କରିଛନ୍ତି। ଯଦି ସରକାର ଏହା ଉପରେ ନିଷ୍ପତ୍ତି ନେବେ ଆମେ ତୁରନ୍ତ ଆଦେଶ ପାରିତ କରିବୁ ବୋଲି କୋର୍ଟ କହିଛନ୍ତି। ସଲିସିଟର ଜେନେରାଲ କହିଛନ୍ତି ସମସ୍ତ ଲୋନ ଅଲଗା ଅଲଗା ପ୍ରକ୍ରିୟାରେ ଦିଆଯାଇଛି। ଏଥିପାଇଁ ସବୁ ଲୋନ୍‌କୁ ଅଲଗା ଅଲଗା ଭାବେ ସଞ୍ଚାଳନ କରାଯିବ। ପୁଣି ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ନଭେମ୍ବର ୨ ସୁଦ୍ଧା ସୁଧ ଉପରେ ସୁଧ ଛାଡ ସ୍କିମକୁ ଶୀଘ୍ର ଲାଗୁ  କରାଯାଉ। ଏହା ଉପରେ ସଲିସିଟର ଜେନେରାଲ ତୁଷାର ମେହଟ୍ଟା କହିଛନ୍ତି ସରକାର ନଭେମ୍ବର ୨ ସୁଦ୍ଧା ସୁଧ ଉପରେ ସୁଧ ଛାଡ ସ୍କିମ ନେଇ ସର୍କୁଲାର ଜାରି କରିବେ।

ଉଲ୍ଲେଖନୀୟ କରୋନା ସଂକ୍ରମଣ ପାଇଁ କେନ୍ଦ୍ର ସରକାର ପୂରା ଦେଶରେ ଲକ୍‌ଡାଉନ୍‌ ଲାଗୁ କରିଥିଲେ। ଏହି ସମୟରେ ସବୁ ସେକ୍ଟର ବନ୍ଦ ରହିଥିଲା। ଏଥିପାଇଁ ଶ୍ରମିକ ଶ୍ରେଣୀଠୁ ନେଇ ଉଦ୍ୟୋଗ ପର୍ଯ୍ୟନ୍ତ ସମସ୍ତେ ମୁସ୍କିଲର ସମ୍ମୁଖୀନ ହୋଇଥିଲେ। ଲକ୍ଷ ଲକ୍ଷ ଲୋକଙ୍କୁ ଚାକିରି ହରାଇବାକୁ ପଡିଥିଲା। ଏମିତି ସ୍ଥିତିରେ ଲୋକଙ୍କୁ କିସ୍ତି ଭରିବା ମୁସ୍କିଲ ଥିଲା। ଏହାକୁ ଦୃଷ୍ଟିରେ ରଖି ଆରବିଆଇ ଲୋନ ମୋରାଟୋରିୟମ ବ୍ୟବସ୍ଥା ଲାଗୁ କରିଥିଲେ। ଲୋନ ଉପରେ କିସ୍ତି ଦେବାକୁ ଘୁଞ୍ଚାଇ ଦିଆଯାଇଥିଲା।

   Related Posts