Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଶ୍ରମିକଙ୍କ ସ୍ଥାନାନ୍ତରଣ ପ୍ରସଙ୍ଗରେ ସରକାରଙ୍କୁ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ : ଏବେବି ଘରବାହୁଡା ଶ୍ରମିକଙ୍କ ଅବସ୍ଥା ବେହାଲ

30/03/2020 at 8:30 PM

ନୂଆଦିଲ୍ଲୀ ୩୦।୦୩:  କରୋନା କଟକଣା ଭିତରେ ଶ୍ରମିକଙ୍କ ସ୍ଥାନାନ୍ତରଣ ମାମଲାରେ କେନ୍ଦ୍ରକୁ ରିପୋର୍ଟ ମାଗିଛନ୍ତି ସୁପ୍ରିମକୋର୍ଟ । ଦେଶବ୍ୟାପୀ ଲକଡାଉନ ଚାଲିଥିବା ବେଳେ ବହୁ ସଂଖ୍ୟାରେ ଶ୍ରମିକ ସ୍ଥାନାନ୍ତରଣ ରୋକିବାକୁ କ’ଣ ପଦକ୍ଷେପ ନେଇଛନ୍ତି ସେ ନେଇ ମଙ୍ଗଳବାର ଭିତରେ ରିପୋର୍ଟ ଦେବାକୁ କୁହାଯାଇଛି । ସେପଟେ ଦିଲ୍ଲୀରୁ ୟୁପି ବାହାରିଥିବା ବହୁସଂଖ୍ୟାରେ ଶ୍ରମିକଙ୍କ ଅବସ୍ଥା ଏବେ ନା ଘରକା ନା ଘାଟକା ଭଳି ହୋଇଛି ।

ଉତ୍ତର ପ୍ରଦେଶ ବରେଲିରେ ପହଞ୍ଚିଥିବା ଶତାଧିକ ଶ୍ରମିକଙ୍କୁ ସାନିଟାଇଜରରେ ଗାଧୋଇ ଦେଇଛି ସ୍ଥାନୀୟ ପ୍ରଶାସନ । ଯାହାର ଭିଡିଓ ଭାଇରାଲ୍ ହେବା ପରେ ଉଠିଛି ବବାଲ୍ । ଇଏ ହେଉଛି ସେଇ ଭିଜୁଆଲ୍ ଯେଉଁଥିରେ ରାସ୍ତାରେ ଘରବାହୁଡ଼ା ଶ୍ରମିକଙ୍କୁ ବସାଇ ସେମାନଙ୍କ ଉପରେ ସାନିଟାଇଜର ବର୍ଷା କରାଯାଉଛି । ଏଭଳି ଭିଡିଓ ସାମ୍ନାକୁ ଆସିବା ପରେ ଯୋଗୀ ସରକାର ଉପରେ ବର୍ଷିଛନ୍ତି ବିରୋଧୀ ।

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି, ସମାଜବାଦି ପାର୍ଟି ନେତା ଅଖିଳେଶ ଯାଦବ ଏବଂ ବହୁଜନ ସମାଜବାଦୀ ପାର୍ଟି ନେତା ମାୟାବତୀ ଘଟଣାକୁ ନିନ୍ଦା କରିଛନ୍ତି । ଏତିକି ବେଳେ ସାମ୍ନାକୁ ଆସିଛି ଜିଲ୍ଲା ପ୍ରଶାସନର ପ୍ରତିକ୍ରିୟା । ତ୍ରୁଟି ମାନିବା ସହ ଏଥି ପାଇଁ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ସେପଟେ ଦିଲ୍ଲୀରୁ ୟୁପିକୁ ଏକ ସମୟରେ ଏତେ ସଂଖ୍ୟକ ଶ୍ରମିକଙ୍କ ଘରବାହୁଡ଼ା ଚିତ୍ର ଲକଡାଉନ୍ ତଥା ସାମାଜିକ ଦୂରତା ନିୟମର ଧଜିଆ ଉଡ଼ାଇବା ପରେ ଉଭୟ ରାଜ୍ୟ ସରକାରଙ୍କ ଚେତା ପଶିଛି ।

ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ  ଦିଲ୍ଲୀରେ ୟୁପି ଶ୍ରମିକଙ୍କ ସମସ୍ୟା କଥା ବୁଝିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ୍‌ଙ୍କୁ ଚିଠି ଲେଖିଛନ୍ତି । ବାହାର ରାଜ୍ୟର ଶ୍ରମିକଙ୍କ ରହିବା ଖାଇବା ଏବଂ ସ୍ବାସ୍ଥ୍ୟ ସେବା ଯୋଗାଇଦେବାକୁ ସବୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଏଥି ପାଇଁ ଏସଡିଆରଏଫ୍ ଫଣ୍ଡରୁ ମଧ୍ୟ ଖର୍ଚ୍ଚ କରିବାକୁ କୁହାଯାଇଛି । ଏହା ପରେ ମଧ୍ୟ ଦିଲ୍ଲୀରୁ ହଜାର ହଜାର ସଂଖ୍ୟାରେ ଅନ୍ୟ ରାଜ୍ୟକୁ ଯେମିତି ହଜାର ହଜାର ଶ୍ରମିକ ନିଜ ନିଜ ଘରକୁ ଯିବା ପାଇଁ ସଂଘର୍ଷ କରୁଥିବାର ଚିତ୍ର ସାମ୍ନାକୁ ଆସିଲା। ଯେମିତି ସାମାଜିକ ଦୂରତା କଥାକୁ ଭୁଲି ଶହ ଶହ ସଂଖ୍ୟାରେ ଲୋକେ ଟ୍ରକ୍ ଟ୍ୟାଙ୍କରରେ ଲଦି ହୋଇ ଏମିତିକି ରିକ୍ସା ବା ଚାଲି ଚାଲି ଯାଉଥିବାର ଦେଖିବାକୁ ମିଳିଲା ତାକୁ ନେଇ ସଂକ୍ରମଣର ସମ୍ଭାବନାକୁ ନେଇ  ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଥିଲା ।  ଏ ସମ୍ପର୍କରେ ଏକ ଜନସ୍ବାର୍ଥ ମାମଲାରୁ ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ତଲବ କରିଛnକ୍‌ଡାଉନ୍‌ ଚାଲିଛି । ଯେତେବେଳେ ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ବ ଦିଆଯାଉଛି, ସେତେବେଳେ ବହୁ ସଂଖ୍ୟାରେ ଶ୍ରମିକ ସ୍ଥାନାନ୍ତରଣ ରୋକିବାକୁ କେନ୍ଦ୍ର ସରକାର କ’ଣ ପଦକ୍ଷେପ ନେଇଛନ୍ତି ସେ ନେଇ ମଙ୍ଗଳବାର ଭିତରେ ରିପୋର୍ଟ ଦେବାକୁ କୁହାଯାଇଛି ।

   Related Posts