Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ସ୍ବର୍ଗ ଦ୍ବାରରୁ ହଟିଲା କଟକଣା, ସଂକ୍ରମଣ କମୁଥିବାରୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି
  • ||
  • ‘କୁଲଦୀପ ଯାଦବଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ ଓ୍ବେଷ୍ଟଇଣ୍ଡିଜ ସିରିଜ୍, ଟିମ୍‌ ଇଣ୍ଡିଆକୁ ଭରସା ରଖିବାକୁ ହେବ’: ହରଭଜନ ସିଂହ
  • ||
  • ବିଧାନସଭା ନିର୍ବାଚନ ଏବଂ ବଜେଟ୍‌ ଅଧିବେଶନ ପୂର୍ବରୁ କଂଗ୍ରେସ ଡାକିଲା ଗୁରୁତ୍ବପୂର୍ଣ୍ଣ ବୈଠକ, ପ୍ରସ୍ତୁତ ହେବ ରଣନୀତି
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୧,୧୫୭ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୬୫୩ଜଣ ଡିସଚାର୍ଜ
  • ||
  • ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ କରୋନା, ନିଜକୁ କଲେ ଆଇସୋଲେଟ୍
  • ||
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||

ଜମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ମାମଲା : ଆଜିଠୁ ସୁପ୍ରିମକୋର୍ଟରେ ହେବ ଶୁଣାଣି

1/10/2019 at 8:22 AM

ନୂଆଦିଲ୍ଲୀ ୧।୧୦: ଜମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ମାମଲାରେ ଆଜିଠୁ ସୁପ୍ରିମକୋର୍ଟରେ ଶୁଣାଣି ହେବ । ଜମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦକୁ ଚ୍ୟାଲେଞ୍ଜ୍‍ କରି ସୁପ୍ରିମକୋର୍ଟରେ ଆଗତ କେତେକ ପିଟିସନ୍‍କୁ ଖଣ୍ଡପୀଠ ସାମ୍ବିଧାନିକ ବେଞ୍ଚ୍‍ ନିକଟକୁ ପଠାଇଛନ୍ତି । ଏହି ଆବେଦନଗୁଡ଼ିକ ଉପରେ ଆଜିଠୁ ଶୁଣାଣି ହେବ ।

ଜଷ୍ଟିସ ଏନ.ଭି ରମନ୍ନାଙ୍କ ଅଧକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି  କରିବେ। ଅନ୍ୟ ୪ ଜଣଙ୍କ ଭିତରେ ଜଷ୍ଟିସ ଏସ.କେ. କୌଲ, ଜଷ୍ଟିସ୍ ଆର. ସୁବାସ ରେଡ୍ଡୀ, ଜଷ୍ଟିସ୍ ବି.ଆର. ଗଓ୍ବାଇ ଏବଂ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏହି ଖଣ୍ଡପୀଠରେ ସାମିଲ ଅଛନ୍ତି । ଏହି ଖଣ୍ଡପୀଠ ୩୭୦ ହଟାଇବାର ସମ୍ବିଧାନିକ ବୈଧତା ଏବଂ ଏହା ଉପରେ ଜାରି ହୋଇଥିବା ରାଷ୍ଟ୍ରପତିଙ୍କ ଆଦେଶର ବୈଧତା ଉପରେ ଶୁଣାଣି କରିବେ। ଧାରା ୩୭୦ ଉଛେଦ, ଜମ୍ମୁକାଶ୍ମୀର ଓ ଲଦାଖକୁ ୨ଟି କେନ୍ଦ୍ର ଶାସିତ ରାଜ୍ୟରେ ପରିଣତ କରିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ୍‍ କରି ଅନେକ ପିଟିସନ୍‍ ଦାଖଲ କରାଯାଇଛି।

ଏହି ସବୁ ମାମଲାର ଶୁଣାଣି କରିବାକୁ ଗତ ଅଗଷ୍ଟ ୨୮ରେ ରାଜି ହୋଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ  । ଏହି ମାମଲା ଗୁଡିକର ଶୁଣାଣି କରି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ମାମଲାକୁ ୫ ଜଣିଆ ଖଣ୍ଡପୀଠକୁ ସ୍ଥାନାନ୍ତରିତ କରିଥିଲେ। ଏହା ସହ ଜମ୍ମୁ କାଶ୍ମୀରରେ ଦୂରସଂଚାର ବ୍ୟବସ୍ଥାର ବନ୍ଦ ନେଇ ଜାମ୍ମୁ କାଶ୍ମୀର ପ୍ରସାଶନ ଓ କେନ୍ଦ୍ର ସରକାରକୁ ନୋଟିସ୍ ଜାରି କରିଥିଲେ । ଏବଂ ଏହାର ଜବାବ ୭ ଦିନ ଭିତରେ ଦାଖଲ କରିବାକୁ ନିର୍ଦ୍ଦେଶ  ଦେଇଥିଲେ ସିଜେଆଇ ।

   Related Posts