ଆସନ୍ତା ସପ୍ତାହରେ ଆସିପାରେ ଅଯୋଧ୍ୟା ମାମଲାର ଚୂଡାନ୍ତ ରାୟ : ଆଜି ସ୍ଥିତି ସମୀକ୍ଷା କରିବେ ସିଜେଆଇ

Published By : Prameya-News7 Bureau | November 08, 2019 IST

ନୂଆଦିଲ୍ଲୀ  ୮।୧୧ :  ଆସନ୍ତା ସପ୍ତାହରେ  ସୁପ୍ରିମକୋର୍ଟରେ ଅଯୋଧ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ ପାଇବାର ସମ୍ଭାବନା ରହିଛି। ହିନ୍ଦୁ ଓ ମୁସଲମାନଙ୍କ ଧାର୍ମିକ ଭାବାବେଗ ସହିତ ଜଡିତ ଏହି ରାୟକୁ ନେଇ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି  ନ ହୁଏ ସେଥିପ୍ରତି ସତର୍କ ରହିବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛି।

{"id":180800,"width":569,"height":319}

ଅଯୋଧ୍ୟା ରାୟକୁ ନେଇ ଯେପରି କୌଣସି ପ୍ରକାର ସାମ୍ପ୍ରଦାୟିକ ହିଂସା କିମ୍ବା ଉତ୍ତେଜନା ସୃଷ୍ଟି ନ ହୁଏ ସେଥିପ୍ରତି ସତର୍କ ରହିବାକୁ କୁହାଯାଇଛି। ଏହା ସହିତ ସମ୍ବେଦନଶୀଳ ସ୍ଥାନଗୁଡିକରେ ସୁରକ୍ଷା ବ୍ୟବସ୍ଥା କରିବାକୁ  ରାଜ୍ୟ  ସରକାରଙ୍କୁ ପରାମର୍ଶ ଦିଆଯାଇଛି । ଅଯୋଧ୍ୟା ରାୟକୁ ନେଇ ଉତ୍ତରପ୍ରଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବାର ସର୍ବାଧିକ ଆଶଙ୍କା ଥିବାରୁ ସେଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି  ରହିଛି । ଉତ୍ତରପ୍ରଦେଶର ଅଧିକାଂଶ ସହରରେ ୧୪୪ ଧାରା ଲାଗୁ କରାଯାଇଛି। ପୋଲିସ ଅଧିକାରୀମାନେ ବୈଠକ  ପରେ ବୈଠକ  କରି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଛନ୍ତି । ବିଭିନ୍ନ ସ୍ଥାନରେ ମଧ୍ୟ ସୁରକ୍ଷା ବାହିନୀର କଡ଼ା ପହରା ରହିଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଅଯୋଧ୍ୟାରେ ସମୁଦାୟ ୧୫୪ କମ୍ପାନି ନିରାପତ୍ତା ବଳ ମୁତୟନ କରାଯିବ।

{"id":180798}

ଗୁରୁବାର ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍  ଏବଂ ବରିଷ୍ଠ କର୍ମଚାରୀମାନଙ୍କ ସହ ଭିଡିଓ କନ୍ ଫରେନ୍ ସିଙ୍ଗ୍ ମାଧ୍ୟମରେ ସମୀକ୍ଷା କରିଛନ୍ତି । ପରିସ୍ଥିତି ଉପରେ ଦୃଷ୍ଟି ରଖିବାକୁ ୨୪ ଘଣ୍ଟିଆ ମାଷ୍ଟର୍ କଣ୍ଟ୍ରୋଲ୍ ରୁମ୍ ଖୋଲିବାକୁ ସେ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି । ଏହା ସହ ପରିସ୍ଥିତି ଉପରେ ନଜର ରଖିବା ପାଇଁ ୨ ଟି ହେଲକପ୍ଟର ମୁତୟମ କରାଯାଇଛି ।  

{"id":180797}

ଆଜି ଉତ୍ତରପ୍ରଦେଶର ସ୍ଥିତି ସମୀକ୍ଷା ପାଇଁ ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ଡିଜିଙ୍କୁ  ଡାକିଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ । କଣ ସବୁ ପଦେକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ସିଜେଆଇ ବିସ୍ତୃତ ଆଲୋଚନା କରିବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.