Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହାଇଦର ଫେରାର ନେଇ ନୂଆ ଖୁଲାସା: ବୁର୍ଲା ମେଡିକାଲରୁ ରେଫର ହୋଇନି, ଆଉଟ୍‌ଡୋର କି ଇନଡୋର୍‌ରେ ନାହିଁ ଗ୍ୟାଙ୍ଗଷ୍ଟରର ନାଁ
  • ||
  • କରୋନା ସ୍ଥିତି ନସୁଧୁରିବା ଯାଏ ରେମଡେସିଭିର ରପ୍ତାନୀ ବନ୍ଦ
  • ||
  • ରାସନ୍ ଧରି ଫେରୁଥିଲେ, ଓଲଟି ଗଲା ଟ୍ରାକ୍ଟର ଡାଲା, ୨ ମୃତ
  • ||
  • ପୋଲିସର ଅପରେସନ୍ ହାଇଦର : ଚଢାଉ ଜୋରଦାର, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର
  • ||
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||

ଅନୀଲ ଦେଶମୁଖଙ୍କ ବିରୋଧରେ ଅଭିଯୋଗ ‘ଗୁରୁତର’, CBI ଯାଞ୍ଚ ଜରୁରି: ସୁପ୍ରିମକୋର୍ଟ

8/04/2021 at 5:04 PM

ନୂଆଦିଲ୍ଲୀ ୮।୪: ସୁପ୍ରିମକୋର୍ଟରେ ଗୁରୁବାର ଅନିଲ ଦେଶମୁଖ ଓ ମହାରାଷ୍ଟ୍ର ସରକାରଙ୍କ ଆବେଦନର ଶୁଣାଣି ହୋଇଛି। ଦେଶମୁଖଙ୍କ ବିରୋଧରେ ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ ଆଣିଥିବା ଦୁର୍ନୀତି ଏବଂ ଭ୍ରଷ୍ଟାଚାରର ଅଭିଯୋଗକୁ ‘ଗୁରୁତର’ କହିଛନ୍ତି କୋର୍ଟ । ଏଣୁ ମାମଲାର ସ୍ୱତନ୍ତ୍ର ଯାଞ୍ଚ କରାଯିବା ଜରୁରି ବୋଲି କହିଛନ୍ତି। ଏହା ସହ ମହାରାଷ୍ଟ୍ର ସରକାର ଓ ଅନିଲ ଦେଶମୁଖଙ୍କ ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ମାମଲାରେ ବମ୍ବେ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ କାୟମ ରଖିଛନ୍ତି ।  

ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍‌ ଏସ୍‌.କେ. କୌଲ ମାମଲାର ଶୁଣାଣି କରି ଅଭିଯୋଗ ବାସ୍ତବିକ ଗୁରୁତର ଓ ଏଥିରେ ଉଭୟ ଗୃହମନ୍ତ୍ରୀ ଓ ପୋଲିସ କମିଶନର ସମ୍ପୃକ୍ତ। ଉଭୟ ନିର୍ଦ୍ଧିଷ୍ଟ ପଦପଦବୀରେ ଅବସ୍ଥାପିତ ଥିବା ବେଳେ ଏକତ୍ର କାର୍ଯ୍ୟ କରୁଥିଲେ। ତେବେ ସେମାନଙ୍କ ମଧ୍ୟରେ ବିଭେଦରୁ ଘଟଣା ପଦାକୁ ଆସିଛି। ଏହାର ସିବିଆଇ ଯାଞ୍ଚ ହେବା ଜରୁରି ନୁହେଁ କି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଅଭିଯୋଗର ପ୍ରକୃତି ଓ ଏଥିରେ ସମ୍ପୃକ୍ତ ଲୋକେ ସ୍ୱତନ୍ତ୍ର ତଦନ୍ତ ଆବଶ୍ୟକ କରୁଥିବା କୋର୍ଟ କହିଛନ୍ତି।

ଗୃହମନ୍ତ୍ରୀ ଅନୀଲ ଦେଶମୁଖ ମହାରାଷ୍ଟ୍ରର ବାର ଓ ରେଷ୍ଟୁରାଣ୍ଟଙ୍କ ଠାରୁ ୧୦୦ କୋଟି ଟଙ୍କା ଅସୁଲ କରିବା ଲାଗି ରାଜ୍ୟର ପୋଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ବୋଲି ମୁମ୍ବାଇ ପୋଲିସ କମିଶନର ସିଂହ ମୁମ୍ବାଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ। ଯେଉଁଥିରେ ସିଂହ ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ଲାଗି କୋର୍ଟଙ୍କୁ ନିବେଦନ କରିଥିଲେ। ମୁମ୍ବାଇ ହାଇକୋର୍ଟ ମାମଲାରେ ସିବିଆଇକୁ ୧୫ ଦିନ ମଧ୍ୟରେ ପ୍ରାଥମିକ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମୁମ୍ବାଇ ହାଇକୋର୍ଟଙ୍କ ଏହି ରାୟକୁ ଦେଶମୁଖ ଓ ମହାରାଷ୍ଟ୍ର ସରକାର ସୁପ୍ରିମ କୋର୍ଟରେ ଚାଲେଞ୍ଜ କରିଥିବା ବେଳେ ଗୁରୁବାର ଏହାର ଶୁଣାଣି ହୋଇଛି। ଏଥିରେ କୋର୍ଟ ଏପରି ଗୁରୁତର ମାମଲାର ସ୍ୱତନ୍ତ୍ର ତଦନ୍ତ ହେବା ନିତ୍ୟାନ୍ତ ଆବଶ୍ୟକ ବୋଲି ତାଙ୍କ ନିର୍ଦ୍ଦେଶରେ କହିଛନ୍ତି।

   Related Posts