Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହାଇଦ୍ରାବାଦ : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା, ପୋଡିଯାଇଛି ଶରୀରର ୬୫ ଭାଗ
  • ||
  • ବଡବିଲ : ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢାଉ, ବିଭିନ୍ନ କାଗଜପତ୍ରର ଯାଞ୍ଚ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୨ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୨୨ କୋଭିଡ୍ ସଂକ୍ରମିତ, ୩୩୩୫୬୬ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ରାସ୍ତାରେ ଠିଆ ହୋଇଥିବା ଟ୍ରକ୍‌କୁ ପଛରୁ ଧକ୍କା ଦେଲା ବସ୍, ୫ ଯାତ୍ରୀ ଗୁରୁତର
  • ||
  • ଯାଜପୁର : ରାସ୍ତା ପାର ହେଉଥିବା ବେଳେ ମାଡିଗଲା ଟ୍ରାକ୍ଟର, ଚାଲିଗଲା ବୃଦ୍ଧାଙ୍କ ଜୀବନ
  • ||
  • ସୋନପୁର : ସାମାନ୍ୟ ପାଟିତୁଣ୍ଡରୁ ହତ୍ୟା, ବାପାକୁ ମାରି ପୋତିଦେଲା ପୁଅ !
  • ||
  • ଝାରସୁଗୁଡା : ପରିବାରର ୪ ଜଣଙ୍କୁ ପୋଡି ମାରିବା ଉଦ୍ୟମ ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ନାବାଳିକାର ମୃତ୍ୟୁ
  • ||
  • ପୁଣି ଲଜ୍ଜା : ଯୁବତୀଙ୍କୁ କାମ କରିବାକୁ ଡାକିନେଇ ଗଣଦୁଷ୍କର୍ମ, ଥାନାରେ ଏତଲା ଦେଲେ ପୀଡିତା
  • ||
  • ଅପରେସନ୍ ଗ୍ରୀନ୍ କ୍ଲିନ୍ : ୨୦ଏକରରୁ ଅଧିକ ଗଞ୍ଜେଇ ଚାଷ ନଷ୍ଟ
  • ||

ଓକିଲଙ୍କ ଲାଗି ଖୁସି ଖବର! ଲୟର୍ସ ବ୍ଲକ ଖୋଲିବାକୁ ସୁପ୍ରିମକୋର୍ଟଙ୍କ ଆଦେଶ, ଲାଗୁ ହେବ ଅଡ-ଇଭିନ ଫର୍ମୂଲା

22/05/2020 at 5:34 PM

ନୂଆଦିଲ୍ଲୀ ୨୨।୫: ଓକିଲଙ୍କୁ ସେମାନଙ୍କ କାର୍ଯ୍ୟାଳୟ ଖୋଲିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ଅନୁମତି ପ୍ରଦାନ କରିଛନ୍ତି। ଓକିଲମାନେ କାର୍ଯ୍ୟଦିବସରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ କୋର୍ଟ ପରିସରସ୍ଥିତ ସେମାନଙ୍କ କାର୍ଯ୍ୟାଳୟ ଖୋଲି ପାରିବେ ବୋଲି କୁହାଯାଇଛି। ତେବେ ଏଥିଲାଗି କୋର୍ଟ ଅଡ-ଇଭିନ ଫର୍ମୂଲା ଲାଗୁ ହେବ ବୋଲି କୋର୍ଟ ସ୍ପଷ୍ଟ କରିଦେଇଛନ୍ତି।

ଦେଶରେ କରୋନା ଭାଇରସ ସଂକ୍ରମଣ ପରଠାରୁ ପାଖାପାଖି ୨ମାସ ହେବ ଓକିଲଙ୍କ ଦପ୍ତର ବନ୍ଦ ରହିଛି। ଫଳରେ କୋର୍ଟ କାର୍ଯ୍ୟ ପରିଚାଳନାର ଗୁରୁତର ବାଧା ଉପୁଜିଛି। ଏଣୁ ସାମାଜିକ ଦୂରତା ଅବଲମ୍ବନ କରି ଲୟର୍ସ ଚାମ୍ବର ବ୍ଲକ୍ ଖୋଲିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିଲାଗି ସୁପ୍ରିମକୋର୍ଟ ବାର ଆସୋସିଏସନ (ଏସସିବିଏ) ଓ ଏସସିଏଓଆରଏ ମିଳିତ ଭାବେ ଯୋଜନା ପ୍ରସ୍ତୁତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

କରୋନା ଲକଡାଉନ ଯୋଗୁ ସୁପ୍ରିମ କୋର୍ଟ ମାର୍ଚ୍ଚ ୨୪ ତାରିଖ ଦିନ ଲୟର୍ସ ବ୍ଲକ ସିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେବେଠାରୁ କୋର୍ଟ କାର୍ଯ୍ୟ ମଧ୍ୟ ବନ୍ଦ ରହିଛି। ତେବେ କେବଳ ଜରୁରି ମାମଲାରେ କୋର୍ଟ ଭିଡିଓ କନଫରେନସିଂ ମାଧ୍ୟମରେ ଏବେ ଶୁଣାଣି କରୁଛନ୍ତି। ଏବେ ଲୟର୍ସ ବ୍ଲକ ଖୋଲିବା ପରେ ଏଠାକୁ ସାଧାରଣ ଲୋକଙ୍କ ଯାତାୟାତ ଉପରେ ଏବେ କଟକଣା ରହିବ।  

   Related Posts