ବିଦେଶରେ ଫସିଥିବା ଲୋକଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ - ‘ଯିଏ ଯେଉଁଠି ଅଛନ୍ତି, ସେଠାରେ ରୁହନ୍ତୁ’

Published By : Prameya-News7 Bureau | April 13, 2020 IST

ନୂଆଦିଲ୍ଲୀ ୧୩।୪: କରୋନା ଭାଇରସ୍ ସଂକ୍ରମଣ ରୋକିବାକୁ ଦେଶବ୍ୟାପୀ ଲକ୍ ଡାଉନ୍ କରାଯାଇଛି । ଏଥି ଯୋଗୁଁ ବିଦେଶରେ ଫସି ରହିଥିବା ଭାରତୀୟମାନଙ୍କୁ ସୋମବାର ଦିନ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି ଯେ ଯିଏ ଯେଉଁଠାରେ ଅଛନ୍ତି ସେଠାରେ ରହିବା ପାଇଁ । ବିଦେଶରେ ଫସି ରହିଥିବା ଭାରତୀୟମାନଙ୍କୁ ଘରକୁ ଆଣିବାକୁ କେନ୍ଦ୍ର ସରକାର ଲଗାଇଥିବା ପ୍ରତିବନ୍ଧକ ଉପରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି ।

ପ୍ରଧାନ ବିଚାରପତି ଏସ.ଏ. ବୋବଡେ, ଜଷ୍ଟିସ ଏଲ.ନାଗେଶ୍ବର ରାଓ ଏବଂ ଜଷ୍ଟିସ ଏମ୍ ଶାନ୍ତାନାଗୋଦରଙ୍କ ଖଣ୍ଡପୀଠ ବିଦେଶରେ ରହିଥିବା ଭାରତୀୟମାନଙ୍କୁ ଅପିଲ କରିଛନ୍ତି ଯେ ସେମାନେ ଯେଉଁଠାରେ ଅଛନ୍ତି ସେଠାରେ ରହିବାକୁ । କୋର୍ଟ କହିଛନ୍ତି ଯେ, ବର୍ତ୍ତମାନ ସେମାନଙ୍କୁ ଫେରାଇ ଆଣିବା ସମ୍ଭବ ନୁହେଁ । ସୁପ୍ରିମକୋର୍ଟ ୭ଟି ଆବେଦନ ଉପରେ ମିଳିତ ଶୁଣାଣି କରିଛନ୍ତି । ଯେଉଁଥିରେ ବ୍ରିଟେନ, ଆମେରିକା, ଇରାନ ଏବଂ ଅନ୍ୟାନ୍ୟ ଗଲ୍ଫ ଦେଶରୁ ଛାତ୍ର, କାର୍ଯ୍ୟରତ କର୍ମଚାରୀ,  ଶ୍ରମିକ ଏବଂ ମତ୍ସ୍ୟଜୀବୀ ଏବଂ ଭାରତୀୟ ନାଗରିକଙ୍କୁ ସ୍ଥାନାନ୍ତର ପାଇଁ ଅନୁରୋଧ କରି ଆବେଦନ କରାଯାଇଥିଲା ।

ଏହି ପରିପ୍ରେକ୍ଷୀରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ମଧ୍ୟ କହିଛନ୍ତି ଯେ, ସଙ୍କଟ ସମୟରେ ଲୋକଙ୍କୁ ଭାରତକୁ ଫେରାଇ ଆଣିବା ଅସମ୍ଭବ ଏବଂ ସେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପୂର୍ବରୁ ଦାଖଲ କରାଯାଇଥିବା ଆଫିଡେଭିଟରେ ଏହାକୁ ଦୋହରାଇଛନ୍ତି । ମେହେଟ୍ଟା କହିଛନ୍ତି ଯେ ସମଗ୍ର ବିଶ୍ବରେ ଲୋକମାନଙ୍କ ଭିସା ଏକ୍ସଟେନସନ କରାଯାଉଛି । ମୋ ଆଫିଡେଭିଟରେ ମୁଁ ସ୍ପଷ୍ଟ ଭାବରେ କହିଛି ଯେ ଏହା ବର୍ତ୍ତମାନ ସମ୍ଭବ ନୁହେଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.