ସୋଶିଆଲ ମିଡିଆକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଲେ ସୁପ୍ରିମ କୋର୍ଟ

Published By : Prameya-News7 Bureau | September 24, 2019 IST

ନୂଆଦିଲ୍ଲୀ ୨୪/୯: ସୋଶିଆଲ ମିଡିଆର ଦୁରୁପଯୋଗ ଉପରେ କେବେ ସୁଦ୍ଧା କଟକଣା ଜାରି କରାଯିବ ଏନେଇ ମାନ୍ୟବର ସୁପ୍ରିମ କୋର୍ଟ କେନ୍ଦ୍ର ସରକାରକୁ ନୋଟିସ୍ ଜାରି କରିଛି। ଏହି ମାମଲାର ଶୁଣାଣି କରି କୋର୍ଟ ରାୟ ଦେଇଛନ୍ତି ଯେ , ସୋଶିଆଲ ମିଡିଆରେ ଆପତ୍ତିଜନକ ସୂଚନା ସେୟାର କରୁଥିବା ବ୍ୟକ୍ତି ସମ୍ପର୍କରେ ସୂଚନା ରଖିବା ଗୁରୁତ୍ବପୂର୍ଣ୍ଣ ବିଷୟ ଏବଂ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଏକ କଡ଼ା ଆଇନ୍ ର ବ୍ୟବସ୍ଥା କରିବା ଉଚିତ୍।

ଦେଶରେ ସୋଶିଆଲ ମିଡିଆର ଦୁରୁପଯୋଗକୁ ନେଇ ମାନ୍ୟବର ସୁପ୍ରିମ କୋର୍ଟ ​‌ଚିନ୍ତା ପ୍ରକାଶ କରି କହିଛନ୍ତି ଯେ ଦେଶରେ ସୋଶିଆଲ ମିଡିଆର ଅତ୍ୟନ୍ତ ଦୁରୁପଯୋଗ ହେଉଛି ଯାହା ଅତ୍ୟଧିକ ବିପଦ ଜନକ। ଏଥିପାଇଁ ସରକାରଙ୍କୁ ଖୁବ୍ ଶୀଘ୍ର ଏକ କଠୋର ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

ମାନ୍ୟବର ସୁପ୍ରିମ କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ଆମ ଦେଶରେ ସୋଶିଆଲ ମିଡିଆର ବ୍ୟବହାର ବର୍ତ୍ତମାନ ବିପଦଜନକ ଅବସ୍ଥାରେ ପହଞ୍ଚିସାରିଛି ଏବଂ ଏବେ ସରକାରଙ୍କୁ ଏଥିପାଇଁ ସରାକରଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ିବ। ଏନେଇ କୋର୍ଟ ରାୟ ଦେଇଛନ୍ତି ଯେ  ସୋଶିଆଲ ମିଡିଆକୁ ନିୟନ୍ତ୍ରଣ କରିବା ପାଇଁ ସୁପ୍ରିମ କୋର୍ଟ ଏବଂ ହାଇ କୋର୍ଟ ସକ୍ଷମ ନୁହଁନ୍ତି ସେଥିପାଇଁ ସରାକରଙ୍କୁ ହିଁ ଦୃଢ଼ ପଦକ୍ଷେପ ନେବାକୁ ପଡ଼ିବ।



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.