କରୋନା ସଙ୍କଟକୁ ନେଇ ସୁପ୍ରିମକୋର୍ଟ ଅସନ୍ତୁଷ୍ଟ : କେନ୍ଦ୍ରକୁ ପ୍ରଶ୍ନ, କୋଭିଡ୍ ବିରୋଧରେ କଣ ରହିଛି ଜାତୀୟ ରଣନୀତି ?

Published By : Prameya-News7 Bureau | April 22, 2021 IST

ନୂଆଦିଲ୍ଲୀ, ୨୨/୦୪:  ଦେଶରେ କରୋନା ଗ୍ରାଫ୍ ଉପରମୁହାଁ । ଦୈନିକ ୩ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାମଧ୍ୟରେ ଅନେକ ହସ୍ପିଟାଲରେ ଅକ୍ସିଜେନ୍ ସଙ୍କଟ ଦେଖାଦେଇଛି । ଏପରିକି ବିଭିନ୍ନ ଔଷଧର ଅଭାବ ମଧ୍ୟ ପରିଲକ୍ଷିତ ହୋଇଛି । ଯାହାକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । କରୋନା ମୁକାବିଲା ପାଇଁ କଣ ଯୋଜନା ରହିଛି ବୋଲି କୋର୍ଟ ସରକାରଙ୍କୁ ପଚାରିଛନ୍ତି । ଏହାସହ କୋର୍ଟ ହରିସ ସାଲଭେଙ୍କୁ ଆମିକସ୍ କ୍ୟୁରୀ ନିଯୁକ୍ତ କରିଛନ୍ତି ।

ସୁପ୍ରିମକୋର୍ଟ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଜାତୀୟ ଯୋଜନା ମାଗିଛନ୍ତି । ଅକ୍ସିଜେନ୍ ଯୋଗାଣ, ଔଷଧ ଯୋଗାଣ, ଭାକସିନ୍ ପ୍ରଦାନ ଓ ଲକଡାଉନ୍ ଅଧିକାରୀ କେବଳ ରାଜ୍ୟର ରହିଛି କୋର୍ଟର ନୁହେଁ ବୋଲି କହି କେନ୍ଦ୍ରକୁ ଜବାବ ମଗାଯାଇଛି । ଏହି ମାମଲାର ଆଗାମୀ ଶୁଣାଣି ଏପ୍ରିଲ ୨୩ରେ ହେବ ।

ଏହାପୂର୍ବରୁ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିଥିଲେ । ପାଟିକର, ଉଦ୍ଧାର ନିଅ କିମ୍ବା ଚୋରି କରି । କିନ୍ତୁ ଅକ୍ସିଜେନ୍ ଆଣ । ରୋଗୀଙ୍କୁ ମରୁଥିବା ଦେଖିହେବ ନାହିଁ ବୋଲି କୋର୍ଟ ସରକାରଙ୍କୁ କହିଥିଲେ । ବୁଧବାର ଦିଲ୍ଲୀର କିଛି ହସ୍ପିଟାଲରେ ଅକ୍ସିଜେନର ଜରୁରୀ ଆବଶ୍ୟକତାକୁ ନେଇ ଏକ ମାମଲାର ଶୁଣାଣି କରି କୋର୍ଟ ଏହି ଟପ୍ପଣୀ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.