ସୁପ୍ରିମକୋର୍ଟ ଅକ୍ସିଜେନ୍ କମିଟି ଅଡିଟି ରିପୋର୍ଟ ମାମଲା: ବଦଳିଲା ବିବାଦର ମୋଡ଼, ଜାଣନ୍ତୁ କ’ଣ କହିଲେ AIIMS ନିର୍ଦ୍ଦେଶକ

Published By : Prameya-News7 Bureau | June 26, 2021 IST

ନୂଆଦିଲ୍ଲୀ ୨୬।୬: କୋଭିଡ-୧୯ ଦ୍ୱିତୀୟ ଲହରରେ ରାଜଧାନୀ ଦିଲ୍ଲୀର ପରିସ୍ଥିତି ଜଟିଳ ହୋଇପଡିଥିଲା। ହସ୍ପିଟାଲରେ ଅକ୍ସିଜେନ ଅଭାବ ଲାଗି ଅନେକ ଲୋକେ ପ୍ରାଣ ହରାଇଥିଲେ। ତେବେ ମାମଲାରେ ସୁପ୍ରିମକୋର୍ଟ ଗଠନ କରିଥିବା ଅକ୍ସିଜେନ କମିଟିଙ୍କ କଥିତ ରିପୋର୍ଟକୁ ନେଇ ଉପୁଜିଥିବା ବିବାଦରେ ଶୁକ୍ରବାର ନୂଆ ମୋଡ ଆସିଛି। ମାମଲାରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ଙ୍କ ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆଙ୍କ ଗଣମାଧ୍ୟମ ବୟାନ ଏବେ ନୂଆ ବିତର୍କ ସୃଷ୍ଟି କରିଛି।

{"id":471662,"width":838,"height":472,"sizeSlug":"large","linkDestination":"none"}

କୋଭିଡ ଲହରରେ ଉପୁଜିଥିବା ଅକ୍ସିଜେନ ସଂକଟ କାଳରେ ଦିଲ୍ଲୀ ସରକାର ଆବଶ୍ୟକତାଠାରୁ ୪ ଗୁଣା ଅଧିକ ଅକ୍ସିଜେନ ଦାବି କରିଥିଲେ ବୋଲି ବିଜେପି ଗୁରୁବାର ରିପୋର୍ଟ ଆଧାରରେ ଅଭିଯୋଗ ଆଣିଥିଲା।  ଏଥିଯୋଗୁ ହୁଏତ କରୋନାରେ ଗୁରୁତର ପ୍ରଭାବିତ ଦେଶର ଅନ୍ୟ ୧୨ଟି ରାଜ୍ୟକୁ ଅକ୍ସିଜେନ ଯୋଗାଣ ପ୍ରଭାବିତ ହୋଇଥାଇପାରେ ବୋଲି କୁଆଡେ ରିପୋର୍ଟରେ ଆଶଙ୍କା ବ୍ୟକ୍ତ କରାଯାଇଥିବା ବିଜେପି କହିଥିଲା। ଏଥିଲାଗି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ ତାଙ୍କ ଟ୍ୱିଟ ପୋଷ୍ଟରେ ଅରବିନ୍ଦ କେଜରିୱାଲ ସରକାରଙ୍କୁ ଧମକାଇବାକୁ ବି ପଛାଇ ନଥିଲେ। ହୁଏତ ଏଥିଲାଗି ଦିଲ୍ଲୀ ସରକାରଙ୍କୁ ଦେଶରେ ଅକ୍ସିଜେନ ସପ୍ଲାଇରେ ବାଧା ଉପୁଜାଇବା କାରଣରୁ ଦାୟି ମଧ୍ୟ କରାଯାଇପାରେ ବୋଲି ଉଲ୍ଲେଖ କରିଥିଲେ।

wp:embed {"url":"https://twitter.com/PiyushGoyal/status/1408258394473959425","type":"rich","providerNameSlug":"twitter","responsive":true,"className":""}
https://twitter.com/PiyushGoyal/status/1408258394473959425
/wp:embed

