ରାଜ୍ୟକୁ ଆସିପାରିବେ ପ୍ରବାସୀ ଓଡିଆ, ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରହିତାଦେଶ ଲଗାଇଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | May 08, 2020 IST

ଭୁବନେଶ୍ୱର, ୦୮|୦୫ : ସୁରଟରୁ ପ୍ରବାସୀ ଓଡିଆ ଫେରିବା ପୂର୍ବରୁ ସେମାନଙ୍କର ପ୍ରଥମେ କରୋନା ଟେଷ୍ଟ୍ କରାଯାଉ ଓ ରିପୋର୍ଟ ନେଗେଟିଭ୍ ଆସିଲେ ସେମାନଙ୍କୁ ଆସିବା ପାଇଁ ଅନୁମତି ଦିଆଯାଉ ବୋଲି ହାଇକୋର୍ଟ ଗୁରୁବାର କହିଥିଲେ । ଏହି ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି । କିନ୍ତୁ ଶୁକ୍ରବାର ଜଷ୍ଟିସ ଏସକେ କାଉଲ, ଜଷ୍ଟିସ ବି.ଆର. ଗଓ୍ୱାଇ ଓ ଜଷ୍ଟିସ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଟପୀଠ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରହିତାଦେଶ ଜାରି କରିଛନ୍ତି ।

{"id":266716,"width":744,"height":464,"sizeSlug":"large"}

ଆଜିର ଶୁଣାଣିରେ ସେଲିସେଟର ଜେନେରାଲ ପକ୍ଷ ରଖିଥିଲେ । ସେ କହିଥିଲେ ଯେ, ଯେଉଁ ରାଜ୍ୟ ପ୍ରବାସୀଙ୍କୁ ଫେରାଇ ଆଣିବା ପାଇଁ ଚାହେଁନି ଏଥି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ଦରକାର । ତେବେ ରାଜ୍ୟ ପ୍ରବେଶ ଉପରେ ରୋକ ଲଗାଯାଇ ପାରିବ ନାହିଁ । ଅନେକ ବ୍ୟକ୍ତି ଯେଉଁମାନେ ବାହାର ରାଜ୍ୟରେ ରହୁଛନ୍ତି ଏବେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ସେମାନଙ୍କୁ ଫେରିବା ପାଇଁ ଅନୁମତି ଦିଆଯାଉ ବୋଲି ସେ  ଯୁକ୍ତି ବାଢିଥିଲେ ।

ହାଇକୋର୍ଟ ଗୁରୁବାର କହିଥିଲେ ଯେ, ପ୍ରବାସୀ ଓଡିଆଙ୍କୁ ଫେରାଇ ଆଣିବା ପୂର୍ବରୁ ପ୍ରଥମେ ସେମାନଙ୍କର ଟେଷ୍ଟ କରାଯାଉ । ରିପୋର୍ଟ ନେଗେଟିଭ୍ ଆସିଲେ ଫେରାଇ ଅଣାଯାଇ ପାରିବ ବୋଲି କୋର୍ଟ କହିଥିଲେ । ଏମିତି ବାହାରୁ ସମସ୍ତଙ୍କୁ ଆଣିଲେ ସମସ୍ୟା ହେବ ବୋଲି  ଅଭିଯୋଗ କରି ସାମାଜିକ କର୍ମୀ ନାରାୟଣ ଚନ୍ଦ୍ର ଜେନା  ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଖଲ କରିଥିଲେ । ଯାହାର ଶୁଣାଣି ଗୁରୁବାର କୋର୍ଟ କରିଥିଲେ ।

ହାଇକୋର୍ଟଙ୍କ ରାୟ ପରେ ସୁରଟରେ ବସବାସ କରୁଥିବା ପ୍ରବାସୀ ଓଡିଆଙ୍କୁ ଝଟକା ଲାଗିଥିଲା । ସୁରଟ ପ୍ରଶାସନ ଆଉ କୌଣସି ଟ୍ରେନ୍ ସୁରଟରୁ ଓଡିଶା ଆସିବ ନାହିଁ ବୋଲି କହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.