କୃଷକଙ୍କ ସମର୍ଥନରେ ବାହାରିଲା ସୁପ୍ରିମକୋର୍ଟ ବାର୍ ଆସୋସିଏସନ, ଅନ୍ନଦାତାଙ୍କ କେସ୍ ମାଗଣାରେ ଲଢିବେ ବୋଲି ଘୋଷଣା କଲେ ସଭାପତି
5/12/2020 at 12:31 PM

ନୂଆଦିଲ୍ଲୀ,୦୫/୧୨: କୃଷି ବିଲକୁ ବିରୋଧ କରି କୃଷକମାନଙ୍କ ଆନ୍ଦୋଳନ ଜାରି ରହିଛି । କୃଷକମାନେ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଦାବି ପୂରଣ ନହେଲେ ଆନ୍ଦୋଳନରୁ ସେମାନେ ଓହରିବେ ନାହିଁ ବୋଲି ସେମାନେ କହିଛନ୍ତି । ଶନିବାର ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶପୁତ୍ତଳିକା ଦାହ କରିବେ ବୋଲି ମଧ୍ୟ ଧମକ ଦେଇଛନ୍ତି ।
ଅନ୍ନଦାତାମାନେ ଡିସେମ୍ବର ୮ ତାରିଖରେ ଭାରତ ବନ୍ଦ ଡାକରା ଦେଇଛନ୍ତି । ଏହାମଧ୍ୟରେ ସୁପ୍ରିମକୋର୍ଟ ବାର ଆସୋସିଏସନ ଅଧ୍ୟକ୍ଷ ବା ସଭାପତି କହିଛନ୍ତି ଯେ, ସେ କୃଷକଙ୍କ ପାଇଁ ମାଗଣାରେ କେସ୍ ଲଢିବାକୁ ପ୍ରସ୍ତୁତ । ବାର୍ ଆସୋସିଏସନ ଅଧ୍ୟକ୍ଷ ଆଇନଜୀବୀ ଦୁଷ୍ୟନ୍ତ ଦବେ କହିଛନ୍ତି ଯେ, ଯଦି କୃଷକମାନେ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟରେ କୌଣସି ମାମଲା ଲଢିବାକୁ ଚାହାଁନ୍ତି ତେବେ ସେ ମଗଣାରେ ସେମାନଙ୍କ ପାଇଁ ଲଢିବେ । ଏହାସହ ସେ କୃଷକଙ୍କ ସହ ରହିଛନ୍ତି ବୋଲି କହିଛନ୍ତି ।
ଆଇନଜୀବୀ ଦୁଷ୍ୟନ୍ତଙ୍କ ପ୍ରସ୍ତାବକୁ ନେଇ ଆଉଜଣେ ଅଧିବକ୍ତା ଏଚଏସ ଫୁଲକା କହିଛନ୍ତି ଯେ, ସେ ଏହାକୁ ସମର୍ଥନ କରନ୍ତି । ସେ କୃଷକଙ୍କୁ ଆଇନଅନୁଯାୟୀ ସାହାଯ୍ୟ କରିବେ ବୋଲି କହିଛନ୍ତି । ଯାହା ଖୁବ୍ ଭଲ କଥା ବୋଲି କହିଛନ୍ତି ଏଚଏସ୍ ଫୁଲକା ।