ତେବେ ମୋତେ ଲାଗୁନି ସଂକଟ କାଳରେ ଦିଲ୍ଲୀ ସରକାର ଅକ୍ସିଜେନ ଆବଶ୍ୟକତାକୁ ୪ ଗୁଣା ବଢାଇ ଦାବି କରିଥିଲେ ବୋଲି ଏମ୍ସ ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆ ଶୁକ୍ରବାର କହିଛନ୍ତି। ଡା. ଗୁଲେରିଆ ଏହି କମିଟିର ସଦସ୍ୟ ମଧ୍ୟ ଅଛନ୍ତି। ତେବେ ତାଙ୍କର ବୟାନ ଆସି ସାରିଥିବା ବେଳେ କମିଟିଙ୍କ ରିପୋର୍ଟ ଏପର୍ଯ୍ୟନ୍ତ କୋର୍ଟରେ ଉପସ୍ଥାପିତ ହୋଇନଥିବା ମଧ୍ୟ ଜଣାପଡିଛି। ମାମଲାର ପରବର୍ତ୍ତି ଶୁଣାଣି ଜୁନ ୩୦ ତାରିଖରେ ହେବାକୁ ଥିବା ରିପୋର୍ଟ ଉପସ୍ଥାପନ ହୋଇପାରେ ବୋଲି ଆକଳନ କରାଯାଉଛି। ଏଣୁ ଅନ୍ତରୀଣ ରିପୋର୍ଟ ଆସିବା ପୂର୍ବରୁ ଏହାକୁ ନେଇ ବିଜେପି ଏପରି ହାଲାଚିଲା କରିବାର କାରଣ କଣ ହୋଇପାରେ ସେ ନେଇ ଏବେ ସନ୍ଦେହ ଉପୁଜିଛି।

wp:embed {"url":"https://twitter.com/ArvindKejriwal/status/1408355686535208963","type":"rich","providerNameSlug":"twitter","responsive":true,"className":""}
https://twitter.com/ArvindKejriwal/status/1408355686535208963
/wp:embed

ବିଜେପିର ଅଭିଯୋଗ ପରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତୁରନ୍ତ ପକ୍ଷ ରଖିଥିଲେ। ହୁଏତ ଏହା ବିଜେପି କାର୍ଯ୍ୟାଳୟଙ୍କ ରିପୋର୍ଟ ହୋଇପାରେ ବୋଲି ସେ କହିଥିବା ବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜାତୀୟ ରାଜଧାନୀରେ ଅକ୍ସିଜେନ ଅଭାବ ଯୋଗୁ ଯେଉଁମାନେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି ସେମାନେ ମିଛ ତାହା ପ୍ରମାଣିତ କରିବାକୁ ଚେଷ୍ଟା କରନ୍ତୁନି ବୋଲି ନିବେଦନ ମଧ୍ୟ କରିଥିଲେ।

ଗୁଲେରିଆଙ୍କ ବୟାନ ପରେ ଏବେ ସୁପ୍ରିମକୋର୍ଟ କମିଟିଙ୍କ ରିପୋର୍ଟ ଖୋଜା ପଡିଛି। ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ନିଜେ ରିପୋର୍ଟ ସନ୍ଧାନ କରୁଥିବା ବେଳେ ଏପର୍ଯ୍ୟନ୍ତ କୌଣସି ରିପୋର୍ଟ ସ୍ୱାକ୍ଷରିତ ହୋଇ ନଥିବା ସେ ଜାଣିବାକୁ ପାଇଛନ୍ତି ସେହିପରି ଅକ୍ସିଜେନ ଅଡିଟ କମିଟି ଏପରି କୌଣସି ରିପୋର୍ଟରେ ସ୍ୱାକ୍ଷର ଅଥବା ଏହାକୁ ସ୍ୱୀକୃତି ଦେଇଥିବାର ମଧ୍ୟ ଜଣା ନାହିଁ ବୋଲି ସଦସ୍ୟଙ୍କ ସୂତ୍ରରୁ କହିଛନ୍ତି। ତେବେ ବିଜେପିର ଏପରି ହୋ ହଲ୍ଲାକୁ ନେଇ ଏବେ ପ୍ରଶ୍ନଉଠିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.