Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଲକ୍ଷ୍ମୀପୁର ହିଂସା: ୟୁପି ପୋଲିସର ତଦନ୍ତରେ ସୁପ୍ରିମକୋର୍ଟ ନାରାଜ, କହିଲେ ଏମିତି…

8/11/2021 at 4:58 PM

ନୂଆଦିଲ୍ଳୀ ୦୮/୧୧: ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ ୟୁପି ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ ପୁଣି ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ।  ଦୁଇଟି ଏତଲା ଦ୍ବାରା ଜଣେ ବିଶେଷ ଅଭିଯୁକ୍ତକୁ ବଞ୍ଚାଇବାକୁ ଚେଷ୍ଟା କରାଯାଉଛି ବୋଲି ସୁପ୍ରିକୋର୍ଟ କହିଛନ୍ତି। ଏହା ଦ୍ବାରା ଗୋଟିଏ ମାମଲାର ପ୍ରମାଣ ଅନ୍ୟ ଏକ ମାମଲାରେ ବ୍ୟବହାର କରାଯିବ। ବରିଷ୍ଠ ଓକିଲ ହରୀଶ ସାଲଭେ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଷ୍ଟେଟସ୍‌ ରିପୋର୍ଟ ଦାଖଲ କରିଥିଲେ। ଏହାକୁ ନେଇ ସିଜେଆଇ କହିଥି​‌ଲେ, ଏହା ସେହି ରିପୋର୍ଟ ନୁହେଁ ଯେମିତି ଆମେ କହିଥିଲୁ । ଏଥିରେ କିଛି ନୂଆ ନାହିଁ।

ରାଜ୍ୟ ସରକାରଙ୍କ ରିପୋର୍ଟ ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ ଯେ ମୋବାଇଲ ଫୋନ୍‌କୁ ନେଇ କଣ ହେଲା ? ସେଗୁଡ଼ିକୁ ଟ୍ରାକ୍‌ ପାଇଁ କଣ କରାଯାଇଛି। ଏହା ଉପରେ ସାଲଭେ କହିଥିଲେ, ଅନ୍ୟ ଅଭିଯୁକ୍ତଙ୍କ ପାଖରେ ମୋବାଇଲ୍‌ ଫୋନ ନଥିଲା। ଅନ୍ୟମାନଙ୍କ ମୋବାଇଲ୍‌ ଫୋନ୍‌ ନଥିଲା ବୋଲି କହି କଣ ସାବ୍ୟସ୍ତ କରିବାକୁ ଚାହୁଁଛ ବୋଲି ସୁପ୍ରିମକୋର୍ଟ ପଚାରିଥିଲେ। ସିଡିଆର ରିପୋର୍ଟ ସମ୍ପର୍କରେ ମଧ୍ୟ ସିଜେଆଇ ପଚାରିଥିଲେ ।

ଲକ୍ଷ୍ମୀପୁର ହିଂସା ମାମଲାରେ ଦୁଇଟି ଏଫଆଇଆର ମଧ୍ୟରେ ଅନ୍ତର ବାରି ପାରୁନି ଏସଆଇଟି। ତେଣୁ ଜଣେ ହାଇକୋର୍ଟର ପୂର୍ବତନ ଜଜଙ୍କୁ ଏଥିରେ ସାମିଲ କରାଯିବା ଜରୁରୀ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିବା ସହ ପଞ୍ଜାବ ହାଇକୋର୍ଟର ପୂର୍ବତନ ଜଜ୍‌ ଜଷ୍ଟିସ୍‌ ରିଞ୍ଜିତ ସିଂହ ଏବଂ ଜଷ୍ଟିସ୍‌ ରାକେଶ କୁମାରଙ୍କ ନାଁ ପ୍ରସ୍ତାବ କରିଥିଲେ। କିନ୍ତୁ ହରୀଶ ସାଲଭେ ଆଉ କିଛି ସମୟ ମାଗିଛନ୍ତି ।  

   Related Posts