ଗୁଜୁରାଟ ଦଙ୍ଗାର ୧୭ଦୋଷୀଙ୍କୁ ସୁପ୍ରିମକୋର୍ଟଙ୍କ ଜାମିନ, ଧାର୍ମିକ ଓ ସାମାଜିକ କାର୍ଯ୍ୟରେ ସାମିଲ ହେବେ ; ସର୍ବୋଚ୍ଚ ଅଦାଲତକୁ ଆସିବ ରିପୋର୍ଟ

Published By : Prameya-News7 Bureau | January 28, 2020 IST

ନୂଆଦିଲ୍ଲୀ ୨୮।୦୧: ୨୦୦୨ ଗୁଜୁରାଟ ଦଙ୍ଗା ମାମଲାରେ ୧୭ଜଣ ଦୋଷୀଙ୍କୁ ଜାମିନ। ମଙ୍ଗଳବାର ଦିନ ମାନ୍ୟବର ସୁପ୍ରିମକୋର୍ଟ ସମସ୍ତ ୧୭ଜଣ ଦୋଷୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଜାମିନରେ ଥିବା ସମସ୍ତ ଦୋଷୀ ନିଜକୁ ସାମାଜିକ ଓ ଧାର୍ମିକ କାର୍ଯ୍ୟରେ ସହଯୋଗ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସମସ୍ତ ଦୋଷୀଙ୍କୁ ଦୁଇ ଭାଗରେ ବିଭକ୍ତ କରିଛନ୍ତି କୋର୍ଟ । ଗୋଟିଏ ଦଳକୁ ଇନ୍ଦୋର ପଠାଯିବା ବେଳେ ଓ ଅନ୍ୟ ଦଳକୁ ଜବଲପୁରକୁ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।  

{"id":183769,"sizeSlug":"large"}

ସୁପ୍ରିମକୋର୍ଟ ଇନ୍ଦୋର ଓ ଜବଲପୁରର ଅଧିକାରୀଙ୍କୁ କହିଛନ୍ତି ଯେ, ସମସ୍ତ ୧୭ଜଣ ଦୋଷୀ ଏବେ ଜାମିନରେ ଅଛନ୍ତି । ଦୋଷୀମାନଙ୍କୁ ଏହି ସମୟରେ ସାମାଜିକ ଓ ଧାର୍ମିକ କାର୍ଯ୍ୟରେ ନିୟୋଜିତ କରାଯାଉ । ସୁପ୍ରିମକୋର୍ଟ ରାଜ୍ୟର ଆଇନ ସେବା ପ୍ରାଧିକରଣର ଅନୁପାଳନ ରିପୋର୍ଟ ଅନୁସାରେ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଜାମିନରେ ଥିବା ଦୋଷୀମାନଙ୍କର ଆଚରଣ ଉପରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସମସ୍ତ ଦୋଷୀ ସପ୍ତାହରେ ଅତିକମ୍‌ରେ ୬ଘଣ୍ଟା ନିଜକୁ ସାମାଜିକ କାମ ନିୟୋଜିତ କରିବାକୁ ପଡିବ । ଜାମିନରେ ଥିବା ସମସ୍ତ ଦୋଷୀଙ୍କୁ ସପ୍ତାହିକ ଭାବେ ଥାନାରେ ଆସି ରିପୋର୍ଟ ଦେବାକୁ ପଡିବ । ସୁପ୍ରିମକୋର୍ଟ ଇନ୍ଦୋର ଓ ଜବଲପୁରର ଜିଲ୍ଲା ଆଇନ ଅଧିକାରୀଙ୍କୁ ଦୋଷୀଙ୍କ ଜାମିନ ପାଇଁ ଦିଆଯାଇଥିବା ସମସ୍ତ ସର୍ତ୍ତକୁ କଡାକଡି ଭାବେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

୨୦୦୨ରେ ଗୁଜୁରାଟର ଗୋଧ୍ରା ପରେ ଅନେକ ଅନେକ ଜାଗାରେ ଦଙ୍ଗା ହୋଇଥିଲା । ଏହି ଦଙ୍ଗାରେ ଅନେକ ଲୋକଙ୍କ ପ୍ରାଣହାନୀ ହେବା ସହ ଅନେକ ଆହତ ହୋଇଥିଲେ । ପ୍ରବଳ ପରିମାଣର ସରକାରୀ ସମ୍ପତ୍ତି ଓ ବେସରକାରୀ ସମ୍ପତ୍ତି ନଷ୍ଟ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.