ଫ୍ୟୁଚରଗ୍ରୁପଙ୍କୁ ଆଶ୍ୱସ୍ତି, ଦିଲ୍ଲୀ ହାଇକୋର୍ଟରେ ଲମ୍ବିତ ଆମାଜନଙ୍କ ସବୁ ମାମଲା ଉପରେ ଲାଗିଲା ରୋକ

Published By : Prameya-News7 Bureau | September 09, 2021 IST

ନୂଆଦିଲ୍ଲୀ ୯।୯: ସୁପ୍ରିମକୋର୍ଟ ଗୁରୁବାର ଦିଲ୍ଲୀ ହାଇକୋର୍ଟରେ ଆମଜନର ସେହି ସବୁ ମାମଲାର ଶୁଣାଣି ଉପରେ ରହିତାଦେଶ ଜାରି କରିଛନ୍ତି ଯେଉଁଥିରେ ସିଙ୍ଗାପୁରର ଏମାର୍ଜେନ୍ସୀ ଏକ୍ସପୋର୍ଟର(ଇଏ)ଙ୍କ ନିଷ୍ପତ୍ତି ଲାଗୁ ନିମନ୍ତେ ନିବେଦନ କରାଯାଇଥିଲା। ମାମଲାରେ ମୁଖ୍ୟନ୍ୟାୟାଧୀଶ ଏନ.ଭି.ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟଙ୍କ ସମେତ ସବୁ ସିସିଆଇ, ଏନସିଏଲଟି ଓ ସେବି ଭଳି ପ୍ରଧିକରଣଙ୍କ ନିକଟରେ ବିଚାରଧିନ ସମ୍ବଦ୍ଧିତ ମାମଲା ଉପରେ ୪ ସପ୍ତାହ ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

{"id":508883,"width":838,"height":628,"sizeSlug":"full","linkDestination":"none"}

ଫ୍ୟୁଚର ଗ୍ରୁପଙ୍କ ବରିଷ୍ଠ ଓକିଲ ହରିସ ସାଲଭେ, ମୁକୁଲ ରହତୋଗୀ ଓ ଆମାଜନଙ୍କ ଓକିଲ ଗୋପାଲ ସୁବ୍ରମଣ୍ୟମଙ୍କ ବିସ୍ତୃତ ତର୍କ ଶୁଣିବା ପରେ ପୀଠ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ଏହା ପୂର୍ବରୁ ଗତ ସେପ୍ଟେମ୍ବର ୩ ତାରିଖ ଦିନ ସୁପ୍ରିମକୋର୍ଟ ଫ୍ୟୁଚର ରିଟେଲ ଲିଙ୍କ ନୂଆ ଆବେଦନ ଉପରେ ଦିଲ୍ଲୀ ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶର ଚାଲେଞ୍ଜ ଲାଗି ଏକ ନୂଆ ତାରିଖ ଦେବେ ବୋଲି କହିଥିଲେ।

{"id":508884,"sizeSlug":"full","linkDestination":"none"}

ଫ୍ୟୁଚର ଗ୍ରୁପଙ୍କ ଓକିଲଙ୍କୁ ମୁଖ୍ୟନ୍ୟାଧୀଶ ଫାଇଲ ଦେଖି ସାରିବା ପରେ ଏକ ତାରିଖ ଦେବେ ବୋଲି କହିଥିଲେ। ତେବେ ଫ୍ୟୁଚର ଗ୍ରୁପଙ୍କ ଓକିଲ ସାଲଭେ ଓ ରହତୋଗୀ ଆବେଦନ ଉପରେ ତୁରନ୍ତ ଶୁଣାଣି ନିମନ୍ତେ ନିବେଦନ କରିଥିଲେ। ଉଲ୍ଲେଖ ଯୋଗ୍ୟଯେ ଆମାଜନଙ୍କ ହସ୍ତକ୍ଷେପ ଯୋଗୁ ଭାରତରେ ଫ୍ୟୁଚର ଗ୍ରୁପଙ୍କ ବିଲୟ ସମ୍ଭବ ହେଉ ନାହିଁ। ଯଦି ଏହା ନ ହୁଏ କମ୍ପାନୀର ୩୫ ହଜାର କର୍ମଚାରୀଙ୍କ ସହ ନିବେଶକ ଗୁରୁତର କ୍ଷତିର ସମ୍ମୁଖୀନ ହେବେ ବୋଲି ଫ୍ୟୁଚରଗ୍ରୁପ ନୂଆ ଆବେଦନରେ ଉଲ୍ଲେଖ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.