ସୁପ୍ରିମ୍‌କୋର୍ଟ କଲେଜିୟମ୍‌ର ସୁପାରିଶ, ୬ ଉଚ୍ଚ ନ୍ୟାୟାଳୟ ପାଇଁ ନିଯୁକ୍ତ ହେବେ ୨୩ ବିଚାରପତି

Published By : Prameya-News7 Bureau | October 09, 2021 IST

ନୂଆଦିଲ୍ଲୀ, ୦୯/୧୦: ଛଅ ଉଚ୍ଚ ନ୍ୟାୟାଳୟ ପାଇଁ ନିଯୁକ୍ତ ହେବେ ୨୩ ଜଜ୍‌ । ୬ ତାରିଖ, ୭ ତାରିଖ ଏବଂ ୮ ତାରିଖରେ ସୁପ୍ରିମ୍‌କୋର୍ଟ କଲେଜିଅମ୍‌ର ବସିଥିବା ବୌଠକରେ ଏପରି ନିଷ୍ପତ୍ତି ହୋଇଛି । ଅତିରିକ୍ତ ଜଜ୍‌, ଓକିଲ କିମ୍ୱା ନ୍ୟାୟିକ ଅଧିକାରୀଙ୍କୁ ପଦୋନ୍ନତି ବା ନିଯୁକ୍ତି ଦିଆଯାଇ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ପୂରଣ କରାଯିବାକୁ କୋର୍ଟ ବସିଥିବା ବୌଠକରେ ସୁପାରିଶ୍‌ କରିଛନ୍ତି ।

ମାଡ୍ରାସ୍‌ ହାଇକୋର୍ଟ ପାଇଁ ଶ୍ରୀ ସତ୍ୟ ନାରାୟଣ ପ୍ରସାଦ(ଓକିଲ)ଙ୍କୁ ଜଷ୍ଟିସ୍‌ ଭାବେ ନିଯୁକ୍ତି ଦେବା ପାଇଁ କୋର୍ଟ ସୁପାରିଶ କରିଛନ୍ତି । ରାଜସ୍ଥାନ ହାଇକୋର୍ଟ ପାଇଁ କୁଲଦୀପ ମାଥୁର, ମନୀଷ ଶର୍ମା, ରେଖା ବୋରନା, ସମୀର ଜୈନ ଏବଂ ନ୍ୟାୟିକ ଅଧିକାରୀ ଶୁଭ ମେହଟ୍ଟାଙ୍କୁ ଜଷ୍ଟିସ୍‌ ଭାବେ ନିଯୁକ୍ତ କରିଯିବା ପାଇଁ କଲେଜିୟମ୍‌ ସୁପାରିଶ୍‌ କରିଛନ୍ତି ।

ସେହିପରି ଆଲ୍ଲାବାଦ ହାଇକୋର୍ଟ ପାଇଁ ଓକିଲ ଅଭିଜ୍ଞତା ଥିବା ମନୁ ଖରେଙ୍କ ନାମରେ ମୋହର ମାରିଛନ୍ତି କଲେଜିୟମ୍‌ । କର୍ଣ୍ଣାଟକା ହାଇକୋର୍ଟ ପାଇଁ ୪ ଜଣ ଓକିଲଙ୍କୁ ନିଯୁକ୍ତି ମିଳିବ । ସେମାନେ ହେଲେ ଅନନ୍ତ ରାମନାଥ ହେଗଡେ, ଚେପୁଦିରା ମନୋପ୍ପା ପୁନାଚା, ସିଦାଇହ ରାଚାଇହ ଏବଂ କନ୍ନାନକୁଜିଲ୍ ଶ୍ରୀଧରନ୍ ହେମାଲେଖା । କୋଲକାତା ହାଇକୋର୍ଟ ପାଇଁ ସୌଭିକ ମିଟ୍ଟର (ଓକିଲ)ଙ୍କ ନାମକୁ ମୋହର ମାରିଛନ୍ତି କଲେଜିୟମ୍‌ ।  

ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ସ୍ଥାୟୀ ବିଚାରପତି ଭାବରେ ନିମ୍ନଲିଖିତ ଅତିରିକ୍ତ ବିଚାରପତିଙ୍କୁ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି-

୧. ଶ୍ରୀ ଜଷ୍ଟିସ୍ ସୁବୀର ସେହଗଲ୍

୨. ଶ୍ରୀମତୀ ଜଷ୍ଟିସ୍ ଅଲକା ସରିନ୍

୩. ଶ୍ରୀ ଜଷ୍ଟିସ୍ ଜସଗୁରପ୍ରୀତ ସିଂ ପୁରୀ

୪. ଶ୍ରୀ ଜଷ୍ଟିସ୍ ଅଶୋକ କୁମାର ଭର୍ମା

୫. ଶ୍ରୀ ଜଷ୍ଟିସ୍ ସାନ୍ତ ପାର୍କ

୬. ଶ୍ରୀମତୀ ଜଷ୍ଟିସ୍ ମୀନାକ୍ଷୀ ମେହେଟ୍ଟା

୭. ଶ୍ରୀ ଜଷ୍ଟିସ୍ କରମଜିତ୍ ସିଂ

୮. ଶ୍ରୀ ଜଷ୍ଟିସ୍ ବିବେକ ପୁରୀ

୯. ଶ୍ରୀମତୀ ଜଷ୍ଟିସ୍ ଅର୍ଚ୍ଚନା ପୁରୀ ଏବଂ

୧୦. ଶ୍ରୀ ଜଷ୍ଟିସ୍ ରାଜେଶ ଭରଦ୍ୱାଜ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.